
କେନ୍ଦ୍ରାପଡ଼ା,୫ା୯:କେନ୍ଦ୍ରପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଉତ୍ସବ ଓ ସ୍ୱର ମହ୍ଳାର କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବସନ୍ତ କୁମାର ଦାସ ଗୁରୁପୂଜନ ଉତ୍ସବ ଉପରେ ସ୍ୱାଗତ ଭାଷଣ ଦେଇଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ମିହିର କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ବାଗ୍ମୀ ଓ ସମାଜସେବୀ ପ୍ରଶାନ୍ତ କୁମାର ଶତପଥୀ,ବିଶିଷ୍ଟ ଅତିଥି ଭାବେ ସମାଜସେବୀ ତ୍ରିଲୋଚନ ବରାଳ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ପ୍ରଫେସର ସରୋଜ କୁମାର ନାୟକ, ବିଶିଷ୍ଟ ବକ୍ତା ଭାବେ ବ୍ୟଙ୍ଗ କବି ସମ୍ପଦ କୁମାର ରଥ, ସମ୍ମାନୀତ ଅତିଥି ଭାବେ ବିଶ୍ୱଦେବ ସମାଜସେବା ସଭାପତି ସୁଶାନ୍ତ କୁମାର ଶତପଥୀ ଓ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଯୋଗଦେଇ ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ଓ ଗୁରୁଙ୍କ କର୍ତ୍ତବ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଗୁରୁମାନଙ୍କୁ ପୂଜନ କରାଯାଇଥିଲା। ଧୂପ ଦୀପ ଦେଇ ବନ୍ଦାପନା କରିଥିଲେ ପଦ୍ମାଳୟା ସାହୁ, ବନିତା ନାୟକ, ବବିନା ପଟ୍ଟନାୟକ, ରଶ୍ମିତା ସାମନ୍ତ ସିଂହାର ପ୍ରମୁଖ। ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂକିର୍ତ୍ତନ ମଣ୍ଡଳୀ ମାନଙ୍କ ଦ୍ୱାରା କୀର୍ତ୍ତନ ପରିବେଷଣ କରାଯାଇଥିଲା। ଓଡ଼ିଶାରୁ ୨ଶହ ଜଣ ଗୁରୁଙ୍କୁ ଗୁରୁଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥାପକ ଭାବେ ପ୍ରଦୀପ କୁମାର ବିହାରୀ କାର୍ଯ୍ୟ ନିର୍ବାହ କରିଥିବା ବେଳେ କଳାକାର ନିରାକାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ସୁଶାନ୍ତ କୁମାର ପରିଡ଼ା, ବିଜୟ କେତନ ସାହୁ, ଗାୟତ୍ରୀ ଗୀତାଞ୍ଜଳି ଦାସ, ଅନୀଲ କୁମାର ବାରିକ, ଥବିର ପ୍ରସାଦ ବିଶି, ଅମିତ କୁମାର ପ୍ରଧାନ ଓ ରଶ୍ମିପ୍ରଭା ସାହୁ ପ୍ରମୁଖ।
