
ପଟ୍ଟାମୁଣ୍ଡାଇ ତା ୦୪/୦୯- ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ଶିକ୍ଷା ମନ୍ଦିର ଅଧ୍ୟକ୍ଷ ପ୍ରଭୁଦତ୍ତ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ସ୍କୁଲ ସମ୍ପାଦକ ଶିକ୍ଷା ବିତ ଅମ୍ବୁଜଭୂଷଣ ନାୟକ ସହକାରୀ ଆଚାର୍ଯ୍ୟା ସୁଲୋଚନା ମିଶ୍ର ଓ ଆଚାର୍ଯ୍ୟ ବିଜୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା ଓ ଗୁରୁ ଭକ୍ତି ସଂସ୍କାର ଓ ସଦାଚାର ଉପରେ ଆଲୋକପାତ କରିଥିଲେ । ଏଇ ଅବସରରେ କୁନି କୁନି ଛାତ୍ର ଛାତ୍ରୀମାନେ ଗୁରୁ ଗୁରୁ ମା ମାନଙ୍କୁ ପୂଜନ କରିଥିଲେ ।ଏଇ ଅବସରରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଶେଷରେ ମୃତ୍ୟୁଞ୍ଜୟ ସୂତାର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ଆଚାର୍ଯ୍ୟା ସୁଜ୍ଞାନୀ ପାଢ଼ୀ ଚିନ୍ମୟୀ ବିଶ୍ୱାଳ,ମମତା ଦେ, ଡଲି ଦାସ, ବିଶ୍ବରୂପା ବିଶ୍ଵାଳ, ସଙ୍ଗୀତା ପ୍ରଧାନ, ସୁଚିତ୍ରା ମହାନ୍ତି ପରିଚାଳନା କରିଥିବାବେଳେ ସ୍ୱାଗତିକା ସ୍ୱାଇଁ, ସ୍ମିତା ଦାସ ସସ୍ମିତା ନନ୍ଦୀ, ସୁଭାଷିନୀ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
