ରାଜସ୍ୱ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ତହସିଲସ୍ତରରେ ସେପ୍ଟେମ୍ବରମାସର ଅଭିଯୋଗ ଶୁଣାଣି

blank
କେନ୍ଦ୍ରାପଡ଼ା,୭ା୯:କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ତହସିଲସ୍ତରରେ ବିଚାରାଧୀନ ରାଜସ୍ୱ ସମ୍ପର୍କିତ ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ ଏବଂ ଜନସାଧାରଣଙ୍କୁ ନିଜ ଅଭିଯୋଗ ଉପସ୍ଥାପନ ପାଇଁ ସୁଯୋଗ ପ୍ରଦାନ ନିମନ୍ତେ ପ୍ରତି ମାସରେ ତହସିଲସ୍ତରରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଅଭିଯୋଗ ଶୁଣାଣି କରାଯାଉଛି। ଏହି ପରିପ୍ରେକ୍ଷୀରେ ସେପ୍ଟେ୍ଟମ୍ବରମାସ ପାଇଁ ଅଭିଯୋଗ ଶୁଣାଣିର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାପାଳ ରଘୁରାମ ଆର. ଆୟର୍ ୧୦ ସେପ୍େଟମ୍ବରରେ କେନ୍ଦ୍ରାପଡ଼ା ତହସିଲରେ ଅଭିଯୋଗ ଶୁଣାଣି କରିବେ।ସେହିପରି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ୧୯ ସେପ୍ଟେ୍ଟମ୍ବରରେ ପଟ୍ଟାମୁଣ୍ଡାଇ ତହସିଲରେ ଏବଂ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା ୯ ସେପ୍ଟେମ୍ବରରେ ରାଜକନିକା ତହସିଲରେ ଓ ୨୩ ସେପ୍ଟେ୍ଟମ୍ବରରେ ରାଜନଗର ତହସିଲରେ ଅଭିଯୋଗ ଶୁଣାଣି କରିବେ।ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ୯ ସେପ୍ଟେ୍ଟମ୍ବରରେ ମାର୍ଶାଘାଇ ତହସିଲରେ ଅଭିଯୋଗ ଶୁଣାଣି କରିବେ। ସମସ୍ତ ଅଭିଯୋଗ ଶୁଣାଣି ପୂର୍ବାହ୍ନ ସାଢେ ୧୦ଟାରେ ଅନୁଷ୍ଠିତ ହେବ। ଏହି ଅଭିଯୋଗ ଶୁଣାଣିରେ ରାଜସ୍ୱ ସମ୍ପର୍କିତ ଅଭିଯୋଗ ଥିବା ଜନସାଧାରଣ ନିର୍ଦ୍ଧାରିତ ତାରିଖ ଓ ସ୍ଥାନରେ ଉପସ୍ଥିତ ରହି ନିଜ ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Next Post

କେନ୍ଦ୍ରାପଡାରେ ଅନୁଷ୍ଠିତ ହେଲା ବ୍ୟାଡମିଣ୍ଟନ ଆସୋସିଏସନର ପଞ୍ଚମ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟ

Mon Sep 7 , 2026
କେନ୍ଦ୍ରାପଡା, ୬/୯: ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ କେନ୍ଦ୍ରାପଡା ପକ୍ଷରୁ ଆୟୋଜିତ ପଞ୍ଚମ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି କେନ୍ଦ୍ରାପଡା ମଲ୍ଟି ପରପସ୍ ଇନଡୋର ଷ୍ଟାଡିୟମଠାରେ ଉତ୍ସାହ ଓ ଆଡମ୍ବରପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ୧୩ରୁ କମ, ୧୫ରୁ କମ ଓ ୧୭ରୁ କମ ବାଳକ ଏବଂ ବାଳିକା ବିଭାଗରେ (ବିଏସ ଓ ଜିଏସ) କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading