ଓଡିଶୀ ନୃତ୍ୟ ଓ ସଂଗୀତରେ ବିମୋହିତ ହେଲେ ଦର୍ଶକ

ଗଡମେକର୍ ଶାରଦୀୟ ନୃତ୍ୟାଞ୍ଜଳି’୨୫ ସମର୍ପିତ

blank

ପଟ୍ଟାମୁଣ୍ଡାଇ ୯/୧୦ – ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଙ୍ଗଠନ (ଗଡମେକର) ପକ୍ଷରୁ ଶାରଦୀୟ ନୃତ୍ୟାଞ୍ଜଳି’୨୦୨୫ ସମର୍ପିତ ହୋଇଯାଇଛି। ଗଡମେକର୍ ପ୍ରତିଷ୍ଠାତା ନିର୍ଦ୍ଦେଶକ ଗୀତିକବି ତଥା ଗୁରୁଶ୍ରୀ ସୁଶାନ୍ତ ପାଣିଙ୍କ ସଂଯୋଜନା ତଥା ନୃତ୍ୟଗୁରୁଶ୍ରୀ ବିଜୟ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠାନର ଦୂରଦର୍ଶନ ସ୍ୱୀକୃତିପ୍ରାପ୍ତ ନୃତ୍ୟଶିଳ୍ପୀ ସୁଶ୍ରୀ ବୈଶାଖୀ ରାଉତ ସ୍ମୃତିପ୍ରିୟା ପ୍ରଧାନ ରୀତା ସେଠୀ, ସମ୍ପୂର୍ଣ୍ଣାଇନ୍ଦୁ ପାଣିଙ୍କ ଦ୍ୱାରା ଶାରଦୀୟ ଶକ୍ତି ଉତ୍ସବରେ ପ୍ରଦର୍ଶିତ ଗଡମେକର୍ ନୃତ୍ୟାଞ୍ଜଳି ଥିଲା ଅତ୍ୟନ୍ତ ଚିତାକର୍ଷକ। ଏଥିରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ସୁପ୍ରସିଦ୍ଧ ଲୀଳା-କୀର୍ତନ “ନିମାଇଁ ସନ୍ନ୍ୟାସ” ପ୍ରଦର୍ଶନ, ଯାହା ଦର୍ଶକଙ୍କ ଆଖିରୁ ଲୁହ ଝରାଇବାରେ ସମର୍ଥ ହୋଇଥିଲା। ଏଥି ସହିତ କେନ୍ଦ୍ରାପଡ଼ାର ସୁପ୍ରସିଦ୍ଧ ପାଟୁଆ ନାଚ, ଓଡ଼ିଶୀ ନୃତ୍ୟ ନାଟିକା କୃଷ୍ଣଲୀଳା, ମହିଷାମର୍ଦ୍ଦିନୀ, ଓ ସମ୍ବଲପୁରୀ ନୃତ୍ୟ ଆଦିର ପରିବେଷଣ ସମସ୍ତେ ଦର୍ଶକ ମଣ୍ଡଳୀଙ୍କୁ ଆତ୍ମବିଭୋର କରିପାରିଥିଲା। ଏହି ନୃତ୍ୟାର ଭାରତ ସରକାରଙ୍କ ବୃତିପ୍ରାପ୍ତ ଶିଳ୍ପୀ ପ୍ରତୀକ୍ଷା ମହାନ୍ତି, ଏମଡି ଆକାଂକ୍ଷା ପଣ୍ଡା ଏବଂ ବିଶ୍ୱମୋହିନୀ ଦାସ, ବର୍ଷାରାଣୀ ମଲିକ, ପୂଜା ମଲିକ, ଶୁଭଶ୍ରୀ ସେଠୀ, ଅନୁଷ୍କା ସ୍ୱାଇଁ, ଶୁଭଦର୍ଶିନୀ ପାଢ଼ୀ, ଦୀପିକା ପ୍ରଧାନ, ଲକ୍ଷ୍ମୀପ୍ରିୟା ଦାସ ପ୍ରମୁଖ ୩୦ ଜଣ ଶିଳ୍ପୀଙ୍କ ମନୋଜ୍ଞ କଳା ପରିବେଷଣ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥବା ବେଳେ ଏବର୍ଷ ଶାରଦୀୟ ଆସରକୁ ରୁଦ୍ଧିମନ୍ତ ଓ ମୁଖରିତ କରିଥିଲା ।

Next Post

ନିର୍ଦ୍ଧିଷ୍ଟ ଯୋଜନା ଅଭାବରୁ ବଢୁଛି ଦାଦନ ସମସ୍ୟା , ଉର୍ବର ଚାଷଜମି ବେଣାମୟ,ଚାଷୀ ଆଖିରେ ଲୁହ

Fri Oct 10 , 2025
ଚାଷଜମିକୁ ବେଣାମୁକ୍ତ କରି କୃଷି ଭିତିକ ଶିଳ୍ପ କରାଯାଉ ପଟ୍ଟାମୁଣ୍ଡାଇ ୧୦/୧୦-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ଥିବା ଶହ ଶହ ଏକର ଉର୍ବର ଚାଷଜମୀ ବେଣା ଜଙ୍ଗଲରେ ପରିପୂର୍ଣ୍ଣ ହୋଇପଡିଛି । ଚାଷ ଜମି ବେଣା ମୟ ହୋଇ ପଡିବା ଫଳରେ କୌଣସି ଫସଲ କରି ନପାରି ଚାଷୀ କ୍ଷତିଗସ୍ତ ହେଉଛି । ଯାହାକୁ ନେଇ ଚାଷୀ ଚାଷରୁ ବିମୁଖ ହୋଇ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଉଛନ୍ତିା କୃଷି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading