
ପଟ୍ଟାମୁଣ୍ଡାଇ ତା ୫/୯- କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ପବିତ୍ର ଜନ୍ମାଷ୍ଟମୀ ସମାରୋହରେ ପାଳିତ ହୋଇଯାଇଛି । ପୂରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତ୍ୟୁଷରୁ ପ୍ରଭୁ ରାଧାରମଣ ପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ଗୋପେଶ୍ୱର ମହାଦେବ ଓ ପ୍ରଭୁ ହନୁମାନଜୀଉଙ୍କ ଯଥା ଵିଧି ପୂଜାର୍ଚନା କରାଯାଇଥିଲା । ଏଇ ଅବସରରେ ଭଜନ ଜଣାଣ ଓ ନାମସଂକ୍ରିତନ କରାଯାଇଥିଲା । ଏଥିରେ ବାବାଜୀ ସର୍ବଶ୍ରୀ ନରହରି ଦାସ, ପ୍ରଭୁ ଦାସ ନୃସିଂହ ଦାସ, ପତିତପାବନ ଦାସ, ଅଚ୍ୟୁତାନନ୍ଦ ଦାସ, ଅଜୟ ଦାସ, ସରସ୍ବତୀ ଶିଶୁ ମନ୍ଦିର ପ୍ରଧାନଆଚାର୍ଯ୍ୟ ପ୍ରଭୁଦତ୍ତ ଦାଶ, ଓକିଲ ସଂଘ ପୂର୍ବତନ ସଭାପତି ତପନ ମିଶ୍ର, ଟୁଟୁ ମିଶ୍ର, ବିଭୁତି ଭୂଷଣ ଦାଶ, ପୁରୁଷୋତ୍ତମ ବେହେରା ଓ ଦେବାଶିଷ ପଣ୍ଡା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନିରାକାର ପଣ୍ଡା ଅମ୍ଭୁଜଭୂଷଣ ନାୟକ, ମୃତ୍ୟୁଞ୍ଜୟ ସୂତାର ସୂତାର,ରାଧାରମଣ ପ୍ରସାଦ ନାୟକ ପରିଚାଳନା କରିଥିଲେ ।
