ରଥଯାତ୍ରା ୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା, ୧୨/୬- ଆଜି ସ୍ଥାନୀୟ ମୁନିସିପାଲିଟି ଟାଉନ ହଲ ଠାରେ ଚଳିତ ରଥଯାତ୍ରା ୨୦୨୫ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟା ୫ ଘଟିକାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମୁଖ୍ୟତଃ ରଥଗଠନ,ରଥଯାତ୍ରା ଓ ବାହୁଡ଼ାଯାତ୍ରା ନୀତି ନିର୍ଘନ୍ତ,ରାସ୍ତାଘାଟ ମରାମତି,ବିଦ୍ୟୁତ ଯୋଗାଣ,ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା,ନିଶା ନିବାରଣ,ଅଗ୍ନି ନିରାପକ ବ୍ୟବସ୍ଥା,ଶାନ୍ତି ଶୃଙ୍ଖଳା,ସୂଚନା କେନ୍ଦ୍ର, ସାଂସ୍କୃତିକ, ଟ୍ରାଫିକ କଟକଣା,କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ରଥଦାଣ୍ଡ ସଫେଇ, ଆପ୍ରଚ ରାସ୍ତା ମରାମତି, ଆମ୍ବୁଲାନ୍ସ ସେବା, ପରିବା ବିକାଳୀଙ୍କୁ ବଡଦାଣ୍ଡରେ ରଥଯାତ୍ରା ଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ନବସିବା ପାଇଁ ବାରଣ କରାଯିବ,ବଡଦାଣ୍ଡରେ ଆମିଷ ସମ୍ପୂର୍ଣ ଭାବେ ବିକ୍ରି ବନ୍ଦ ରହିବ । ଏହାଛଡା ସିସି ଟିଭି ଲଗେଇବା, ଠାକୁରଙ୍କ ସାମ୍ନାରେ ସେବାୟତ ମାନେ ଭିଡ଼ ନ କରିବା ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲେ। ଚଳିତ ରଥଯାତ୍ରାକୁ ସଫଳ କରିବାକୁ ପ୍ରଶାସନ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶସାଙ୍କ ଶେଖର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ , ପୌରାପରିଷଦ ଅଧ୍ୟକ୍ଷା ସରିତା ସାହୁ, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼ ଦେବତ୍ତର ବିଭାଗର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବି, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ ।

Next Post

ରଥଯାତ୍ରା ୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Thu Jun 12 , 2025
କେନ୍ଦ୍ରାପଡ଼ା, ୧୨/୬- ଆଜି ସ୍ଥାନୀୟ ମୁନିସିପାଲିଟି ଟାଉନ ହଲ ଠାରେ ଚଳିତ ରଥଯାତ୍ରା ୨୦୨୫ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟା ୫ ଘଟିକାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମୁଖ୍ୟତଃ ରଥଗଠନ,ରଥଯାତ୍ରା ଓ ବାହୁଡ଼ାଯାତ୍ରା ନୀତି ନିର୍ଘନ୍ତ,ରାସ୍ତାଘାଟ ମରାମତି,ବିଦ୍ୟୁତ ଯୋଗାଣ,ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା,ନିଶା ନିବାରଣ,ଅଗ୍ନି ନିରାପକ ବ୍ୟବସ୍ଥା,ଶାନ୍ତି ଶୃଙ୍ଖଳା,ସୂଚନା କେନ୍ଦ୍ର, ସାଂସ୍କୃତିକ, ଟ୍ରାଫିକ କଟକଣା,କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading