
କେନ୍ଦ୍ରାପଡ଼ା,୧୫ା୩:ବିଶ୍ୱ ଖାଉଟି ଅଧିକାର ଦିବସ ପାଳନ ଅବସରରେ ଆଜି କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା ଗୋପ (ୱାର୍ଡ ନମ୍ବର ୫) ରେ ଅବସ୍ଥିତ ସେଣ୍ଟଜାଭିୟର ସ୍କୁଲ୍ ପରିସରରେ ଜିଲ୍ଲା ସ୍ତରୀୟ ଖାଉଟି ଅଧିକାର ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଆୟୋଜିତ ସଭାରେ ଜିଲ୍ଲା ଉପନିୟନ୍ତ୍ରକ ବୈଧମାପ ବିଜ୍ଞାନ ବିଭାଗ କେନ୍ଦ୍ରାପଡା ଲିଳାମୟ ଦତ୍ତମୁଖ୍ୟ ବକ୍ତା ଭାବରେ ଯୋଗଦେଇ ନୂତନ ବୈଧମାପ, ଓଜନର ନିୟମ ବିଷୟରେ ଭିଡିଓ ଚିତ୍ର ମାଧ୍ୟମରେ ଉପସ୍ଥିତ ଉପଭୋକ୍ତା ମାନଙ୍କୁ ବୁଝାଇଥିଲେ । ଏବଂ ଖାଉଟି ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ନାରାୟଣ ରାଉତ ଉପଭୋକ୍ତା ମାନଙ୍କୁ ସବୁ ସମୟରେ ବିଶେଷ କରି ଦ୍ରବ୍ୟ କିଣିବା ସମୟରେ ସଠିକ୍ ଓଜନ ଏବଂ କିଣିବା ପାଇଁ ଅନୁରୋଧ କରିଥିଲେ । ବିଦ୍ୟାଳୟର ଉପଧ୍ୟକ୍ଷା ସୁଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ନୂତନ ଖାଉଟି ସୁରକ୍ଷା ଆଇନ ବିଷରେ ସଚେତନ ରହିବା ସହିତ ଗ୍ରାମଞ୍ଚଳର ନୀରିହ ଖାଉଟି ମାନଙ୍କୁ ଶୋଷଣ କରିଥିବା ବ୍ୟବସାୟୀ ମାନଙ୍କ କବଳରୁ ରକ୍ଷା କରିବା ପାଇଁ ସାହାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ଉକ୍ତ ସଭାରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଖାଉଟି ସଂଗଠନର ସଂପାଦକ ମନୋଜ କୁମାର ଶତପଥି ସଭାପତିତ୍ୱ କରିଥିଲେ । ତାଙ୍କ ବକ୍ତବ୍ୟରେ ପ୍ରତେକ ସଚେତନ ଖାଉଟି ଠକାମିରେ ଶିକାର ହେଲେ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ରେ ଅବସ୍ଥିତ ଖାଉଟି ପରାମର୍ଶ କେନ୍ଦ୍ରକୁ ଆସି ନିଜର ଅସୁବିଧାର ନିରାକରଣ ପାଇଁ ପରାମର୍ଶ ନେବା ସହ ଖାଉଟି ସୁରକ୍ଷା ନୂତନ ଆଇନ ୨୦୧୯ ଅନୁଯାଇ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖାଉଟି ମକଦମା ଦାଏର କଲେ କୈାଣସି କୋର୍ଟ ଫି ଆଉଦେବାକୁ ପଡିବନାହିଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ବିକାଶ ଚନ୍ଦ୍ର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ଠକାମିର ଶିକାର ହେଉଥିବା ଖାଉଟି ମାନଙ୍କୁ ସହାଯ୍ୟ ସହଯୋଗକରିବାକୁ ପରାମର୍ଶ ଦେଇଥିଲେ । ଯୋଗ ଶିକ୍ଷକ ସଞ୍ଜୟ ମଥାନ ଧନ୍ୟବାଦ ଅର୍ପଣ କରିବା ସହିତ ଉକ୍ତ ସଭାରେ ଶତାଧିକ ଛାତ୍ରଛାତ୍ରୀ ମହିଳା ସଂଗଠନର କର୍ମକର୍ତ୍ତା କୃଷକ ଶ୍ରମିକ ଉପସ୍ଥିତ ଥିଲେ ।
