
କେନ୍ଦ୍ରାପଡା ୭/୭ – କେନ୍ଦ୍ରାପଡ଼ା ଜିଲ୍ଲାରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୁବ ସ୍ୱାଭିମାନ ପକ୍ଷରୁ ଶ୍ୟାମସୁ୍ନ୍ଦରପୁର ଗ୍ରାମପଞ୍ଚାୟତ, ପୁରୁଷୋତ୍ତମପୁର ଗ୍ରାମର ସ୍ୱର୍ଗତଃ କାର୍ତ୍ତିକ ସେଠୀ (୩୯) ଙ୍କ ଅସହାୟ ପରିବାରକୁ ନଗଦ ୨୦ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଖବର ମୁତାବକ ଗତ ଜୁନ ୮ ତାରିଖ ରବିବାର ଦିନ ପୋଖରୀ ରେ ବୁଡ଼ି କାର୍ତ୍ତିକ ଙ୍କ ମୃତ୍ୟୁ ଘଟିଥିଲା। ପରିବାର ରେ ଅସହାୟ ସ୍ତ୍ରୀ ଏବଂ ୩ ଗୋଟି ଛୋଟ ଛୋଟ ନିରୀହ ଛୁଆ। ଅସମୟରେ ବାପା ଚାଲିଗଲା ପରେ ପିଲା ମାନଙ୍କୁ ଦେଖିଲେ ମନର କୋହ ସମ୍ଭାଳି ହେବନି। ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ପକ୍କାଘର ନାହିଁ ଏବଂ ରାସନ୍ କାର୍ଡ ସୁବିଧା ମଧ୍ୟ ନାହିଁ। ସରକାରୀ ସହାୟତା ରୁ ବଞ୍ଚିତ ହେତୁ ବାରଘର ମାଗି ଯାଚି ପିଲା ମାନଙ୍କ ଭୋକ ମେଣ୍ଟାଉଛି ସ୍ୱାମୀ ଛେଉଣ୍ଡ ଅସହାୟ ମା। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଭାପତି ଇଂ. ସ୍ମୃତି ରଞ୍ଜନ ଜେନା ଙ୍କ ନେତୃତ୍ୱ ରେ ସୁରେଶ ପୃଷ୍ଟି, ମନୋଜ ଓଝା, ଚିତ୍ତରଞ୍ଜନ ସାହାଣୀ, ସନତ ନାୟକ, ସାରଦା ପ୍ରସନ୍ନ ରାଉତ, ମାନସ ପ୍ରଧାନ, ଅମରେନ୍ଦ୍ର ଦାସ, ମନୋଜ ସାହୁ, ଗିତିରଞ୍ଜନ ସାହୁ, ରମେଶ ଦାସ, ମଣି ପ୍ରସାଦ ସେଠୀ, କମଳାକାନ୍ତ ସେଠୀ, ସଞ୍ଜୀବ ଦାସ, ଅଜୟ ଦାସ, ପ୍ରକାଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
