“ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ : ଜିଲ୍ଲାସ୍ତରୀୟ ସାହିତ୍ୟ ସମ୍ପର୍କିତ ପ୍ରତିଯୋଗିତା”

blank

କେନ୍ଦ୍ରାପଡା ୮/୭: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ “ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ” ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ସାହିତ୍ୟ ସମ୍ପର୍କିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯଅଇଛି । କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅୟୋଜିତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, କବିତା ଆବୃତି ଏବଂ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନରେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରତିଯୋଗିତା ହୋଇଥିଲା । ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ କୃତକାର୍ଯ୍ୟ ହୋଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇ ନିଜର ସାହିତ୍ୟିକ ପ୍ରତିଭାକୁ ପ୍ରଦର୍ଶନ କରାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ମାନ୍ୟଗଣ୍ୟ ସାହିତ୍ୟିକ ତଥା କବିମାନଙ୍କର ମଧ୍ୟରୁ ସର୍ବେଶ୍ୱର ସେଣ, ନୃସିଂହ ଚରଣ ତ୍ରିପାଠୀ, ରବି ନାରାୟଣ ପତି, ଅକ୍ଷୟ ନାୟକ, ହୃଷୀକେଶ ପଣ୍ଡା, ଅକ୍ଷୟ କୁମାର ପାଣି, ଶୈଳଜା ଶଙ୍କର ସାମଲ, ଅମର ପ୍ରସାଦ ରାଉତ ପ୍ରମୁଖ ବିଚାରକ ହିସାବରେ ଯୋଗଦାନ କରି କୃତି ପ୍ରତିଯୋଗୀଙ୍କୁ ଚୟନ କରିବା ସହିତ ଭବିଷ୍ୟତରେ କିପରି ନିଜର ସୃଜନଶୀଳତାକୁ ଆହୁରି ଦୃଢ କରିପାରିବେ ସେ ଉପରେ ବକ୍ତବ୍ୟ ରଖିଥିଲେ । ୮ ଗୋଟି ବର୍ଗରେ ମୋଟ ୨୪ ଜଣ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା ।
ସୂଚନାଯୋଗ୍ୟ, ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସମସ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ପରବର୍ତୀ ସମୟରେ ୧୩ ଜୁଲାଇ ଏବଂ ୨୦ ଜୁଲାଇରେ ଭୁବନେଶ୍ୱରସ୍ଥିତ ସଙ୍ଗୀତ ମହାବିଦ୍ୟାଳୟଠାରେ ଅୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ଏବଂ ସେଠାରେ କୃତି ପ୍ରତିଯୋଗୀଙ୍କୁ ଆସନ୍ତା ୨୫ ଜୁଲାଇରେ ଅୟୋଜିତ ହେବାକୁ ଥିବା ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସରେ ପୁରସ୍କୃତ କରାଯିବ । ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ ଏବଂ ରାଜ କିଶୋର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଏବଂ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।

Next Post

ଭିନ୍ନକ୍ଷମଶିଶୁଙ୍କୁ ପ୍ରୋଷ୍ଟେଟିକ୍ ସହାୟକ ଉପକରଣ ପ୍ରଦାନ

Wed Jul 9 , 2025
କେନ୍ଦ୍ରାପଡା ୯/୭- କେନ୍ଦ୍ରାପଡ଼ା ସହର ମାଧପୁରସ୍ଥିତ “ପୁନର୍ବାସ” ଥେରାପି କେନ୍ଦ୍ରରେ “ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ”ର ସହଯୋଗରେ ଭିନ୍ନକ୍ଷମ ଶିଶୁଙ୍କୁ ପ୍ରୋଷ୍ଟେଟିକ୍ ସହାୟକ ଉପକରଣ ପ୍ରଦାନ କରାଯାଇଛି। ଏଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରୋଷ୍ଟେଟିକ୍ ସହାୟକ ଉପକରଣ ପ୍ରଦାନ କାର୍ଯ୍ୟକ୍ରମରେ ସମୁଦାୟ ଦଶଜଣ ମସ୍ତିଷ୍କ ପକ୍ଷାଘାତ ଶିଶୁଙ୍କୁ ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading