ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ବୈଠକ

କେନ୍ଦ୍ରାପଡ଼ା,୨୮ା୪ : ନହଙ୍ଗ ପଞ୍ଚାୟତର ମା’ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଙ୍ଘର ଉପସଭାପତି ଦିବାକର ନାୟକ ସଭାପତିତ୍ୱ କରିଥିଲେ। ସହ ସମ୍ପାଦକ ନିକୁଞ୍ଜ ବିହାରୀ ପୃଷ୍ଟି ପୂର୍ବ ଅଧିବେସନର ବିବରଣୀ ପାଠ କରିଥିଲେ। ବୈଠକ ପ୍ରାରମ୍ଭରେ କାଶ୍ମୀରିର ପହେଲଗ୍ରାମରେ ଘଟିଥିବା ଆତଙ୍କୀ କାର୍ଯ୍ୟକଳାପକୁ ନିନ୍ଦା କରାଯିବା ସହ ଏଥିରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ବରିଷ୍ଠ ସଦସ୍ୟ ଗୋଲକ ଚନ୍ଦ୍ର ସାହୁ, କ୍ଷୀରୋଦ ଚନ୍ଦ୍ର ସାମଲ, ପ୍ରଫୁଲ୍ଲ କୁମାର ଜେନା, ନିରଞ୍ଜନ ବିଶ୍ୱାଳ ପ୍ରମୁଖ ଅବସରପରେ କେଉଁ କେଉଁ ଜନମଙ୍ଗଳ କାର୍ଯ୍ୟ କରାଯାଇପାରିବ ସେ ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ସଙ୍ଘର ସଦସ୍ୟମାନଙ୍କ ଦ୍ୱାରା ପ୍ରଦତ୍ତ ସହାୟତାରେ ଦୁସ୍ଥ, ପିଡିତ ଓ ନିର୍ଯ୍ୟାତିତ ଲୋକମାନଙ୍କୁ ସାହାଯ୍ୟ କରାଯିବା ସହିତ ଆହୁରି ଅନେକ ଜନହିତକର କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବାରମ୍ବାର ନିବେଦନ ସତ୍ୱେ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଉନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ସଙ୍ଘର ସଦସ୍ୟ ଜଗବନ୍ଧୁ ଦାସ, ଧୀରେନ କୁମାର ରଥ, ଗୈାରାଙ୍ଗ ଚରଣ ସାହୁ, କ୍ଷେତ୍ରବାସୀ ସାହୁ, ସୁରେନ୍ଦ୍ର କୁମାର ଦାସ, ବିଶ୍ୱନାଥ ବେହେରା, ଦୈତାରୀ ସେଠୀ ଓ ଗୁରୁଚରଣ କବି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Next Post

ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନବମ ଲିଗ୍ ମ୍ୟାଚରେ ସୂର୍ଯ୍ୟପ୍ରକାଶ ମଲ୍ଲିକ ମ୍ୟାନ ଅଫ ଦି ମ୍ୟାଚ

Mon Apr 28 , 2025
କେନ୍ଦ୍ରାପଡ଼ା,୨୮ା୪:କେନ୍ଦ୍ରାପଡ଼ା ଜିଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ନବମ ଦିନ ଲିଗ ମ୍ୟାଚ ସ୍କୁଲ-ବି ଓ ସ୍କୁଲ-ଏଫ ମଧ୍ୟରେ ଖେଳାଯାଇଥିଲା । ଏଥିରେ ସ୍କୁଲ-ବି ବିଜୟୀ ହୋଇଛି। ସ୍କୁଲ-ବିି ପ୍ରଥମେ ଟସ ଜିତି ବ୍ୟାଣ୍ଟି କରିଥିଲା। ସ୍କୁଲ-ବି ବ୍ୟାଟିଂ କରି ୨୪.୫ ଓଭରରେ ୧୫୧ ରନ୍ କରି ଅଲଆଉଟ ହୋଇଥିଲା। ଜବାବରେ ସ୍କୁଲ-ଏଫ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading