ଲଗାଣବର୍ଷା ପବନରେ ଉପୁଡଲା ଗଛ,୨ଟି ବାଇକ ଭାଂଗିଲା


ପଟ୍ଟାମୁଣ୍ଡାଇ ୨୩/୯ – ଗତ କିଛି ଦିନ ହେବ ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁଁ ପଟ୍ଟାମୁଣ୍ଡାଇ ଅଞ୍ଛଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାସ୍ତାଘାଟରେ ପାଣିର ସୁଅ ଛୁଟୁଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏହି ବର୍ଷା-ପବନର ପ୍ରକୋପ ମଧ୍ୟରେ ପଟ୍ଟାମୁଣ୍ଡାଇସ୍ଥିତ ମୁଖ୍ୟ ଷ୍ଟେଟ ବ୍ୟାଙ୍କ ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବ୍ୟାଙ୍କ ପାଖରେ ଥିବା ଏକ ବିରାଟ କଦମ୍ଭ ଗଛ ହଠାତ୍ ଉପୁଡ଼ି ପଡ଼ିଥିଲା। ଗଛଟି ସେଠାରେ ରଖାଯାଇଥିବା ଦୁଇଟି ବାଇକ୍ ଉପରେ ପଡ଼ିବାରୁ ଗାଡ଼ି ଦୁଇଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର୍ ହୋଇଯାଇଛି। ଗଛଟି ଉପୁଡ଼ିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ସୌଭାଗ୍ୟବଶତଃ ଗଛଟି ସିଧାସଳଖ କାହା ଉପରେ ନପଡ଼ିବାରୁ ଏକ ବଡ଼ ଧରଣର ଦୁର୍ଘଟଣା ଏଡ଼ାଇ ଯାଇଛି ଏବଂ ସମସ୍ତେ ଅଳ୍ପକେ ବର୍ତି ଯାଇଛନ୍ତି। ସ୍ଥାନୀୟ ଲୋକ ପୌରକର୍ମଚାରିଙ୍କ ସହାୟତାରେ ରାସ୍ତାରୁ ଗଛ ହଟାଯାଇ ଯାତାୟାତ ସ୍ୱାଭାବିକ କରାଯାଇଛି।

Next Post

ପୋଖରୀରେ ବୁଡ଼ି ୧୧ ବର୍ଷର ନାବାଳକ ଛାତ୍ରଙ୍କ ମୃତ୍ୟୁ,

Wed Sep 23 , 2026
ପଟ୍ଟାମୁଣ୍ଡାଇ ୨୩/୯ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ପେଣ୍ଠପାଳ ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟିଯାଇଛି। ପୋଖରୀରେ ବୁଡ଼ି ଜଣେ ୧୧ ବର୍ଷୀୟ ନାବାଳକ ଛାତ୍ରଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ହେଉଛନ୍ତି ପେଣ୍ଠପାଳ ଗ୍ରାମର ତାପସ ବିଶ୍ୱାଳଙ୍କ ୧୧ ବର୍ଷର ପୁଅ ପ୍ରକାଶ ବିଶ୍ୱାଳ ବୋଲି ଜଣାପଡିଛି। ପ୍ରକାଶ ପେଣ୍ଠପାଳ ପ୍ରୋଜେକ୍ଟ ସ୍କୁଲରେ ପଂଚମ ଶ୍ରେଣୀରେ ପଢ଼ୁଥିଲେ। ବୁଧବାର କୌଣସି କାରଣବଶତଃ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading