ପଟ୍ଟାମୁଣ୍ଡାଇ ପୌରପରିଷଦରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

blank
ପଟ୍ଟାମୁଣ୍ଡାଇ ତା ୨୩/୯- ପଟ୍ଟାମୁଣ୍ଡାଇ ପୌର ପରିଷଦରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।  ଏହି କାର୍ଯ୍ୟକ୍ରମ ଗତ ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିବ ।  ଏହି କାର୍ଯ୍ୟକ୍ରମର ୭ମ ଦିବସରେ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଏକ ଜନସଚେତନ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।  ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁଙ୍କ ନିର୍ଦେଶରେ ପୌର ପରିଷଦ ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାଶଙ୍କ ନେତୃତ୍ୱରେ ଏହି ସଚେତନତା ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ପୌର ପରିଷଦ କାର୍ଯ୍ୟାଳୟ ଠାରୁ ବାହାରି ନିଜକୁ ପରିଷ୍କାର ରଖିବା ସଂଗେ ସଂଗେ ପରିବେଶ କୁ ସ୍ୱଚ୍ଛ ରଖିବା, ପଲିଥିନ ଏବଂ ପ୍ଲାଷ୍ଟିକ ବ୍ୟବହାର କରିବା ନାହିଁ, ଅଳିଆ ଆବର୍ଜନାକୁ ଏଣେ ତେଣେ ନ ଫିଙ୍ଗି ପୋୖରପାଳିକା ଗାଡ଼ିରେ ଦେବା ଆଦି ସ୍ଲୋଗାନ ଦେଇ ସବଡିଭିଜନ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଯାଇ ଜନସଚେତନା ସୃଷ୍ଟି କରାଯାଇଥିଲା । ଏଥିରେ ପୌର ପରିଷଦ ପରିମଳ ବିଶେଷଜ୍ଞ ପ୍ରଭଞ୍ଜନ ସ୍ୱାଇଁ, ପରିମଳ ନିରୀକ୍ଷକ ପ୍ରଫୁଲ୍ଲ ଦାଶ, ସମ୍ପଦ ପରିଚାଳିକା ପୁଷ୍ପାଞ୍ଜଳି ପାତ୍ର, ଅମିତା ପ୍ରିୟ ଦର୍ଶନୀ ପ୍ରଧାନ,ସରୋଜ ପଣ୍ଡା, ମନୋରଞ୍ଜନ ଦାଶ,ଗଙ୍ଗାଧର ନାୟକ, ହୃଷିକେଶ ନାଥ, ସ୍ୱାସ୍ଥ୍ୟକେନ୍ଦ୍ର ପି ଏଚ ଓ ସ୍ନେହଲତା ମହାନ୍ତି, ନୃସିଂହ ଦାଶ ପ୍ରମୁଖ ପୌର ପରିଷଦ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ କର୍ମୀ ଯୋଗ ଦେଇଥିଲେ ।  ଏହା ପରେ ସ୍ୱଚ୍ଛକର୍ମୀ ମାନଙ୍କ ପାଇଁ ପୋୖର ପରିଷଦ କାର୍ଯ୍ୟଳୟ ପରିସରରେ ଏକ ସଫେଇ ମିତ୍ର ସୁରକ୍ଷା ଶିବିର ଆୟୋଜନ କରାଯାଇଥିଲା ।

Next Post

୨୦ ହଜାର ଲାଞ୍ଚ ମାମଲାରେ ତହସିଲଦାର ଭିଜିଲାନ୍ସ ଦ୍ୱାରା ଗିରଫ

Tue Sep 23 , 2025
କେନ୍ଦ୍ରାପଡ଼ା,୨୩ା୯:ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ ଦୁନୀତି ନିବାରଣ ବିଭାଗ ଦ୍ୱାରା ମଙ୍ଗଳବାର ଗିରଫ ହୋଇଛନ୍ତି। ଶ୍ରୀ ମଲ୍ଲିକଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କେନ୍ଦ୍ରାପଡ଼ା ଦୁର୍ନୀତି ନିବାରଣ କାର୍ଯ୍ୟାଳୟକୁ ନେଇଥିଲେ। ପରେ ତାଙ୍କୁ କଟକସ୍ଥିତ ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟାଳୟକୁ ନେଇଥିଲେ। ଶ୍ରୀ ମଲ୍ଲିକଙ୍କୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading