ରାଜ୍ୟ ସ୍ତରୀୟ ଲୋକକଳା ଓ ଶିଶିର ମହୋତ୍ସବ

blank
କେନ୍ଦ୍ରାପଡ଼ା,୧୧ା୧:କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଭଞ୍ଜ କଳା ନିକେତନ ପକ୍ଷରୁ ରାଜ୍ୟ ସ୍ତରୀୟ ଶିଶିର ମହୋତ୍ସବ ଓ ଯାଜପୁର ଲୋକକଳା ଉତ୍ସବ ଜିଲ୍ଲା ସଂସ୍କୃତି ଭବନରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଜାତୀୟ ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ମହୋତ୍ସବର ଉଦେଶ୍ୟ ଜ୍ଞାପନ କରିଥିଲେ। ମହୋତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଡ଼ ତ୍ରିଲୋଚନ ବରାଳ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଓ ନାଟ୍ୟକାର ନଟବର ଦାସ, ସମ୍ମାନୀତ ଅତିଥି ଭାବେ ଦିନାଚର୍ଯ୍ୟ ସମ୍ବାଦପତ୍ରର ସମ୍ପାଦକ ତପନ ମହାରଣା, ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ନାରାୟଣ ପତି, ବିଶିଷ୍ଟ ସମାଜସେବୀ ମୋହନ ଚନ୍ଦ୍ର ପଣ୍ଡା, ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡ଼ିଶାର ରାଜ୍ୟ ଉପସଭାପତି ସୁବ୍ରତ ରାଉତ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଭଞ୍ଜକଳା ନିକେତନର ସଭାପତି ନିରାକାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ଆସନ୍ତା ଫେବୃୟାରୀ ୨୨ ତାରିଖ ଦିନ ଭଦ୍ରକ ଲୋକକଳା ମହୋତ୍ସବରେ ଏକଶହ ଜଣଙ୍କ ସ୍ୱରଚିତ ଲେଖା ସମ୍ବଳିତ ମୂର୍ଚ୍ଛନା ପତ୍ରିକା ପ୍ରକାଶ ପାଇବ। ମା’ ଯଶୋଦା କଳା ପରିଷଦ ସଭାପତି ଆରୁପମା ନାୟକ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ମୂର୍ଚ୍ଛନାର ସଂଯୋଜକ ସୁଶାନ୍ତ କୁମାର ପରିଡ଼ା, କଣ୍ଠଶିଳ୍ପୀ ବୈଷ୍ଣବ ଚରଣ ପ୍ରଧାନ, ବାଦ୍ୟଶିଳ୍ପୀ ରଞ୍ଜନ କୁମାର ସାହୁ, ନୃତ୍ୟଗୁରୁ ସୁଭାସିନି ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଉତ୍ସବରେ ଓଡ଼ିଶାରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କଳାକାର, କବି ଓ ସମାଜସେବୀ ମାନଙ୍କୁ ମା’ ବିରଜା ସମ୍ମାନ ଓ ଗଦାକ୍ଷେତ୍ର ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା।

Next Post

ମନରେଗା ନାମ ପରିବର୍ତ୍ତନ ପ୍ରସଙ୍ଗ , ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିକାତ୍ମକ ଧାରଣା ଉପବାସ

Sun Jan 11 , 2026
କେନ୍ଦ୍ରାପଡ଼ା,୧୧ା୧:ମୋଦି ସରକାର ମନରେଗା ଯୋଜନାର ନାମ ପରିବର୍ତ୍ତନ କରି ଭିବିିରାମଜୀ କରିଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ତିନିମୁହାଣୀ ଛକସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କ ନେତୃତ୍ୱରେ ଏକ ଦିବସୀୟ ଉପବାସ ଓ ପ୍ରତିକାତ୍ମକ ଧାରଣା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦଳର ନେତାମାନେ କହିଥିଲେ ଯେ ୨୦୦୫ମସିହାରେ ୟୁପିଏ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଆଇନ ପ୍ରଣୟନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading