ବିପର୍ଯ୍ୟସ୍ତ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳୀ , ସୁରକ୍ଷା ବଦଳରେ ବିପଦକୁ ଆମନ୍ତ୍ରଣ

blank
                                ଖଡିଅଣ୍ଟା ବାତ୍ୟା ଆଶ୍ରୟସ୍ଥଳ


ପଟ୍ଟାମୁଣ୍ଡାଇ, ୨୪/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡ଼ିଅଂଟା ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଅସୁରକ୍ଷିତ ଜରାଜୀର୍ଣ୍ଣ ହୋଇପଡିଛି । ଏହି ବିପଦପୂର୍ଣ୍ଣ କୋଠା ଛାତରୁ ପ୍ଲାଷ୍ଟର ଖସୁ ଥିବାରୁ ଶତାଧିକ ଛାତ୍ରୀଛାତ୍ର ଅସୁରକ୍ଷିତ ଅବସ୍ଥାରେ ସ୍କୁଲ ଜିନ ଆସିବା କରୁଛନ୍ତି । ଭବିଷ୍ୟତରେ ପିଲାଙ୍କ ପାଇଁ କାଳ ସାଜିପାରେ ବୋଲି ଅଭିଭାବକମାନଙ୍କ ଚିନ୍ତା ବଢିଛି । ସୁରକ୍ଷା ପାଇଁ ହୋଇଥିବା ଆଶ୍ରୟସ୍ଥଳ ଏବେ ଅସୁରକ୍ଷିତ ଅବସ୍ଥାରେ ବିପଦକୁ ଆମନ୍ତ୍ରଣ କରୁଛି । ଏପରି ଅବସ୍ଥାରେ ଅନେକ ଅଭିଭାବକମାନେ ସେଠାରେ ପିଲାମାନଙ୍କୁ ପଢିବାକୁ ଛାଡୁ ନାହାନ୍ତି। ବାରମ୍ବାର ଅଭିଯୋଗ ପରେ ଜିଲା ପ୍ରଶାସନର ଦୃଷ୍ଟି ଦେଉନଥିବା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି ।

blank
              ଭଙ୍ଗା ଆଶ୍ରୟ ସ୍ଥଳ ନିକଟରେ ସ୍କୁଲ ପିଲା ଖେଳୁଛନ୍ତି

ଗ୍ରାମର ସୁଭେନ୍ଦୁ ମହାନ୍ତି, କାହ୍ନୁଚରଣ ସାମଲ, ସରୋଜ ରାଉତ, ସୁଶାନ୍ତ ସାମଲ, ଅଜୟ ନାୟକ, ଅଶୋକ ମହାନ୍ତି ପ୍ରମୁଖ କୁହନ୍ତି ୧୯୯୯ ମହାବାତ୍ୟା ପରେ ଖଡ଼ିଅଂଟା ଗାଁ ସ୍କୁଲ ପରିସରରେ ଏକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇଥିଲା । ସେତେବେଳେ ଖଡିଅଂଟା ପ୍ରାଥମିକ ବିଦ୍ୟାଳୟ ଘର ଅଭାବରୁ କୁନିକୁନି ପିଲାମାନେ ବାତ୍ୟା ଆଶ୍ରୟସ୍ଥଳୀରେ ବସି ପାଠ ପଢୁଥିଲେ। ପ୍ରାୟ ୧୦ ବର୍ଷ ହେବ ଆବଶ୍ୟକ ମରାମତି ଅଭାବରୁ ବାତ୍ୟା ଆଶ୍ରୟସ୍ଥଳୀଟି ଧିରେ ଧିରେ ଅସୁରକ୍ଷିତ ହୋଇ ପଡିଛି । ଏହି ୨ ମହଲା ବିଶିଷ୍ଟବାତ୍ୟା ଆଶ୍ରୟସ୍ଥଳ ଗୃହଟିରୁ ସିମେଂଟ ଖଣ୍ଡ ଖସୁଥିବା ବେଳେ ଝରକା କବାଟ ଭାଙ୍ଗି ଯାଇଛି । ବିପତି ସମୟରେ ଏଠାରେ ଲୋକମାନେ ଆଶ୍ରୟ ନେବା ଆଉ ସମ୍ଭବପର ନୁହେଁ । ଏହି କୋଠାର ତଳ ମହଲା ଅର୍ଥାତ୍ ଗୋରୁଙ୍କ ପାଇଁ ଉଦ୍ଦିଷ୍ଟ ଗୁହାଳଟିରେ କେହି ବସାଉଠା କରିବାକୁ ସାହସ କରୁନାହାନ୍ତି । ଏହାର ପାଖରେ ଖଡ଼ିଅଂଟା ପ୍ରାଥମିକ ବିଦ୍ୟାଳୟ ରହିଛି । ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀର ପିଲା ପାଠ ପଢ଼ୁଛନ୍ତି । ପିଲାମାନେ ସେଠାରେ ଖେଳକୁଦ ମଧ୍ୟ କରୁଛନ୍ତି । କିନ୍ତୁ ଏହି କୋଠାଟି ବିପଦସଙ୍କୁଳ ବୋଲି କୌଣସି ସୂଚନା ଫଳକ ଲଗାଯାଇନାହିଁ । ତେବେ କେତେବେଳେ ଯେ ଦୁର୍ଘଟଣା ନ ଘଟିବ ତାହା କହିହେବ ନାହିଁ । ତେଣୁ ଉକ୍ତ କୋଠାଟିକୁ ମରାମତି କିମ୍ବା ତୁରନ୍ତ ଭାଙ୍ଗି ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବିଡିଓ ଶିତଳ ଅଗରୱାଲା ଅଭିଯୋଗ ପାଇଲି କ୍ଷେତ୍ର ପରିଦର୍ଶନ ପରେ ପଦେକ୍ଷେପ ନିଆଯିବ ।

Next Post

ପରମାଣୁ ଶକ୍ତିକୁ ଆଗକୁ ନେବାରେ ବାଜପେୟୀଙ୍କ ଅବଦାନ ଥିଲା ଅତୁଳନୀୟ

Thu Dec 25 , 2025
ପଟ୍ଟାମୁଣ୍ଡାଇ ଶ୍ରୀରାମ ସେନା ପକ୍ଷରୁ ବାଜପେୟୀଙ୍କ ଜନ୍ମବାର୍ଷିକୀ ପାଳନ ଓ ରକ୍ତଦାନ ଶିବିର ପଟ୍ଟାମୁଣ୍ଡାଇ ୨୫/୧୨ -ଭାରତ ରତ୍ନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ ପାଳନ ଅବଶରରେ ଶ୍ରୀରାମ ସେନା ପକ୍ଷରୁ ଗୁରୁବାର ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟକ କର୍ମକର୍ତା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading