ବସନ୍ତକୁମାରୀ ଚକ୍ଷୁ ଚିକିତ୍ସାଳୟରେ ରେଟିନା ଓ ଫାକୋ ମେସିନ ଉଦଘାଟିତ

blank
କେନ୍ଦ୍ରାପଡ଼ା,୨୯ା୩:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରସ୍ଥିତ ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ନୂତନ ରେଟିନା ଓ ଫାକୋ ମେସିନ ଉଦଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ରୋଟାରୀ କ୍ଲବର ପୂର୍ବତନ ଜିଲ୍ଲା ଗଭର୍ନର ୟଜ୍ଞାଶିଷ ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବେ ପୂର୍ବତନ ମୁଖ୍ୟଶାସନ ସଚିବ ଡି.ଏନ.ପାଢି ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏହି ମେସିନ ଦ୍ୱାରା ଚକ୍ଷୁର ପଛପାଶ୍ୱର୍ର ଫଟୋ ଉଠାଇବା ସହଜ ହୋଇପାରିବ। ଏହି ଉପଲକ୍ଷେ ଚିକିତ୍ସାଳୟର ପ୍ରତିଷ୍ଠାତା ପ୍ରଫେସର ଡା.ବିମଳକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବିଏସ ଗାର୍ଡେନରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ମୁଖ୍ୟଶାସନ ସଚିବ ଶ୍ରୀ ପାଢି କହିଲେ ଓସ୍ତପୁର ଭଳି ଏକ ନିପଟ ମଫସଲରେ ଏକ ମହତ ଉଦେଶ୍ୟରେ ଏଭଳି ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠାକରି ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ଏଭଳି ସେବା ଯୋଗାଇଦେବା ଆଜିର ଦୁନିଆରେ ବିରଳ ବୋଲି ବକ୍ତବ୍ୟ ରଖିଥିଲେ। ଏଥିସହିତ ଦୃଷ୍ଟିବାଧିତଙ୍କ ପାଇଁ ଉପସ୍ଥିତ ଲୋକମାନଙ୍କୁ ଚକ୍ଷୁଦାନ କରିବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ରୋଟାରୀ କ୍ଲବ ଭୁବନେଶ୍ୱର ୟୁନିକର ସଭାପତି ରୋଟାରିଆନ ସଙ୍ଘମିତ୍ରା ରଥ, ପୂର୍ବତନ କେନ୍ଦ୍ରାପଡା ନଗରପାଳ ରୋସ୍ôନା ସାହୁ, ରୋଟାରିଆନ ଲକ୍ଷ୍ମୀକାନ୍ତ ପାଲିତ, ଦିବ୍ୟରଞ୍ଜନ ଦାଶ, କାର୍ତ୍ତିକ ଦାସ, ନିରଜନୟନ ଦତ୍ତ, ସୁଧିର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜସେବାକୁ ନିଜ ଜୀବନର ବ୍ରତ କରିଥିବା ଡା. ବିମଳ ତ୍ରିପାଠୀ ଏବଂ ତାଙ୍କ ସୁପୁତ୍ର ଡାକ୍ତର ସରୋଜ କୁମାର ତ୍ରିପାଠୀ ପ୍ରକୃତରେ ଏମାଟିର ଜଣେ ଜଣେ ସୁଯୋଗ୍ୟ ସନ୍ତାନ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଚିକିତ୍ସାଳୁୟର କର୍ମଚାରୀ ସୁଚିସ୍ମିତା, ସତ୍ୟବ୍ରତ ସିଂହ, ଶିଖା, ଶୃତି, ଦିପ୍ତୀ, ବେଣୁଧର, ନଟବର, ଖଗେଶ୍ୱର ଓ ଶତୃଘ୍ନଙ୍କୁ ପୁଷ୍ପଗୁଛ ,ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ମନୋଜ ସାହୁ, ସଞ୍ଜୟ ଜେନାଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଉପସ୍ଥିତ ଥିଲେ।

Next Post

କେନ୍ଦ୍ରାପଡାରେ ଶ୍ରୀଜଗନ୍ନାଥଙ୍କ ୩୬ ବେଶ କାର୍ଯ୍ୟକ୍ରମ ଉଦଯାପିତ

Sun Mar 29 , 2026
କେନ୍ଦ୍ରାପଡ଼ା,୨୯ା୩:କେନ୍ଦ୍ରାପଡା ପବିତ୍ର ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୩୬ବେଶ କାର୍ଯୟକ୍ରମ ଉଦଯାପିତ ହୋଇଯାଇଛି। ଗରାପୁର ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଆୟୋଜରେ ଏହି ଅଭିନବ ସୁନ୍ଦର ଭବ୍ୟ ମନୋରମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜଗନ୍ନାଥଙ୍କ ଏହି ୩୬ବେଶକୁ ଦର୍ଶନ କରି କେନ୍ଦ୍ରାପଡାବାସୀ ମନରେ ଆନନ୍ଦିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଆୟୋଜନରେ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ, ପୋଲିସ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading