
ପଟ୍ଟାମୁଣ୍ଡାଇ ୩୦/୯ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଶାରଦୀୟ ଦୂର୍ଗା ପୂଜା ଉତ୍ସବ ଚାଲିଛି । ଏଥିନେଇ ଅସାଧୁ ବ୍ୟବସାୟୀ ଲାଭ ଆଶାରେ ବାସୀ ଗନ୍ଧିଆ ଓ ରୋଗ ସୃଷ୍ଟିକାରୀ ଖାଦ୍ୟ ବିକ୍ରି କରୁଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି । ଯାହାକୁ ନେଇ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ନିର୍ଦେଶରେ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଜିଲା ଓ ସ୍ଥାନୀୟ ଟିମ ମିଳିତ ଭାବେ ବିଭିନ୍ନ ଜଳଖିଆ ଓ ଢେଲା ଗାଡିରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ମାନ ପରୀକ୍ଷା କରିବା ସହିତ କୌଣସି ଅପମିଶିତ ବାସୀ ଗନ୍ଧିଆ ଖାଦ୍ୟ ବିକ୍ରି କଲେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
