କେନ୍ଦ୍ରାପଡ଼ା ତହସିଲରେ ଜିଲ୍ଲାପାଳଙ୍କ ରାଜସ୍ୱ ଜନଶୁଣାଣି ଶିବିର

blank
କେନ୍ଦ୍ରାପଡ଼ା,୧୩ା୧୧:କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟରେ ଗୁରୁବାର ଜିଲ୍ଲାପାଳଙ୍କ ରାଜସ୍ୱ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ତତ୍ୱାବଧାନରେ ଜିଲ୍ଲାରେ ପ୍ରଥମ ଥରପାଇଁ ୧୨ ନଭେମ୍ବରରୁ ରାଜସ୍ୱ ଜନଶୁଣାଣି ଶିବିର ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ଜନଶୁଣାଣିରେ ମୋଟ ୮୮ ଟି ରାଜସ୍ୱ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଅଭିଯୋଗ ଗୁଡିକ ମଧ୍ୟରେ ମୁଖ୍ୟତଃ ମାପ ଚୁପ, ଦାଖଲ ଖାରଜ, ଜବର ଦଖଲ ଇତ୍ୟାଦି ମାମଲା ପଞ୍ଜିକୃତ ହୋଇଥିଲା। ଚଳିତ ମାସ ଜିଲ୍ଲାପାଳଙ୍କ ସମେତ ଦୁଇ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ନେଇ ରାଜସ୍ୱ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ। ରାଜସ୍ୱ ସଂକ୍ରାନ୍ତୀୟ ଯଦି କୌଣସି ଅଭିଯୋଗ କିମ୍ବା ସମସ୍ୟା ଥାଏ ତେବେ ଧାର୍ଯ୍ୟ ତାରିଖ ଦୀନ ପୂର୍ବାହ୍ନ ସାଢେ ଦଶଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ନିଜ ତହସିଲ କାର୍ଯ୍ୟାଳୟକୁ ଆସି ସମସ୍ୟା ଜଣାଇପାରିବେ। ୧୨ ତାରିଖ ଦିନ ରାଜନଗର ତହସିଲରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର ମଲ୍ଲିକ ଉପସ୍ଥିତ ରହି ଜନଶୁଣାଣି କରିଥିଲେ। ସୂଚନା ଯୋଗ୍ୟ ଯେ ଆସନ୍ତା କାଲି ଅର୍ଥାତ୧୪ ତାରିଖରେ ଗରଦପୁର ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ନବକୃଷ୍ଣ ଜେନା ରାଜସ୍ୱ ଜନଶୁଣାଣିରେ ଯୋଗଦେବାକୁ ଥିବା ବେଳେ ୧୫ ତାରିଖରେ ଆଳି ତହସିଲରେ ଉପଜିଲ୍ଲାପାଳ ଅରୁଣ ନାୟକ,୧୮ ତାରିଖରେ ଡେରାବିଶ ତହସିଲରେ ଜିଲ୍ଲାପାଳ ଶ୍ରୀ ଆୟାର,୧୯ ତାରିଖରେ କନିକା ତହସିଲରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ )ରବୀନ୍ଦ୍ର ମଲ୍ଲିକ,୨୦ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲରେ ଉପଜିଲ୍ଲାପାଳ ଶ୍ରୀ ନାୟକ,୨୬ ତାରିଖରେ ମହାକାଳପଡ଼ା ତହସିଲରେ ଉପଜିଲ୍ଲାପାଳ ଶ୍ରୀ ନାୟକ ଏବଂ ୨୮ ତାରିଖରେ ମାର୍ଶାଘାଇ ତହସିଲରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକୃଷ୍ଣ ଜେନା ରାଜସ୍ୱ ଜନଶୁଣାଣି ଶିବିରରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ।

Next Post

ଦିଲ୍ଲୀ ବିଷ୍ପୋରଣ ପରେ କେନ୍ଦ୍ରାପଡା ପୋଲିସ ସଜାଗ , ଜିଲ୍ଲାରେ ହାଇ ଆଲର୍ଟ ଜାରି, ଆତଙ୍କୀଙ୍କ ପାଇଁ ସମୁଦ୍ର ପଥ ସହଜ

Thu Nov 13 , 2025
କେନ୍ଦ୍ରାପଡ଼ା,୧୩ା୧୧: ଦିଲ୍ଲୀର ଲାଲକିଲ୍ଲା ଅଂଂଚଳରେ ହୋଇଥିବା ଭୟଙ୍କର ବିସ୍ଫୋରଣ ପରେ, ଓଡିଶା ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କତା ଅବଲମ୍ବନ କରିଛନ୍ତି। ଉପକୂଳ ଅଂଚଳରେ ସତର୍କ ସୂଚନା ଜାରି କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ସେହିପରି କେନ୍ଦ୍ରାପଡ଼ା ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି। ମହାକାଳପଡ଼ା ଓ ରାଜନଗର ବ୍ଲକରେ ଥିବା ସାମୁଦ୍ରିକ ଥାନାଗୁଡିକୁ ଆଲର୍ଟ ଜାରି କରାଯାଇଛି ।ଜିଲ୍ଲାର ୧୬ଟି ଥାନା ଅଂଚଳରେ ସୋମବାର ସକାଳୁ ନାକାବନ୍ଦୀ ଆରମ୍ଭ ହୋଇଛି। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading