
କେନ୍ଦ୍ରାପଡା,୨୬ା୧୨: ୭୧ତମ ରାଜ୍ୟ ଦୈାଡକୁଦ ପ୍ରତିଯୋଗିତା ୨୬/୧୨/୨୦୨୫ରୁ ୩୦/୧୨/୨୦୨୫ପର୍ଯ୍ୟନ୍ତ କଟକ ବାରବାଟି ଷ୍ଟାଡିୟମରେ ରାଜ୍ୟ ଦୈାଡକୁଦ ଆସୋସିଏସନ୍ ତରଫରୁ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ରାପଡା ଜିଲ୍ଲାର ୪୫ଜଣ ବାଳକ ଓ ବାଳିକା ବୟସ ୨୩,୨୦,୧୮,୧୬ ଓ ୧୪ ବର୍ଷ ବୟସର ୪୫ଜଣ ଖେଳାଳୀ ରାଜ୍ୟ କ୍ରୀଡା ପ୍ରତି ଯୋଗିତାରେ ଭାଗ ନେବେ ବୋଲି କ୍ରୀଡା ସଂସଦର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଜଣାଇଛନ୍ତି । ମ୍ୟାନେଜର ଗୁପେ ଓଲାକତ ଖାଁ ଓ ସୁହାନ ପରବିନ ଓ ମନୋଜ ସାହୁ କୋଚ ଖେଳାଳୀ ଙ୍କ ସହିତ ଯୋଗଦେବେ । ଅତିରିକ୍ତ ଜିଲ୍ଲା ପାଳ ନବକୃଷ୍ଣ ଜେନା, ତହସିଲଦାର କୁଇିନି ଜେନା, କ୍ରୀଡା ସମ୍ପାଦକ ଜ୍ୟୋତିମୟ ଦାସ, ବିଜୟ ସାହୁ, ଗୋପିନାଥ ବାରିକ, ଜିଲ୍ଲାର କ୍ରୀଡାବିତ୍ କେନ୍ଦ୍ରାପଡା ଜିଲା ପାଇଁ ପଦକ ଆଣିବେ ବୋଲି ଆଶାକରି ଶୁଭ ଅଭିନନ୍ଦ ଜଣାଇଛନ୍ତି ।
