
ପଟ୍ଟାମୁଣ୍ଡାଇ ତା ୧୫/୩- କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବରେ ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରି ରାଜ୍ୟ ସ୍ତରକୁ ମନୋନୀତ ହେବା ସହିତ ସ୍କୁଲର ଗୌରବ ବୃଦ୍ଧି କରିଛନ୍ତି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବରେ ଜିଲ୍ଲାର ୧୧ଟି ହାଇସ୍କୁଲ ଯୋଗ ଦେଇଥିଲେ । ଏମ ଏନ ହାଇସ୍କୁଲର ୪୦ଜଣ ପିଲା ବିଭିନ୍ନ ବିଭାଗରେ ଭାଗ ନେଇ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ପୌରହିତ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ ମହାକାଳପଡା ବିଧାୟକ ଡ଼ ଦୂର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ଅଧକ୍ଷା ଲିଳିତା ଦାସ, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ସ୍ଵାଗତିକା ସ୍ୱାଇଁ ଓ ଶୁଭସ୍ମିତା ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପି ଏମ ଶ୍ରୀ ଏମ ଏନ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ପ୍ରଧାନଶିକ୍ଷକ ଅଶୋକ ରାଉତରାୟ, ସହକାରୀ ଶିକ୍ଷକ ସରୋଜ ସ୍ୱାଇଁ, ଅଶୋକ ଦାଶ,ତାପସ ବେହେରା, ଅନିତା ଧଳ,ଶଶାଙ୍କଶେଖର ସାହୁ ଅଭିଷେକ ନାୟକ,ବିନୋଦ ନାଥ ବିନୋଦ ଜେନା,ଗୋମତୀ ସ୍ୱାଇଁ ଜ୍ୟୋତିଲଷ୍ମୀ ବେହେରା, ଶାଶ୍ଵତୀ ଶୁଭଦର୍ଶନୀ ସାହୁ, ରଶ୍ମିତା ତରାଇ,ତପସ୍ୱିନୀ ମଲ୍ଲିକ ମାର୍ଗ ଦର୍ଶନ ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସମ୍ଭବ ହୋଇଛି ।
