ପଟ୍ଟାମୁଣ୍ଡାଇ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ୧୨୬ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

blank
କେନ୍ଦ୍ରାପଡ଼ା, ୧୬/୩ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛିି। ଏହି ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଶିବିରରେ ମୋଟ ୧୨୬ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ ୧୦୨ଟି ବ୍ୟକ୍ତିଗତ ଓ ୨୪ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଜଣଙ୍କୁ ୧୦ ହଜାରଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ୭ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା । ଅଭିଯୋଗ ଗୁଡିକ ମଧ୍ୟରେ ସାମାଜିକ ସୁରକ୍ଷା ବିଭାଗ, ସାମାଜିକ କଲ୍ୟାଣ, ଶିକ୍ଷା, ବିଦ୍ୟୁତ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି, ଅବକାରୀ, ଯୋଗାଣ ବିଭାଗ, କ୍ରୀଡା, ସ୍ୱାସ୍ଥ୍ୟ,ଖଣିଜସମ୍ପଦ ଆଦି ବିଭାଗର ଅଭିଯୋଗ ରହିଥିଲା। ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ପାଇଁ ଉପ ଜିଲାପାଳ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି,ଉପଜିଲାପାଳ ଅରୁଣ ନାୟକ, ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା, ଉପ ଜିଲାପାଳ ଅରୁଣ ନାୟକ, ପଟ୍ଟାମୁଣ୍ଡାଇ ବିଡ଼ିଓ ଶିତଳ ଅଗରଓାଲ, ତହସିଲଦାର ପଂଚାନନ ନାୟକଙ୍କ ସମେତ ଜିଲାସ୍ତରୀୟ ବ୍ଲକ ସ୍ତରୀୟ କ୍ଷେତ୍ରୀୟ ଅଧିକାର ମାନେ ଉପସ୍ଥିତ ଥିଲେ ।

ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ

blank
ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ସଭାପତି ତଥା କାଉନସିଲର ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ ସହ ଏକ ପ୍ରତିନିଧିଦଳ ପଟ୍ଟାମୁଣ୍ଡାଇ ଅଂଚଳରେ ୨୦୦୩ ମସିହାରୁ ଚକବନ୍ଦି କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଜନସାଧାରଣଙ୍କୁ ଚକ ଚିହ୍ନଟ କରାଯାଇନାହିଁ ।ତୁରନ୍ତ ଚକ ଚିହ୍ନଟ କରାଇବାକୁ ଦାବୀ କରିବା ସହିତ ସରକାରୀ କାର୍ଯ୍ୟାଳୟରେ ପି ସି କାରବାର ଓ ବିଭିନ୍ନ ଅଫିସରେ ଲାଞ୍ଚ କାରବାର ବନ୍ଦ କରିବା, ପଟ୍ଟାମୁଣ୍ଡାଇ କଲେଜରେ ଦ୍ୱିତୀୟ ଥର ସୁବର୍ଣ୍ଣ ଜୟନ୍ତୀ ପାଳନ, ମିଳିତ ଜନଶୁଣାଣୀ ଶିବିରରେ ପୌର ପରିଷଦ ଅଧ୍ୟକ୍ଷଙ୍କୁ ଡକା ନଯିବା ଏବଂ ଗୁରୁତ୍ୱପୂର୍ଣ୍ଣ ମିଳିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ଅନୁପସ୍ଥିତ ରହିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ଅଳପୁଆର ମୁଖ୍ୟା ରାସ୍ତା କଡାରୁ ତୁରନ୍ତ ମଦ ଦୋକାନ ହଟାଇବା ପାଇଁ ସରପଞ୍ଚ ପ୍ରତିନିଧି ରଶ୍ମିକାନ୍ତ ବେହୁରା, ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ, ତରଡ଼ିପାଳ ସରପଞ୍ଚ ନିରଞ୍ଜନ ବାରିକ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା ବନ୍ୟାରେ କ୍ଷତିଗସ୍ତ ଜଳସମ୍ପଦ ବିଭାଗ ପୋଲ ପୁନଃ ନିର୍ମାଣ ଓ ଏଲ ପି ଜି ଗ୍ୟାସ କଳା ବଜାରୀ ବନ୍ଦ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ବଡ଼ ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ ମେଗା ପାନୀୟ ଜଳ ପ୍ରକଳ୍ପ ଅସମ୍ପୂର୍ଣ୍ଣ,ପାଇପ ସଂଯୋଗ ହୋଇ ନଥିବାରୁ ଗୃହ ମାନଙ୍କୁ ପାନୀୟ ଜଳ ଯୋଗାଣ ବନ୍ଦ, ୧୪ନଂ କେନାଲ ବନ୍ଧରେ ନବ ନିର୍ମିତ ଗୋବିନ୍ଦପୁର ନପଙ୍ଗ ପିଚୁ ରାସ୍ତା ମରାମତି ପୂର୍ତ୍ତ ବିଭାଗ ନପଙ୍ଗ ବନ୍ଧସାହି ରାସ୍ତା ମାପ ଓ ବାଟିପଡା ୨ନଂ ୱାର୍ଡରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଦିହୁଡିପୁର ସରପଞ୍ଚ ନରେଶ ମଲିକ ବିଦ୍ୟୁତ ଓ ଜଳନିଷ୍କାସନ ଦୂର ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ । ପେଣ୍ଠପାଳ ପୂର୍ବତନ ସରପଞ୍ଚ କୈଳାଶ ସେଠୀ ପଂଚାୟତର ୫୭ଜଣ ହରିଶ୍ଚନ୍ଦ୍ର ଯୋଜନାରେ ସରକାରୀ ସହାୟତା ପ୍ରଦାନ ଓ ଏମ ଏନ ଆର ଇ ଜି ଏସ ଚୂଡାନ୍ତ ବିଲ ପ୍ରଦାନ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ ।ଯୁବ ନେତା ଜ୍ୟୋତିପ୍ରକାଶ ପ୍ରଧାନ ଧାନ ମଣ୍ଡିରେ ଚାଷୀମାନଙ୍କ ସମସ୍ୟା ଦୂର ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ ।

Next Post

ପୁସ୍ତକ କବିତା କସ୍ତୁରୀ ଉନ୍ମୋଚିତ

Mon Mar 16 , 2026
କେନ୍ଦ୍ରାପଡ଼ା,୧୬ା୩:ସଦଗୁରୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଐତିହାସିକ ଜଳୈାକା ଆନନ୍ଦଧାମରେ ବାବାଙ୍କ ଆଶ୍ରିତ ମହାବୀର ସତ୍ୟସେବା ମଣ୍ଡଳର ଗୁରୁଭାଇ କେଶବ ସେଠୀଙ୍କ ତୃତୀୟ ସୃଷ୍ଟି କବିତା ପୁସ୍ତକ “କବିତା କସ୍ତୁରୀ” ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ପଣ୍ଡିତ ହୃଷୀକେଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କଟକ ରାଧାନାଥ ଉଚ୍ଚତର ଶିକ୍ଷାନୁଷ୍ଠାନର ସହକାରୀ ପ୍ରାଧ୍ୟାପକ ଡ଼. ଅଭୟ କୁମାର ରାଉତ ମୁଖ୍ୟ ଅତିଥି, କବି ମେଜର ଭରତ ଚନ୍ଦ୍ର ଜେନା ମୁଖ୍ୟବକ୍ତା, କବି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading