ବଗଡା ସ୍ପୋର୍ଟସ ଏକାଡେମୀ ଦ୍ୱାରା ଜାତୀୟ କ୍ରୀଡା ଦିବସ ପାଳିତ

blank
କେନ୍ଦ୍ରାପଡ଼ା,୩୦ା୮:କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଖେଳକୁଦ ଅନୁଷ୍ଠାନ ବଗଡା ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୧୦ଟାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରମାନଙ୍କ ଭିତରେ ଏକ କ୍ୟାରାମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ତୁଣପୁର ହାଇସ୍କୁଲର ସତ୍ୟମ ଓ ରମାକାନ୍ତଙ୍କ ଯୋଡି ଚମ୍ପିଆନ ହୋଇଥିବା ବେଳେ ବଗଡା ହାଇସ୍କୁଲର ମାନସ ଓ ନିର୍ମାଲ୍ୟ ରନର୍ସଅପ ହୋଇଥିଲେ। ମେରା ଯୁବଭାରତ ପକ୍ଷରୁ ଲକ୍ଷ୍ମୀକାନ୍ତ ଜେନାଙ୍କ ଦ୍ୱାରା ସମସ୍ତ ଖେଳପ୍ରେମୀ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ବଗଡା ପଞ୍ଚାୟତ ସରପଞ୍ଚ ସୁବନୀ ସାହୁ, ଖେଳଶିକ୍ଷକ ଉମାକାନ୍ତ କର, ପ୍ରଫୁଲ୍ଲ ପ୍ରଧାନ, କ୍ରୀଡା ସଂଗଠକ ଦିଲ୍ଲୀପ ସାହୁ, ସୁଚିତ୍ରା ମନ୍ତ୍ରୀ, ଭବାନୀ କର ପ୍ରମୁଖ ଅଂଶଗ୍ରହଣ କରି ଗାଁ ଗାଁରେ କ୍ରୀଡାର ଉନ୍ନତି ପାଇଁ ୟୁଥ କ୍ଲବ ଗୁଡିକର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅପରାହ୍ନରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଭଲିବଲ, ଖୋ ଖୋ ଓ କବାଡି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ସ୍ପୋର୍ଟସ ଏକାଡେମୀ ସମ୍ପାଦକ ଶକ୍ତିସ୍ୱରୂପ ସାହୁ ଓ ସଭାପତି ବାବୁନି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Next Post

କେନ୍ଦ୍ରାପଡା କଲେଜ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତକରଣ ପ୍ରକୋଷ୍ଠ ବୈଠକ

Sun Aug 30 , 2026
୨୦୨୬-୨୭ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କେନ୍ଦ୍ରାପଡ଼ା,୩୦ା୮:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତକରଣ ପ୍ରକୋଷ୍ଠର ପ୍ରଥମ ତ୍ରୈମାସିକ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାବିଦ୍ୟାଳୟର ଶିକ୍ଷାଗତ ଓ ପ୍ରଶାସନିକ କାର୍ଯ୍ୟକଳାପର ସମୀକ୍ଷା କରାଯିବା ସହିତ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବୈଠକର ପ୍ରାରମ୍ଭରେ ଅଧ୍ୟକ୍ଷ ତଥା ଆଇ.କ୍ୟୁ.ଏ.ସି.ର ସଭାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିସହିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading