କେନ୍ଦ୍ରାପଡା ବ୍ଲକରେ ପାନୀୟ ଜଳ ସମସ୍ୟା ନେଇ ମହିଳାଙ୍କ ପ୍ରତିବାଦ , ପ୍ରଶାସନିକ ଅଧିକାରୀଙ୍କୁ ଘେରାଉ କଲେ ମହିଳା

blank
କେନ୍ଦ୍ରାପଡ଼ା,୨୬ା୩:ପାନୀୟଜଳ ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ବ୍ଲକରେ ଗୁରୁବାର ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। କେନ୍ଦ୍ରାପଡା ବ୍ଲକରେ ସାମାଜିକ ସମୀକ୍ଷା ବୈଠକ ଚାଲିଥିବା ବେଳେ ବିଡ଼ିଓ ଅଭିଷେକ ସ୍ୱାଇଁ ଓ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ମହିଳାମାନେ ପାନୀୟ ଜଳ ସମସ୍ୟା ନେଇ ଘେରାଉ କରି ପ୍ରତିବାଦ କରିଥିଲେ। ବ୍ଲକ୍‌ର ଉନ୍ନତିମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ଗ୍ରାମାଞ୍ଚଳର ମୁଖ୍ୟ ସମସ୍ୟା ପ୍ରତି ପ୍ରଶାସନର ଆଗ୍ରହ ନଥିବା ସେମାନେ ଅଭିଯୋଗ କରିଥିଲେ। ବୈଠକରେ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଏନେଇ ବିଡ଼ିଓ ଶ୍ରୀ ସ୍ୱାଇଁଙ୍କ ସମେତ ପଞ୍ଚୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ତାଗିଦ କରିଦେଇଥିଲେ। ଲୋକଙ୍କ ସମସ୍ୟା ସମାଧାନରେ ଅବହେଳା କରାଗଲେ ଦରମା ବନ୍ଦ କରାଯିବ ବୋଲି ଶ୍ରୀ ମଲ୍ଲିକ ଚେତାବନୀ ଦେଇଥିଲେ। ଓସ୍ତପୁର ପଞ୍ଚାୟତର ଶତାଧିକ ମହିଳା ବାଲ୍ଟି ଓ ଗରା ଧରି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜୋରଦାର ପ୍ରତିବାଦ କରିଥିଲେ। ପିଇବା ପାଣିର ଅଭାବରେ ସେମାନେ ଡହଳବିକଳ ହେଉଥିବା ବେଳେ, ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନରେ କେନ୍ଦ୍ରାପଡା ବ୍ଲକ ପରିସରରେ ଥିବା ପ୍ରଶାସନିକ ଅଧିକାରୀମାନେ କିଛି ସମୟ ପାଇଁ ସମସ୍ୟାରେ ପଡ଼ିଯାଇଥିଲେ। ଏନେଇ ବିଡ଼ିଓ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ସମସ୍ୟା ସମ୍ପର୍କରେ ସେ ପୂର୍ବରୁ ଅବଗତ ନଥିଲେ। ଖୁବ୍‌ଶୀଘ୍ର ପାନୀୟଜଳ ସମସ୍ୟାର ସମାଧାନ କରାଯିବ। ଅଧିକାରୀମାନଙ୍କ ପ୍ରତିଶୃତି ପରେ ମହିଳାମାନେ ଫେରିଯାଇଥିଲେ।

Next Post

ମା’ବାସନ୍ତୀକ ଅଷ୍ଟମୀ ପୂଜା ମହାସମାରୋହରେ ଅନୁଷ୍ଠିତ

Thu Mar 26 , 2026
କେନ୍ଦ୍ରାପଡ଼ା,୨୬ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର- ପାରାଚକ ଗ୍ରାମରେ ମା’ ବାସନ୍ତୀକ ଦୁର୍ଗାଦେବୀଙ୍କ ୭୪ତମ ବାର୍ଷିକ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ଷଷ୍ଠାଧିକଳ୍ପାରମ୍ଭ, ବିଲ୍ୱାଧିବାସ ଓ ଦେବୀ ଆମନ୍ତ୍ରଣ କରାଯିବା ପରେ ବୁଧବାର ମହାସପ୍ତମୀ ପୂଜା, ଅଷ୍ଟୋତ୍ତର ଶତକଳସ ଯାତ୍ରା, ନବପତ୍ରିକା ପ୍ରବେଶ, ଘଟସ୍ଥାପନ, ସପ୍ତମୀ ବିହିତ ମହାସ୍ନାନ, ଦେବୀଙ୍କ ଚକ୍ଷୁଦାନ, ପ୍ରାଣପ୍ରତିଷ୍ଠା, ସପ୍ତମୀ ବିହିତ ପୂଜା ଓ ଚଣ୍ଡୀପାଠ କରାଯାଇଛି। ଗୁରୁବାର ମହାଷ୍ଟମୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading