କେନ୍ଦ୍ରାପଡ଼ାରେ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

blank
କେନ୍ଦ୍ରାପଡ଼ା,୧୪ା୯: ଆସନ୍ତା ୧୭ ସେପ୍ଟମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଏହି ଉପଲକ୍ଷେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ଼ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋରଞ୍ଜନ ରାଉତ, ଏଡ଼ିଏମଓ଼ (ମେଡିକାଲ) ଡା. ପି. କେ. ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ଡା. ଗୌରାଙ୍ଗ ଚରଣ ଗିରି, ଡା. ଶ୍ୟାମସୁନ୍ଦର ଟୁଡୁଙ୍କ ସମେତ ଜିଲ୍ଲା ପ୍ରୋଗ୍ରାମ ପରିଚାଳକ ଡା. ମନୋରଞ୍ଜନ ସାହୁ ପ୍ରମୁଖ ବ୍ୟାପକ ଆଲୋଚନା କରିଛନ୍ତି। ପ୍ରଶାସନିକ ଅଧିକାରୀ ଦିଲୀପ କୁମାର ନାୟକ, ଫାଇନାନସିଆଲ ଅଫିସର ଆଶୁତୋଷ ତ୍ରିପାଠୀ, ଜିଲ୍ଲା ଆକାଉଣ୍ଟସ ମ୍ୟାନେଜର ସର୍ବେଶ୍ୱର ପ୍ରଧାନ, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡା, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଏପିଡେମିଓ଼ଲୋଜିଷ୍ଟ ଡା. ଅଶୋକ କୁମାର ସାହୁ, ଡ଼ିପିଏଚସିଓ଼ ଶୁଭ ନାରାୟଣ ନାୟକଙ୍କ ସମେତ ସମସ୍ତ ମେଡିକାଲ ଅଫିସର ଇନଚାର୍ଜ, ବି ପି ଏମ, ବି ଡ଼ି ଏମ, ପି ଏଚ ଇ ଓ଼, ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସମସ୍ତ ସହକାରୀ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଭିଯାନ ଜିଲ୍ଲାର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଉପକେନ୍ଦ୍ର , ଗ୍ରାମାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ,ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର- କେନ୍ଦ୍ରାପଡ଼ା ଓ଼ ପଟ୍ଟାମୁଣ୍ଡାଇ, ସବ ଡିଭିଜନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପଟ୍ଟାମୁଣ୍ଡାଇ, ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରାପଡ଼ାରେ ଶିଶୁ କନ୍ୟାଠାରୁ ଆରମ୍ଭ କରି ସମସ୍ତ ମହିଳା ଯେକୌଣସି ବୟସ ନିର୍ବିଶେଷରେ ଏହି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କର ଅଣ ସଂକ୍ରାମକ ରୋଗର ପରୀକ୍ଷା, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ମାଧ୍ୟମରେ ଚିକିତ୍ସାସେବା, ରକ୍ତହୀନତାର ପରୀକ୍ଷା, କୁଷ୍ଠ ଓ଼ ଯକ୍ଷ୍ମା ଆଦି ରୋଗର ପରୀକ୍ଷା ଓ଼ ତା’ର ଚିକିତ୍ସାରେ ସାମିଲ ହୋଇପାରିବେ। ଏହି ଅଭିଯାନରେ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହେବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି କି ସେମାନେ ଆସିବା ସମୟରେ ସେମାନଙ୍କର ଆଧାର କାର୍ଡ କିମ୍ବା ଆଭା ଆଇଡି ସାଙ୍ଗରେ ନେଇଆସିବେ। ଯାହାଫଳରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଳ୍ପ ସମୟ ମଧ୍ୟରେ ସେମାନଙ୍କ ପଞ୍ଜିକରଣ ଚରାଯାଇ ଆବଶ୍ୟକୀୟ ପରୀକ୍ଷା ଓ଼ ଚିକିତ୍ସା କରାଯାଇପାରିବ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଇନ୍ଦୋର ଠାରେ ସେପଟେମ୍ବର ୧୭ ତାରିଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେହିପରି ରାଜ୍ୟ ଓ଼ ଜିଲ୍ଲା ମହିଳା ଓ଼ ଶିଶୁ ବିଭାଗ ପକ୍ଷରୁ ପୋଷଣ କାର୍ଯ୍ୟକ୍ରମ ମଧ୍ୟ ଏଥିରେ ସାମିଲ ହୋଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତିଙ୍କ ସମେତ ସମସ୍ତ ସି ଡ଼ି ପି ଓ଼ ଓ଼ ଜିଲ୍ଲା ସ୍ତରର କର୍ମଚାରୀ ବୈଠକରେ ସାମିଲ ଥିଲେ। ଆଶା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଜନସାଧାରଣ ସହଯୋଗ କରି ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନ କୁ ସଫଳ କରିବେ।

Next Post

କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ଦକ୍ଷତା ବିକାଶ କର୍ମଶାଳା

Sun Sep 14 , 2025
କେନ୍ଦ୍ରାପଡ଼ା,୧୪ା୯:ଓଡିଶା ରାଜ୍ୟ ସମବାୟ ୟୁନିଅନ ଆନୁକୁଲ୍ୟରେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ ଦକ୍ଷତା ବିକାଶ କର୍ମଶାଳା ବ୍ୟାଙ୍କର ମୁଖ୍ୟ ଶାଖା ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତି ସମବାୟର ଆଦ୍ୟ ପ୍ରବର୍ତ୍ତକ ଉତ୍କଳ ଗୈାରବ ମଧୁବାବୁ ଏବଂ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ଭାଗବତ ପ୍ରସାଦ ମହାନ୍ତିଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading