ମନରେଗା ବଞ୍ଚଅ ସଂଗ୍ରାମକୁ ନେଇ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

blank
କେନ୍ଦ୍ରାପଡ଼ା,୧୦ା୧:କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କ ଅଧ୍ୟକ୍ଷତାରେ ମନରେଗା ବଞ୍ଚଅ ସଂଗ୍ରାମକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳର ପର୍ଯ୍ୟବେକ୍ଷକ ତଥା ମୁଖପାତ୍ର ଆଇନଜୀବୀ ଲଲାଟେନ୍ଦୁ ଦାସ ଯୋଗଦେଇ କହିଲେ କାମର ଅଧିକାର ସୁରକ୍ଷା ପାଇଁ କଂଗ୍ରେସ ପକ୍ଷରୁ ଦେଶବ୍ୟାପି ଏମଜିଏନଆରଇଜିଏସ ବଞ୍ଚାଅ ସଂଗ୍ରାମ ଆରମ୍ଭ ହୋଇଛି। ଗତ ୨୦୦୫ମସିହାରେ ୟୁପିଏ ସରକାର ଦ୍ୱାରା ପ୍ରଣୀତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଆଇନ(ଏମଜିଏନଆରଇଜିଏ) ଏକ ଅଧିକାର ଆଧାରିତ ଆଇନ। ଯାହା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ମଜୁରୀ ଭିତ୍ତିକ ରୋଜଗାର ଦାବି କରିବାର ଆଇନଗତ ଅଧିକାର ଦେଇଛି। ଏହି ଦାବି କରିବାର ୧୫ ଦିନ ମଧ୍ୟରେ ରୋଜଗାର ଯୋଗାଇଦେବା ରାଜ୍ୟର ଆଇନଗତ କର୍ତ୍ତବ୍ୟ। ତାହା ବିଫଳ ହେଲେ ବେରୋଜଗାର ଭତ୍ତା ଦେବାକୁ ପଡିଥାଏ। ଏହି ଆଇନଗତ ଅଧିକାର ହେଉଛି ଏମଜିଏନଆରଇଜିଏର ମୂଳ ପରିଚୟ। ଏମଜିଏନଆରଇଜିଏ ଗ୍ରାମୀଣ ଜୀବିକା ସୁରକ୍ଷାର ମୂଳ ଆଧାର ଭାବେ ପ୍ରତିବର୍ଷ ୫-୬ କୋଟି ପରିବାରକୁ ରୋଜଗାର ଯୋଗାଇଆସୁଛି। ଦୁଃଖଦ୍ ଦାଦନ (ଡିଷ୍ଟ୍ରେସ ମାଇଗ୍ରେସନ) କମାଇଛି, ଗ୍ରାମୀଣ ମଜୁରୀ ବଢ଼ାଇଛି ଏବଂ ସମାଜିକ ଜୀବନରେ ରୋଜଗାରକୁ ଦୀର୍ଘସ୍ଥାୟୀ କରିଛି। ଏହାର ଚାହିଦା ଭିତ୍ତିକ ରୂପରେଖ, ନିଶ୍ଚିତ ମଜୁରୀ ଓ ଶ୍ରମିକମାନଙ୍କ ମଜୁରୀ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବା, ବିଶେଷକରି ମହିଳା, ଦଳିତ, ଆଦିବାସୀ ଓ ପ୍ରାନ୍ତବର୍ତ୍ତୀ ସମୁଦାୟକୁ ଲାଭାନ୍ୱିତ କରିଛି। ସମୁଦାୟ କାର୍ଯ୍ୟଦିନର ପ୍ରାୟ ୬୦ପ୍ରତିଶତ ହେଉଛି ମହିଳାମାନଙ୍କର। ନୂତନ ଭିବିଗ୍ରାମ-ଜି ଆଇନ ଏହି ଢାଞ୍ଚରୁ ସମ୍ପୂର୍ଣ ଭାବେ ଭିନ୍ନ। ଏହା କାମ ପାଇବାର ଆଇନଗତ ନିଶ୍ଚିତତାକୁ ଦୂରେଇ ଦିଏ। ଏହା କେନ୍ଦ୍ର ସରକାରଙ୍କ ହାତରେ ନିଷ୍ପତ୍ତିିକୁ କେନ୍ଦ୍ରୀଭୂତ କରେ। ଗ୍ରାମସଭା ଓ ପଞ୍ଚାୟତକୁ ଦୁର୍ବଳ କରେ ଏବଂ କେନ୍ଦ୍ରର ମଜୁରୀ ଅଂଶଦାନକୁ ପ୍ରାୟ ୯୦ପ୍ରତିଶତରୁ ୬୦ପ୍ରତିଶତକୁ କମାଇ ରାଜ୍ୟ ଓ ଶ୍ରମିକଙ୍କ ଉପରେ ଆର୍ôଥକ ଭାର ଲଦିଦିଏ। କୃଷିଋତୁରେ ମଧ୍ୟ ସୀମିତ ବଜେଟ ଯୋଗୁଁ କାମଧନ୍ଦା ନ ମିଳିବାର ଆଶଂକା ରହିଥାଏ। ମଜୁରୀ ସୁରକ୍ଷାର ଶିଥିଳତା ଯୋଗୁଁ ରୋଜଗାର କମିବା ନିଶ୍ଚିତ। ଏହି କାର୍ଯ୍ୟକ୍ରମରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ଦ୍ୱାରା ଶ୍ରମର ମର୍ଯ୍ୟାଦା ପ୍ରତି ଅପମାନ ହୋଇଛି। ଗ୍ରାମ୍ୟ ସ୍ୱୟଂଶାସନ ପାଣିଚିଆ ହେବା ସହ ଏମଜିଏନଆରଇଜିଏର ମୂଲ୍ୟବୋଧକୁ ଶିଥିଳ କରିବାର ଏହା ଏକ ଷଡ଼ଯନ୍ତ୍ର। ଗ୍ରାମୀଣ ଜୀବିକା ଉପରେ ଏହି ଆକ୍ରମଣର ଗମ୍ଭୀରତାକୁ ଧ୍ୟାନରେ ରଖି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତି କ୍ରମେ “ଏମଜିଏନଆରଇଜିଏ ବଞ୍ଚାଓ ସଂଗ୍ରାମ” ନାମକ କଂଗ୍ରେସ ଦେଶବ୍ୟାପୀ ଜନଆନ୍ଦୋଳନ ଆରମ୍ଭ କରିବାକୁ ସଂକଳ୍ପ ଗ୍ରହଣ କରିଛି। ଯାହାର ଉଦ୍ଦେଶ୍ୟ କାମର ଅଧିକାରକୁ ସୁରକ୍ଷା କରିବା ଓ ଏମଜିଏନଆରଇଜିଏକୁ ତାହାର ମୂଳ ଅଧିକାର-ଆଧାରିତ ରୂପରେ ଫେରି ପାଇବା। ଏମଜିଏନଆରଇଜିଏ ବଞ୍ଚାଅ ସଂଗ୍ରାମ ଆସନ୍ତା ୨୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହାର ପ୍ରତୀକାତ୍ମକ ପ୍ରତିବାଦ ସ୍ୱରୂପ ଜିଲ୍ଲା ମୁଖ୍ୟାଳୟ କିମ୍ବା ପ୍ରମୁଖ ସାର୍ବଜନୀନ ସ୍ଥାନରେ ଏକ ଦିନିକିଆ ଉପବାସ ପାଳନ କରାଯିବ। ଦଳୀୟ ନେତା, ନିର୍ବାଚିତ ପ୍ରତିନିଧି ଓ ଏମଜିଏନଆରଇଜିଏ ଶ୍ରମିକ ଏଥିରେ ଅଂଶଗ୍ରହଣ କରିବେ। ଜନସାଧାରଣଙ୍କୁ ଏସମ୍ପର୍କରେ ଅବଗତ କରାଇବା ହେଉଛି ଆମର ଲକ୍ଷ୍ୟ ବୋଲି ସେ କହିଥିଲେ। ଏଥିସହିତ ଟିପିସିଓଡିଏଲ ପକ୍ଷରୁ ଉପଭୋକ୍ତାମାନଙ୍କୁ ଜୋର କରି ସ୍ମାର୍ଟ ମିଟର ଲଗାଇବାକୁ ମଧ୍ୟ କଂଗ୍ରେସ ପ୍ରତିବାଦ କରୁଛି ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ନିରୂପମା ପାତ୍ର, ଡ. ରତିକାନ୍ତ କାନୁନଗୋ, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ମହମ୍ମଦ ଆକବର ଅଲ୍ଲୀ, ସସ୍ମିତା ପଣ୍ଡା,ବିଧୁଭୂଷଣ ମହାପାତ୍ର, ବିଧାନ ଚନ୍ଦ୍ର ସାମଲ, ରବିନାରାୟଣ ବେହେରା, ହିମାଂଶୁ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ରାଜ୍ୟ ସ୍ତରୀୟ ଲୋକକଳା ଓ ଶିଶିର ମହୋତ୍ସବ

Sun Jan 11 , 2026
କେନ୍ଦ୍ରାପଡ଼ା,୧୧ା୧:କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଭଞ୍ଜ କଳା ନିକେତନ ପକ୍ଷରୁ ରାଜ୍ୟ ସ୍ତରୀୟ ଶିଶିର ମହୋତ୍ସବ ଓ ଯାଜପୁର ଲୋକକଳା ଉତ୍ସବ ଜିଲ୍ଲା ସଂସ୍କୃତି ଭବନରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଜାତୀୟ ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ବସନ୍ତ କୁମାର ଦାସ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading