ବିପୁଳ ପରିମାଣରେ ଚୋରା ମଦ ଜବତ, ୬ ଗିରଫ

blank
ପଟ୍ଟାମୁଣ୍ଡାଇ ୧୪/୫ -କେନ୍ଦ୍ରାପଡ଼ା ଜିଲା ଅବକାରୀ ବିଭାଗ ପକ୍ଷରୁ ବୁଧବାର କେନ୍ଦ୍ରାପଡା, ଆଳି ଓ ନିକିରାଇ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୫୫ ଲିଟର ଦେଶୀ ବିଦେଶୀ ମଦ ଜବତ । ଜଣେ ମହିଳା ସମେତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ଅବକାରୀ ଉପନିରିକ୍ଷକ ଧର୍ମପଦ ଦାସ, ନରେଶ କୁମାର ପଣ୍ଡା ଏବଂ ଅନ୍ୟ କର୍ମଚାରୀ ସାମିଲରେ ତ୍ରିଲୋଚନପୁର ଗ୍ରାମର ଶଶିକାନ୍ତ ରାଉତଙ୍କ ଠାରୁ ୨୦ ଲିଟର ଦେଶୀ ମଦ, ଜମଧର ଗ୍ରାମର ଅନାମ ଚରଣ ବାରିକଙ୍କ ଠାରୁ ୩୦ ଲିଟର ଦେଶୀ ମଦ, ଆଳି ବାଳକଟି ଗ୍ରାମର ସୁଶାନ୍ତ ମଳିକଙ୍କ ଠାରୁ ୪୦ ଲିଟର ଦେଶୀ ମଦ, ପଡିନିପାଳ ଗ୍ରାମର ପ୍ରଭାକର ମଳିକଙ୍କ ଠାରୁ ୩୫ ଲିଟର ବିଦେଶୀ ମଦ ଓ ଆରତୀ ମଳିକଙ୍କ ଠାରୁ ୨୫ ଲିଟର ଦେଶୀ ମଦ ଏବଂ ବଡ଼ଙ୍କ ଗ୍ରାମାର ମାନସ ଦାସଙ୍କ ଠାରୁ ୪୫ ଲିଟର ଦେଶୀ ମଦ ଜବତ କରି ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ପାଖରୁ ସମୁଦାୟ ୧୫୫ ଲିଟର ବିଦେଶ ଓ ଦେଶୀ ମଦ କରାଯାଇ ୧ ମହିଳା ସମେତ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ମଣ୍ଡଳ କହିଛନ୍ତି ।

Next Post

ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ସିଡିଏମଓଙ୍କୁ ଦାବିପତ୍ର

Wed May 14 , 2025
କେନ୍ଦ୍ରାପଡ଼ା,୧୪ା୫ : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ମାସିକ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ନେଇ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାର ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି) ସମେତ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଆଶାକର୍ମୀମାନେ ମାସିକ ଯେଉଁ ଜତ୍ କିଞ୍ଚିତ ପ୍ରାପ୍ୟ ପାଇଥାନ୍ତି ତାହା ପ୍ରତିମାସର ପ୍ରଥମ ସପ୍ତାହରେ ଦିଆଯିବା କଥା। ଏନେଇ ସଂଗଠନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading