କଂଗ୍ରେସ ଶୂନ୍ୟ ବିଧାନସଭା, ମଙ୍ଗଳବାର ବର୍ତ୍ତି ଯାଇଥିଲେ ବୁଧବାର ନିଲମ୍ବିତ ହେଲେ

blank

ଭୁବନେଶ୍ୱର ୨୬ା୩-କଂଗ୍ରେସ ଶୂନ୍ୟ ହୋଇଛି ବିଧାନସଭା। ଗତ ମଙ୍ଗଳବାର କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକଙ୍କୁ ବାଚସ୍ପତି ସସ୍‌ପେଣ୍ଡ କରିଥିବା ବେଳେ ବୁଧବାର ଆଉ ୨ ଜଣଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଯାହା ଫଳରେ ଚଳିତ ବିଧାନସଭାରେ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଅଭିଯୋଗ କରିବା ସହ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ । ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଆଧାରରେ ବାଚସ୍ପତି ସୁରମା ପାଢୀ ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିନ କରିଥିଲେ। କିନ୍ତୁ ସେହି ସମୟରେ ଗୃହରେ ତାରାପ୍ରସାଦ ବାହିନୀପତି ଓ ରମେଶ ଜେନା ଅନୁପସ୍ଥିତ ଥିବାରୁ ନିଲମ୍ବନ କାର୍ଯ୍ୟାନୁଷ୍ଠାନରୁ ବର୍ତି ଯାଇଥିଲେ। ହେଲେ ଆଜି ଆଉ ଖସି ପାରିଲେ ନାହିଁ। ଗୃହରେ ଏହି ଦୁଇ ବିଧାୟକ ତାରା ବାହିନୀପତି ଓ ରମେଶ ଜେନାଙ୍କ ବିରୋଧରେ ଅଶୋଭନୀୟ ଆଚରଣ ଅଭିଯୋଗ କରି ୭ ଦିନ ପାଇଁ ନିଲମ୍ବନ କରିବାକୁ ପ୍ରସ୍ତାବ ରଖିଲେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ। ଆଉ ଯାହା ପରେ ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକଙ୍କୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ସେପଟେ ଶୂନ୍ୟକାଳରେ ପଏଂଟ ଅଫ ଅଡର ଜରିଆରେ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି । ବଳ ପୂର୍ବକ ଭାବେ କଂଗ୍ରେସ ବିଧାୟକମାନଙ୍କୁ କାଢିବା ଠିକ ନୁହେଁ। ପ୍ରତିକ୍ରିୟାଶୀଳ ଶାସକ ଦଳ ହେବା ଠିକ ନୁହେଁ। ଏ ଗୃହକୁ ପୋଲିସ ପ୍ରବେଶ କରିବା ଠିକ ନୁହେଁ। ମାର୍ଶାଲ ବି ଦିନେ ଆମକୁ ଛୁଇଁ ନଥିଲେ । ପୋଲିସ ପଶିବା ଠିକ ନୁହେଁ। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଘଟିଛି। ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାର କଂଗ୍ରେସ ବିଧାୟକଙ୍କୁ ନେଇ ଗୃହରେ ବିବୃତି ରଖଥିଲେ । ପୋଲିସ ଆମକୁ ଗୃହକୁ ଛାଡ଼ୁ ନାହିଁ । ପ୍ରତିବାଦ କରିବାକୁ ଯିବା ବେଳେ ପୋଲିସ ଆମକୁ ଅଟକାଉଛି, ମାଡ଼ ମାରୁଛି । ଏହା ଉପରେ ଗୃହରେ ବିବୃତି ରଖନ୍ତୁ ବାଚସ୍ପତି ବୋଲି ଦାବି କରିଛନ୍ତି। ତେବେ ଗତକାଲି କଂଗ୍ରେସ ବିଧାୟକଙ୍କୁ ପୋଲିସ ଆମକୁ ଅଟକାଇଥିଲା, ଛାଡ଼ି ନ ଥିଲା । କିପରି ପ୍ରଶାସନ ଚାଲିଛି। ପୋଲିସ କାହିଁକି ବିଜେଡି ବିଧାୟକଙ୍କୁ ଅଟକାଇଲା, ବାଚସ୍ପତି ତାର ଉତର ଦେଲେ ନାହିଁ। ବାଚସ୍ପତିଙ୍କ ବିବୃତିରେ ଅସନ୍ତୋଷ ପ୍ରକାଶ କରି ବିଜେଡି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।

Next Post

ବିଧାନସଭା ସମ୍ମୁଖ ପାଲଟିଲା ରଣକ୍ଷେତ୍ର , ଆନ୍ଦୋଳନକୁ ଓହ୍ଲାଇଲେ ବିଜେଡି-କଂଗ୍ରେସ

Wed Mar 26 , 2025
ଭୁବନେଶ୍ୱର 26/3-ବୁଧବାର ବିଧାନସଭାରେ ଏକ ବଡ଼ଧରଣର ପ୍ରତିବାଦ ଦେଖିବାକୁ ମିଳିଛି । ଗୋଟିଏ ପଟେ କଂଗ୍ରେସ ବିଧାୟକମାନେ ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଅନ୍ୟପଟେ ମୁଖ୍ୟ ବିରୋଧୀ ବିଜେଡି ମଧ୍ୟ ପ୍ରତିବାଦରେ ସାମିଲ ହୋଇଥିଲା । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ବିଜେଡି ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ। ବିଧାନସଭା ବାହାରେ ପୋଲିସ-ବିଜେଡି ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ବିଜେଡି ବିଧାୟକମାନେ ଶାନ୍ତିପୂର୍ଣ୍ଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading