ଶ୍ରୀଗୋପାଳଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ


କେନ୍ଦ୍ରାପଡ଼ା,୫ା୯:କେନ୍ଦ୍ରାପଡ଼ା ବ୍ଲକର ଲାହାଖଣ୍ଡ ଭରତପୁର ଗ୍ରାମ ମକ୍କଦ୍ଦମ ପରିବାରର କୁଳଦେବତା ପ୍ରଭୁ ଶ୍ରୀଗୋପାଳଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଶ୍ରୀଜୀଉଙ୍କ ମନ୍ଦିରର ପୂଜକ ସରୋଜକାନ୍ତ ପତିଙ୍କ ଦ୍ୱାରା ସକାଳୁ ଶ୍ରୀଜୀଉଙ୍କୁ ପୂଜା କରାଯାଇ ବିଶେଷ ଭାବରେ ସଜ୍ଜିତ କରାଯାଇଥିଲା। ଶ୍ରୀଜୀଉଙ୍କୁ ଆଳତୀ ଓ ଭୋଗ ଅର୍ପଣ କରାଯାଇଥିଲା। ଏହାପରେ କୂଳପୂରୋହିତ ଗଦାଧର ମହାପାତ୍ର ଶ୍ରୀଜୀଉଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରିବା ସହିତ ୧୦୮ତୁଳସୀ ଅର୍ପଣ କରିଥିଲେ। ରାତ୍ରରେ ହୋମଯଜ୍ଞ ଅନୁଷ୍ଠିତ ହୋଇ ଆହୂତୀ ପ୍ରଦାନ କରାଯାଇଥିଲା। ଶ୍ରୀଜୀଉଙ୍କ ପାଖରେ ଭୋଗ ଲାଗି କରାଯାଇଥିଲା। ଭଜନ ଓ ଜଣାଣ ପରେ ନାମ ସଙ୍କୀର୍ତ୍ତନ କରାଯାଇଥିଲା ବୋଲି ଶ୍ରୀଜୀଉଙ୍କ ଦାୟିତ୍ୱରେ ଥିବା ଅବସରପ୍ରାପ୍ତ ଆଇନୀ ଅଧିକାରୀ ପ୍ରବୋଧ କୁମାର ଦାସ ସୂଚନା ଦେଇଛନ୍ତି।

Next Post

ପିଏମଶ୍ରୀ କୋରୋ ହାଇସ୍କୁଲରେ ଗୁରୁଦିବସ ପାଳିତ

Sat Sep 5 , 2026
କେନ୍ଦ୍ରାପଡ଼ା,୫ା୯: ପିଏମଶ୍ରୀ କୋରୋ ପଞ୍ଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁପୂଜନ ଆୟୋଜନ କରାଯାଇଥିଲା। ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ଚିଠି ମୁତାବକ ସ୍ଥାନୀୟ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ଦାଶ, ବସନ୍ତ କୁମାର ନାୟକ, ଶରତ ଚନ୍ଦ୍ର ବିଶ୍ୱାଳ, ହରେକୃଷ୍ଣ ସିଂହ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସମ୍ବର୍ଦ୍ଧିତ ଶିକ୍ଷକମାନେ ଉପାଦେୟ ଅଭିଭାଷଣ ପ୍ରଦାନ କରିଥିଲେ। […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading