ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଦଧିବାମନ ଜିଉ ଉତ୍ପାଦକ ଗୋଷ୍ଠୀ ଜିଲ୍ଲାରେ ପ୍ରଥମ

blank

କେନ୍ଦ୍ରାପଡ଼ା, ୧୧.୦୬-ରାଜ୍ୟ ସରକାରଙ୍କ ମହିଳା, ଶିଶୁ ବିକାଶ ଓ ମିଶନଶକ୍ତି ବିଭାଗ ନିର୍ଦେଶରେ କେନ୍ଦ୍ରାପଡ଼ା ଜିଲ୍ଲା ମିଶନ ଶକ୍ତି ଭବନ ବରୋ ଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଏସ୍‌ଏଚ୍‌ଜି ଗୃପ ଭାଗ ନେଇଥିଲେ।ଏହି ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ୯ ଗୋଟି ବ୍ଲକର ୨୭ ଜଣ ସଭ୍ୟା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଏହି ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତାରେ ଡେରାବିଶ ବ୍ଲକ ଅନ୍ତର୍ଗତ ଗୋଲରା଼ହାଟ ଗ୍ରାମ ପଂଚାୟତର ଡଧିବାମନ ଜିଉ ଉତ୍ପାଦକ ଗୋଷ୍ଠୀ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ବେଳେ ତାଙ୍କୁ ପୁରସ୍କାର ରାଶି ବାବଦରେ ୧୦ ହଜାର ପ୍ରଦାନ କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଧୂମାତ ଗ୍ରାମ ପଞ୍ଚାୟତର ହରପାର୍ବତୀ ଗୋଷ୍ଠୀ ଦ୍ୱିତୀୟ ସ୍ଥାନ ଅଧିକାର କରି ୮ ହଜାର ଏବଂ ଆଳି ବ୍ଲକ ମେଣ୍ଡପୁର ଗ୍ରାମ ପଞ୍ଚାୟତର ନନ୍ଦଲାଲା ଜିଉ ଗୋଷ୍ଠୀ ତୃତୀୟ ସ୍ଥାନ ଅଧିକାର କରି ୬ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଳିତା ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ, ଡେପୁଟି କଲେକ୍ଟର ତୃପ୍ତି ଦାସ, ଶୋଭମ ଶ୍ରୀତମ ପଣ୍ଡା ଯୋଗ ଦେଇଥିଲେ । ଜୁରୀ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୋନାରମା ସ୍ୱାଇଁ,ଜିଲ୍ଲା ଖାଦ୍ୟ ଯୋଗାଣ ନିରୀକ୍ଷଣ ଅଧିକାରୀ ପ୍ରିତିଶ ଦାସ ଏବଂ ତୁଳସୀ ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ସବିତା ଦାସ ଯୋଗ ଦେଇଥିଲେ । ଓଡିଶା ଜୀବିକା ମିଶନର ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ପାଢ଼ୀ, ଡିପିସି ମିଶନ ଶକ୍ତି ଆରତୀ ସାହୁ ସଂଯୋଜନା କରିଥିଲେ ।

Next Post

ପତ୍ରପୁର ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ମା ଓ ଝିଅ ନିଖୋଜ, ତଲାସୀ ଜାରି

Thu Jun 12 , 2025
ପଟ୍ଟାମୁଣ୍ଡାଇ ତା ୧୨/୬- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ନିକଟ ପତ୍ରପୁର ସେତୁ ଉପରୁୁ ମା ଓ ତାଙ୍କ ନବାଳିକା ଝିଅକୁ ନେଇ ଗୁରୁବାର ସଂନ୍ଧ୍ୟାରେ ବ୍ରାହ୍ମଣୀ ନଦୀକୁ ଡେଇଁ ପଡି ନିଖୋଜ ଥିବା ଖବର ମିଳିଛି । ଖବରପାଇ ଅଗ୍ନିଶମ କମର୍ଚାରୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଖବରେଲଖା ସୁଦ୍ଧା ଉଭୟ ମା ଝିଅଙ୍କ ପତା ମିଳିନାହିଁ। ତେବେ କେଉଁ କାରଣରୁ ମା ଓ ତାଙ୍କ ନବାଳିକା ଝିଅକୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading