ପୁଣି ଗରିବ ମାଆଟିଏ କାଠ ଚୁଲିକୁ ଆପଣେଇବାକୁ ବାଧ୍ୟ ହେବ,

କର୍ମନିଯୁକ୍ତି ପାଇଁ ଦାଦନ ଖଟିବାକୁ ମଧ୍ୟପ୍ରାଚ୍ୟ ଯାଇ ପସିଛନ୍ତି ବହୁ ଲୋକେ

blank
ପଟ୍ଟାମୁଣ୍ଡାଇ ୧୬/୩ – ସରକାରଙ୍କ ଆତ୍ମନିର୍ଭର ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କହୁଥିବା ବେଳେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି କମୁନିକେଶନ ବିଭାଗର ନିର୍ଦ୍ଦେଶକ ଗେରି ରାଇସ ସେପଟେମ୍ବର ୨୦୨୦ରେ ଏକ ଖବରଦାତା ସମ୍ମିଳନୀରେ ସରକାରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ହେଲେ ମଧ୍ୟପ୍ରାଚ୍ୟ ସଂଘର୍ଷ ସରକାରଙ୍କ ମୁଖା ଖୋଲିଦେଇଛି । ଇରାନ-ଅମେରିକା ଯୁଦ୍ଧ ଦ୍ୱାରା ଏଲପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି । ଫଳରେ ଭାରତର ସାଧାରଣ ନାଗରିକଙ୍କ ଥାଳିର ଖାଦ୍ୟ ଉପରେ ପ୍ରଭାବ ପଡିଥିବା ବେଳେ ମଧ୍ୟପ୍ରାଚ୍ୟରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ଅନେକ ପ୍ରବାସୀ ଭାରତୀୟ ଫସି ରହିଛନ୍ତି । ସେଥିମଧ୍ୟରୁ ଓଡିଶାର କେନ୍ଦ୍ରାପଡା୍ନ ଜିଲାର ବହୁ ଲୋକେ କର୍ମନିଯୁକ୍ତି ପାଇଁ ଖଟିବାକୁ ଯାଇ ଫସିରହିଛନ୍ତି। ସମ୍ପୃକ୍ତ ପରିବାରର ଲୋକେ ଗାଁରେ ସେମାନଙ୍କ ଫେରିବା ବାଟକୁ ଚାହିଁ ବସି ଆଖିର ଲୁହ ଗଡାଉଛନ୍ତି। ଅପରପକ୍ଷେ ଗ୍ୟାସ ନମିଳିବାରୁ ଅନେକ ପରିବାର ପୁଣି ହାଣ୍ଡିଶାଳରେ ଚୁଲିକୁ ଆପଣେଇ ଲେଣି । ଯଦି ଆମେ ଆମର ଆବଶ୍ୟକତା ପାଇଁ ହେଉ କି କର୍ମନିଯୁକ୍ତି ପାଇଁ ଅନ୍ୟ ଦେଶ ଉପରେ ଏତେ ମାତ୍ରାରେ ନିର୍ଭରଶୀଳ, ତେବେ ଆତ୍ମନିର୍ଭରଶୀଳ ଭାରତ କଣ ପ୍ରହଶନ ନା ଏକ ରଜନୈତିକ ଏଜଣ୍ଡା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

ସ୍ୱପ୍ନ ଉପରେ ସଙ୍କଟର କଳା ବାଦଲ -ମହିଳା ନେତ୍ରୀ ଅବନ୍ତି ବେହେରା

blank
ଚୁଲି ଧୂଆଁରୁ ମୁକ୍ତି ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୨୦୧୪ ପରଠାରୁ କେନ୍ଦ୍ର ସରକାର ‘ଉଜ୍ଜ୍ୱଳା ଯୋଜନା’ ଜରିଆରେ ଗରିବ ଶ୍ରେଣୀର ମହିଳାମାନଙ୍କ ପାଖରେ ଏଲପିଜି ସିଲିଣ୍ଡର ପହଁଚାଇଥିଲେ । କୋଟି କୋଟି ପରିବାର ଗ୍ୟାସକୁ ଆପଣାଇଲେ । ଘସି ଗୋବର ଗାଇ ଗୋରୁଙ୍କୁ ଛାଡିଦେଲେ । ଛଣ କୁଟାକୁ ବିଲରେ ଜାଳିଦେଲେ । କିନ୍ତୁ ଆଜି ସେହି ସ୍ୱପ୍ନ ଉପରେ ସଙ୍କଟର କଳା ବାଦଲ ଘେରି ରହିଲା। ବିଶ୍ୱରେ ଲାଗି ରହିଥିବା ଅଶାନ୍ତି ଓ ଗ୍ୟାସର ଅଭାବ ଏବଂ ଆକାଶଛୁଆଁ ଦର ଯୋଗୁଁ କେବଳ ଘର ନୁହେଁ, ବ୍ୟବସାୟିକ କ୍ଷେତ୍ର ମଧ୍ୟ ପ୍ରଭାବିତ ହେବା ଆରମ୍ଭ କଲାଣି । ପୁଣି ଗରିବ ମାଆଟିଏ ସେହି ଚୁଲିକୁ ଆପଣାଇବାକୁ ବାଧ୍ୟ ହେଉଛି ବୋଲି ସେ କହିଛନ୍ତି ।

ଅଣୁ, ମଧ୍ୟମ ଉଦ୍ୟୋଗ ପାଇଁ ସହେଯାଗ ମିଳୁନି – ବୁଦ୍ଧୀଜୀବୀ ପ୍ରଫୁଲ୍ଲ୍ ଦାଶ

blank
ଆତ୍ମନିର୍ଭର ଭାରତ’ର ଅର୍ଥ ହେଉଛି ବିଦେଶୀ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରି, ସ୍ୱଦେଶୀ ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ସଶକ୍ତିକରଣ ଏବଂ ସ୍ଥାନୀୟ ଶିଳ୍ପ ଉତ୍ପାଦନକୁ ପ୍ରୋତ୍ସାହିତ କରି ଭାରତକୁ ଏହାର ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳ କରିବା। ଏଥିନେଇ ସରକାର ଏମ୍‌ଏସ୍‌ଏମ୍‌ଇ ଓ ପିଏମ୍‌ଇଜିପି ମାଧ୍ୟମରେ ବେକାର ଯୁବତୀଯୁବକଙ୍କୁ ସହେଯାଗ କରୁଛନ୍ତି । ହେଲେ କେନ୍ଦ୍ରାପଡ଼ା ଜିଲା ଉଦ୍ୟୋଗ କ୍ଷେତ୍ରରେ ଅଗ୍ରଣୀ ହୋଇପାରିନାହିଁ। ଯେଉଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ଲାଗି ଆଗ୍ରହୀ ଯୁବତୀଯୁବକମାନେ ଆବେଦନ କରୁଛନ୍ତି ତାଙ୍କୁ ସବୁ କ୍ଷେତ୍ରରେ ଆର୍ଥତ୍କ ସହାୟତା ମିଳୁନାହିଁ। ଫଳରେ ବେକେର ଯୁବତୀଯୁବକ କାତାର, ଇରାନ, ଇରାକ, ଆବୁଧାବୀ, ବେହେରାନ୍ ଆଦି ଅଂଚଳରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ଦାଦନ କଟୁଛନ୍ତି ।

ହଷ୍ଟେଲରେ ପିଲାମାନେ ଡାଲମା ଭାତରେ ସନ୍ତୁଷ୍ଟ-ଆଇନଜୀବୀ ବିଦୁଭୂଷଣ ମହାପାତ୍ର

blank
ଗ୍ୟାସ ସଂଙ୍କଟ ପାଇଁ ଅନେକ ସ୍ଥାନରେ ଛୋଟ ଛୋଟ ହୋଟେଲ ଓ ରେଷ୍ଟୁରାଂଟ ବନ୍ଦ ହେବାକୁ ବସିଲାଣି। ବହୁ ହଷ୍ଟେଲରେ ପିଲାମାନେ କେବଳ ଡାଲମା ଭାତରେ ସନ୍ତୁଷ୍ଟ ହେଉଛନ୍ତି । ସରକାର ଯେତେବେଳେ ଦେଶବାସୀଙ୍କୁ ଗ୍ୟାସ ବ୍ୟବହାର କରିବାକୁ ପ୍ରବର୍ତାଇଲେ, ସେତେବେଳେ ବିକଳ୍ପ ବ୍ୟବସ୍ଥା କାହିଁକି କଲେ ନାହିଁ । କାହିଁକି ଆମେ ସମ୍ପୂର୍ଣ୍ଣ ଭାବେ ବିଦେଶୀ ଗ୍ୟାସ ଉପରେ ନିର୍ଭର ରହିଲୁା ଦେଶ ମଧ୍ୟରେ ଥିବା ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିନିଯୋଗ କାହିଁକି ହେଲା ନାହିଁ । ସୌର ଶକ୍ତି ଅନ୍ୟାନ୍ୟ ନବୀକରଣ ଯୋଗ୍ୟ ଶକ୍ତିକୁ ରୋଷେଇ ଘର ପର୍ଯ୍ୟନ୍ତ ପହଁଚାଇବାରେ ସରକାର ବିଫଳ ହୋଇଛନ୍ତି ।

ଆବଶ୍ୟକତା ପୂରଣ ପାଇଁ ଭାରତ ସଂଗ୍ରାମ ଜାରି ରଖିଛି-ସାମାଜିକକର୍ମୀ ପ୍ରବୀର ନାୟକ

blank
ଇତିହାସକୁ ଲକ୍ଷ୍ୟ କଲେ ଜାଣିପାରିବା ଯେ ଭାରତ ପ୍ରାଚୀନକାଳରୁ ନିଜର ଆବଶ୍ୟକତା ନିଜେ ପୂରଣ କରିଆସିଛି। ଅନ୍ୟ ଦେଶଗୁଡ଼ିକୁୁ ନାନାଦି ଦ୍ରବ୍ୟ ରପ୍ତାନି କରି ଭାରତୀୟମାନେ ଧନରତ୍ନରେ ଭରପୂର ହୋଇଥିଲେ । କିନ୍ତୁ ଗତ କିଛି ଶତାବ୍ଦୀ ବାହ୍ୟ ଶାସକମାନଙ୍କ ଦ୍ୱାରା ଶାସିତ ହୋଇ ଦେଶ ନିଜର କାର୍ଯ୍ୟଦକ୍ଷତା, ଆତ୍ମବିଶ୍ୱାସ ହରାଇଛି । ସ୍ୱାଧୀନତା ପରେ ନିଜର ଆବଶ୍ୟକତା ପୂରଣ ପାଇଁ ସଂଗ୍ରାମ ଜାରି ରଖିଛି। ହେଲେ ଏବେ ସୁଦ୍ଧା ଆମତ୍ନିର୍ଭର ହୋଇପାରିନାହିଁ। ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭରଶୀଳ ବଢିଯାଇଛି। ଦେଶର ଜନତା ଆବଶ୍ୟକତା ପୂରଣ କରିବା ଦିଗରେ ବହୁ ପଛରେ ଅଛନ୍ତି । ଏଥିନେଇ ନିୟୋଜିତ ସରକାରୀ ବାବୁ ମାନେ ଦାୟୀ ବୋଲି ସେ କହିଛନ୍ତି

Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ୧୨୬ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

Mon Mar 16 , 2026
କେନ୍ଦ୍ରାପଡ଼ା, ୧୬/୩ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛିି। ଏହି ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଶିବିରରେ ମୋଟ ୧୨୬ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ ୧୦୨ଟି ବ୍ୟକ୍ତିଗତ ଓ ୨୪ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଜଣଙ୍କୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading