କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି

blank
କେନ୍ଦ୍ରାପଡ଼ା,୧୪ା୩:କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସପ୍ତମ ବାର୍ଷିକ ଉତ୍ସବ ପାଇଁ ଶେଷ ପ୍ରସ୍ତୁତି ବୈଠକ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଖଡିଅଙ୍ଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତା, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଓ ପ୍ରସ୍ତୁତି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସାଧାରଣ ସମ୍ପାଦକ ନରୋତ୍ତମ ଜେନା ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ଆଗାମୀ ବାର୍ଷିକ ଉତ୍ସବର ପୂର୍ଣ୍ଣ ସଫଳତା କାମନା କରିଥିଲେ। ଏହି ବୈଠକରେ ଉତ୍ସବ ଉପଲକ୍ଷେ ଗଠନ କରାଯାଇଥିବା ବିଭିନ୍ନ କମିଟିର ସଦସ୍ୟମାନେ ସେମାନଙ୍କ କାର୍ଯ୍ୟାଧାରା ଓ ଅଗ୍ରଗତିର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଉପଦେଷ୍ଟା ଡା.ବିଶ୍ୱପ୍ରକାଶ କାନୁନଗୋ, କାର୍ଯ୍ୟକାରୀ ସଭାପତି ଫକୀର ଚରଣ ଖଟୁଆ, ଉପସଭାପତି ସୟଦ ଅକମଲ ଅଲ୍ଲୀ, ପ୍ରହଲ୍ଲାଦ ମଲ୍ଲ, ଯୁଗ୍ମସମ୍ପାଦକ ଅକ୍ଷୟ କୁମାର ନାୟକ ପ୍ରମୁଖ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଉପଯୁକ୍ତ ମାର୍ଗଦର୍ଶନ ଦେବା ସହ ଉତ୍ସବରେ ଅଧିକ ସଂଖ୍ୟାରେ ସଦସ୍ୟ ଓ ସଦସ୍ୟାଙ୍କ ଉପସ୍ଥିତି ନିମନ୍ତେ ଗୁରୁତ୍ୱାରୋପ କରିଥିଲେ। ଚଳିତମାସ ୧୮ତାରିଖ ବୁଧବାର ସକାଳ ୧୦ଟା ସୁଦ୍ଧା ମାଧପୁରସ୍ଥିତ ଅମରଉଦ୍ୟାନରେ ସମସ୍ତେ ପହଞ୍ଚିବା ପାଇଁ ନିବେଦନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ସମ୍ପାଦକ ରବିନ୍ଦ୍ରନାଥ ବାରିକ, ଅଦୈତ କୁମାର ଦାସ, ନୁରୁଲ ଅମିନ୍‌, ନିତ୍ୟାନନ୍ଦ ସୁଆର, ପରମାନନ୍ଦ ସେଠୀ, ଗଗନବିହାରୀ ସ୍ୱାଇଁ, ବିଷ୍ଣୁ ଚରଣ ପତି, ଗଗନବିହାରୀ ମନ୍ତ୍ରୀ, ଶୈଳେନ୍ଦ୍ରନାଥ ମହାନ୍ତି, ବସନ୍ତ କୁମାର ଓଝା, ଧିରେନ କୁମାର ଦାଶ, କିଶୋର ଚନ୍ଦ୍ର ପରିଡା, ପ୍ରଦ୍ୟୁମ୍ନ ବେହେରା, ଘନଶ୍ୟାମ ପଣ୍ଡା, କୃଷ୍ଣ ଚନ୍ଦ୍ର ସାହୁ, ପ୍ରସନ୍ନ କୁମାର ବେହେରା, ବିଜୟ କୁମାର ସ୍ୱାଇଁ, ରାଜେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ପ୍ରତିନିଧି ସଦସ୍ୟ,ସଦସ୍ୟାମାନେ ପୂର୍ବରୁ ପାଇଥିବା ପରିଚୟପତ୍ର ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଥିଲା।ଉତ୍ସବ ସମ୍ପର୍କରେ ଅଧିକ ଜାଣିବା ପାଇଁ ସମ୍ପାଦକଙ୍କ ମୋବାଇଲ ନମ୍ବର-୯୩୩୭୧୩୬୪୬୦ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Next Post

କେନ୍ଦ୍ରାପଡାରେ ବଳଦେବଜୀଉ ଜ୍ୟୋତିଯାତ୍ରା ଓ ତୁଳସୀକ୍ଷେତ୍ର ପରିକ୍ରମା

Sun Mar 15 , 2026
କେନ୍ଦ୍ରାପଡ଼ା,୧୫ା୩:ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଜ୍ୟୋତିଯାତ୍ରା ଓ ତୁଳସୀକ୍ଷେତ୍ର ପରିକ୍ରମା ରବିବାର ପ୍ରଥମଥର ପାଇଁ କେନ୍ଦ୍ରାପଡାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ତଥା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇ ରଥଦାଣ୍ଡରେ ପୂଜାର୍ଚ୍ଚନା କରାଯାଇଥିଲା। ହୂଳହୋଳି ଓ ହରିବୋଲ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading