
କେନ୍ଦ୍ରାପଡା୧୫/୫: ନାରୀ ଅଧିକାର ଅଭିଯାନ ମହିଳା ମହା ସମାବେଶ ପାଇଁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଗରାପୁର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳଙ୍କ ସଭାପତିତ୍ୱରେ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସରିତା ସାହୁ, ରାଜ୍ୟ ମହିଳା ଉପ ସଭାପତି ରୋସନ ।ସାହୁ, କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ପ୍ରଦୀପ୍ତ କୁମାର ମହାନ୍ତି, କଳାକାର ମଲ୍ଲିକ ପ୍ରମୁଖ ଯୋଗଦାନ କରି ଅଧିକାର ଅଭିଯାନ ଉପରେ ବକ୍ତବ୍ୟ ରଖିଥିଲେ । ବିଧାୟକ ଶ୍ରୀ ବେହେରା ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ ଯେ ମହିଳା ପ୍ରତିବାଦ ସଭା ନୂଆ ବସଷ୍ଟାଣ୍ଡ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ମହିଳା ଶୋଭାଯାତ୍ରା କରାଯିବ ଓ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରଦାନ କରାଯିବ । ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ବିୟୋଗରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ୨୦୨୩ରୁ ବିଧାନସଭାରେ ଶତକଡା ୩୩ ଭାଗ ମହିଳା ଆରକ୍ଷଣ ବିଧେୟକ ଆଣିଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ପାରିତ କରିବାରେ ସହଯୋଗ କରି ନଥିଲେ । କିନ୍ତୁ ଆଜି ବିଜେପି ସରକାର ମହିଳାମାନଙ୍କ ପ୍ରତି ଆରକ୍ଷଣ ବ୍ୟବସ୍ଥା କରିବାକୁ କହିବା ଏକ ହାସ୍ୟାସ୍ପଦ ପଦକ୍ଷେପ । ପ୍ରତ୍ୟକ ପଞ୍ଚାୟତ ଓ ପୌରାଞ୍ଚଳରୁ ମହିଳାମାନେ ଅଧିକ ଯୋଗଦାନ କରିବାକୁ ମହିଳା ନେତ୍ରୀ ସରିତା ସାହୁ କହିଥିଲେ । ଜୁନ ୧ତାରିଖରୁ ଏସଆଇଆର ଆରମ୍ଭ ହେଉଥିବାରୁ ପ୍ରତ୍ୟେକ ବୁଥରେ ଯେମିତି କୌଣସି ଭୋଟରମାନଙ୍କ ନାମ ନ କଟେ ତା ଉପରେ ବିଧାୟକ ଶ୍ରୀ ବେହେରା ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱୟଂପ୍ରଭା କର, ଲୋପାମୁଦ୍ରା ବାରିକ, ଇନ୍ଦୁପୁର ସରପଞ୍ଚ ପ୍ରଦୀପ ସୂତାର, ସରପଞ୍ଚ ଅଶ୍ୱନୀ ପାତ୍ର, ଧନେଶ୍ୱର ପ୍ରଧାନ, ଅଭୟ ସ୍ୱାଇଁ, ହିରଣ୍ୟ ପଣ୍ଡା, ଉମେଶ ନାୟକ, ରଶ୍ମିରଞ୍ଜନ ରାଉତ, ବିଶ୍ୱଜିତ ସାମଲ, ସୁଧିର କୁମାର ବେହେରା, ନରୋତ୍ତମ ମଲ୍ଲିକ, ଅଜିତ ପରିଡା, ରାଜୁ କୁବେର, ଅଜୟ କୁମାର ମହାନ୍ତି, ପ୍ରତାପ ନାରାୟଣ ମହାପାତ୍ର, ମୁକ୍ତାର ଖାଁ, ଅକ୍ଷୟ କୁମାର ମେକାପ, ପ୍ରଭାତ କୁମାର ଉଡାନ ସିଂ, ଗଣେଶ ମେକାପଙ୍କ ସହ ପ୍ରତ୍ୟେକ ପଞ୍ଚାୟତର ସଭାପତି, ସରପଞ୍ଚ ସଭ୍ୟ ପ୍ରମୁଖ ଯୋଗଦାନ କରିଥିଲେ ।
