ଆନ୍ତର୍ଯାତିକ ସମବାୟ ବର୍ଷ ୨୦୨୫ ପାଳନ ଓ କର୍ମଶାଳା

blank
କେନ୍ଦ୍ରାପଡା ୧/୭: କେନ୍ଦ୍ରାପଡା ନିୟନ୍ତ୍ରୀତ ବଜାର କମିଟି ଆନୁକୁଲ୍ୟରେ ଆନ୍ତର୍ଯାତିକ ସମବାୟ ବର୍ଷ ୨୦୨୫  ପାଳନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡା ଉପନିବନ୍ଧକ ସମବାୟ ସମିତି ସମୁହଙ୍କ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡ. ପ୍ରଭଞ୍ଜନ କବି ସହକାରୀ ମତ୍ସ୍ୟ ଅଧିକାରୀ ମୋନାଲିସା ମଣ୍ଡଳ, ପାଟକୁରା ଶାଖା ପରିଚାଳକ ଦୁର୍ଗା ମାଧବ ନନ୍ଦ ଉପସ୍ଥିତ ରହି ଏନସିଇଏଲ, ଏନସିଓଏଲ, ବିବିଏସଏସଏଲ, ଏଟିଏଲ, ସିଏସଇ, ପ୍ରଧାନମନ୍ତ୍ରୀ ଫସଲବିମା ବିଷୟରେ ଆଲୋକପାତ କରିଥିଲେ । ହରେ କୃଷ୍ଣ ରାଇସ ପ୍ରୋସେସିନ ଏକ୍ସପୋର୍ଟ ତରଫରୁ ସଂଗ୍ରାମ କର ଓ ତାଙ୍କ ସହକର୍ମୀ ଉପସ୍ଥ୍‌ିତ ରହି ଜୈବିକ ସାର ଉପକାରିତା ଓ ପ୍ରୟୋଗ ସମ୍ବଦ୍ଧରେ ପ୍ରାଥମିକ ସମବାୟ ସମିତି କୃଷି ସମ୍ପାଦକ ମାନଙ୍କୁ ବୁଝାଇଥିଲେ । ଉପନିବନ୍ଦକ ପ୍ରଭାକର ନାୟକ ଓ ସହକାରୀ ନିବଦ୍ଧକ ଯୋଗେନ୍ଦ୍ରନାଥ ବିଶ୍ୱାଳ ଉପସ୍ଥିତ ରହି ସମବାୟର ସୁଦୁର ପ୍ରସାରୀ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ଉପନିବନ୍ଧକ ଓ ସହକାରୀ ନିବନ୍ଧକ କାର୍ଯ୍ୟାଳୟର କର୍ମଚାରୀମାନେ କର୍ମଶାଳା ଆୟୋଜନରେ ସହେଯାଗ କରିଥିଲେ । ବିନୟ ରଞ୍ଜନ ବଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳା ଆୟୋଜନ ପୂର୍ବରୁ ସ୍ୱଚ୍ଛଭାରତ ଅଭିଯାନର ସଂଦେଶ ପୂର୍ବକ ନିୟନ୍ତ୍ରୀତ ବଜାର କମିଟି ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Next Post

ରଥ ଦାଣ୍ଡରେ ଉଷାରାଣୀ ସଂଗୀତ ସଦନର ନୃତ୍ୟ ପରିବେଷଣ

Tue Jul 1 , 2025
କେନ୍ଦ୍ରାପଡା ୧/୭: କେନ୍ଦ୍ରାପଡାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଉଷାରାଣୀ ସଙ୍ଗୀତସଦନ ପକ୍ଷରୁ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଅବସରରେ ମାଉସୀମା ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଭାତ କୁମାର ସିଂହଙ୍କତତ୍ତ୍ୱାବଧାନରେ ଏବଂ ବର୍ଷା ପ୍ରିୟଦର୍ଶନୀ ମି୍‌ଶ୍ରଙ୍କ ନିର୍ଦ୍ଦେଶନାରେ ଅନିଷ୍ଠାନର ନୃତ୍ୟଶିଳ୍ପୀମାନେ ଉଚ୍ଚ କୋଟିର ନୃତ୍ୟ ପରିବେଷଣ କରି ଉପସ୍ଥ୍‌୍‌ିତ ଥିବା ଦର୍ଶକମାନଙ୍କୁ କିଛି ସମୟ ପାଇଁ ବିମୋହିତ କରିଥିଲେ । ନୃତ୍ୟଶିଳ୍ପୀ ମୈତ୍ରୀ ମିଲନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading