ସାହିତ୍ୟ ସଂସଦ ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ ଓ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ଜୟନ୍ତୀ ପାଳିତ

blank
କେନ୍ଦ୍ରାପଡ଼ା,୨୩ା୪: କେନ୍ଦ୍ରାପଡ଼ା ଜିଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ୱ ପୁସ୍ତକ ଦିବସ ଓ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ୮୭ ତମ ଜୟନ୍ତୀ ସମାରୋହ ସ୍ଥାନୀୟ ପବ୍ଲିକ ରିଡିଂ ରୁମରେ ପରିସରରେ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶିକ୍ଷାବିତ ଅଜୟ କୁମାର ସାମଲ, ମୁଖ୍ୟବକ୍ତା ଭାବେ କ୍ରାଷ୍ଟ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଡ. ଚୈତନ୍ୟ ଚରଣ ପରିଡ଼ା, ସାହିତ୍ୟ ସଂସଦର ସଂପାଦକ ଶୁଭାଂଶୁ କୁମାର ଦାସ, ଉପସଭାପତି ଆଇନ୍‌ଜୀବୀ ପ୍ରଦୀପ ଦାସ ଯୋଗଦେଇ ବିଶ୍ୱ ପୁସ୍ତକ ଦିବସ ଓ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ଜୀବନ ସଂଗ୍ରାମ ସାହିତ୍ୟ କୃତି ଓ ସମାଜ ପ୍ରତି ଥିବା ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ ସଂସଦର ସଂଗଠନ ସଂପାଦକ ଆଦିକନ୍ଦ ରାଉଳ, ସହ ସଂପାଦକ ଶ୍ରୀଧର କୁମାର ଭୋଳ, କୋଷାଧ୍ୟକ୍ଷ ପ୍ରକୃତିବନ୍ଧୁ ନୃସିଂହ ଚରଣ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ଶରତ କୁମାର ରାଉତ, ଗୟାଧର ଧଳ, କାର୍ତ୍ତିକ ସ୍ୱାଇଁ ପ୍ରମୁଖ ବ୍ରହ୍ମାନନ୍ଦ ପ୍ରେମୀମାନେ ଉପସ୍ଥିତ ରହି ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅଣୁକବି ବ୍ରହ୍ମାନନ୍ଦ ଦାସ ଶିକ୍ଷା ଓ ଶିକ୍ଷକମାନଙ୍କ ନିମନ୍ତେ ସଂଗ୍ରାମକରି କାର୍ତ୍ତିକ ଚରଣ ନାୟକଙ୍କ ସହିତ ୭ଦିନ ଜେଲ ବରଣ କରିଥିଲେ । ସେ କେବଳ ସମାଜ ଓ ସାହିତ୍ୟ ସଂଗଠନ ପ୍ରତିଥିବା ଅତୁଳନୀୟ ଅବଦାନ ପର୍ଯ୍ୟନ୍ତ ଚିର ସ୍ମରଣୀୟ ହୋଇ ରହିବ ଓ କେନ୍ଦ୍ରାପଡାର ସମସ୍ତ ସାହିତ୍ୟ ଅନୁଷ୍ଠାନ ତାଙ୍କ ମାଧ୍ୟମରେ ଗଠନ କରାଯାଇଥିଲା ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଜାମ୍ମୁ କାଶ୍ମୀର ସନ୍ତ୍ରାବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ୱରର ପ୍ରଶାନ୍ତ କୁମାର ଶତପଥିଙ୍କ ସମେତ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଅନ୍ୟ ପର୍ଯ୍ୟଟକମାନଙ୍କ ପ୍ରତି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏଥି ସହିତ ବରିଷ୍ଟ ସାମ୍ବାଦିକ ନାରାୟଣ ଚଦ୍ର ସାହାଣୀଙ୍କ ବିୟୋଗରେ ି ରଜନୀକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ପହଲଗମ ଆତଙ୍କି ହମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

Wed Apr 23 , 2025
କେନ୍ଦ୍ରାପଡ଼ା,୨୩ା୪ : ବଳଦେବସେନା ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଜମ୍ମୁ ଓ କାଶ୍ମୀରର ପହଲଗମରେ ଆତଙ୍କି ଆକ୍ରମଣରେ ପ୍ରାଣ ହରାଇଥିବ ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରି ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ସମୂହ ଦୀପଦାନ କରାଯାଇଛି। ସେବକ ନୃଷିଂହ ପ୍ରସାଦ ପତ୍ରୀ କହିଥିଲେ ଯେ ଆତଙ୍କବାଦୀ ମାନେ ନିରୀହ ପର୍ଯ୍ୟଟକଙ୍କୁ ତାଙ୍କର ଧର୍ମ ପଚାରି ଗୁଳି ମାରିଥିଲେ ଏହି ଅମାନୁଷିକ କାର୍ଯ୍ୟକଳାପ ପାଇଁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading