ବିପୁଳ ପରିମାଣରେ ଚୋରା ମଦ ଜବତ, ୮ ଗିରଫ

blank
କେନ୍ଦ୍ରାପଡ଼ା ଜିଲା ଅବକାରୀ ଓ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ପଟ୍ଟାମୁଣ୍ଡାଇ ଆଦର୍ଶ ଓ ଗ୍ରାମାଂଚଳ ଥାନା, ରାଜକନିକା, ଆଳି ଥାନା ଓ ମହାକାଳପଡ଼ା ଆଉ ଜମ୍ବୁ ମେରାଇନ ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧,୪୫୦ ଲିଟର ଦେଶୀ ବିଦେଶୀ ମଦ ସହ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

blank
କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଟ୍ଟାମୁଣ୍ଡାଇ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ଅବକାରୀ ଉପନିରିକ୍ଷକ ଧର୍ମପଦ ଦାସ, ଛାୟାକନ୍ତ ନାୟକ, ନରେଶ କୁମାର ପଣ୍ଡା ଏବଂ ଅନ୍ୟ କର୍ମଚାରୀ ସାମିଲରେ ପଟ୍ଟାମୁଣ୍ଡାଇ ତିଗିରିଆ ଗ୍ରାମର ଅନନ୍ତ ମଳିକଙ୍କ ଠାରୁ ୩୫ ଲିଟର ଦେଶୀ ମଦ ସହିତ ଗୋଟିଏ ମୋଟର ସାଇକଲ ସାନବଡ ବସନ୍ତ ଗ୍ରାମର ରମାକାନ୍ତ ସେଠିଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ, ପାଟୁଳି ଗ୍ରାମର ନିରଞ୍ଜନ ସାହୁଙ୍କ ଠାରୁ ୪୦ ଲିଟର ଦେଶ ମଦ, ପଦିିନିପାଳ ଗ୍ରାମର ପ୍ରଭାକର ମଳିକଙ୍କ ଠାରୁ ୩୦ ଲିଟର ବିଦେଶୀ ମଦ, ଅହମଦପୁର ଗ୍ରାମର ବାବାଜି ମଳିକଙ୍କ ଠାରୁ ୨୦ ଲିଟର ଦେଶୀ ମଦ, ବାହାର ଶୁବାଳା ଗ୍ରାମର ରମେଶ ଚନ୍ଦ୍ର ରାଉତଙ୍କ ଠାରୁ ୪୫ ଲିଟର ବିଦେଶୀ ମଦ, ବାରିଆ ବାଲିବତ ଗ୍ରାମର ସୁର ସାମଲଙ୍କ ଠାରୁ ୮୫୦ ଲିଟର ରନ୍ଧା ମଦ ଏବଂ ବାଲିବତା ଗ୍ରାମର ଅଜୟ ସାମଲଙ୍କ ଠାରୁ ୪୫୦ ଲିଟର ଦେଶୀ ମଦ ଜବତ କରି ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ପାଖରୁ ସମୁଦାୟ ୧୪୯୫ ଲିଟର ବିଦେଶ, ଦେଶୀ ଓ ରନ୍ଧା ମଦ ଜବତ କରିବା ସହ ଏମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ ମଣ୍ଡଳ କହିଛନ୍ତି ।

Next Post

ପାକ୍ ସେନାକୁ ଫ୍ରି ହ୍ୟାଣ୍ଡ, ଶେହବାଜ ଦେଲେ ଆଟାକ୍ ଅର୍ଡର, ଭାରତରେ ହାଇ ଆର୍ଲଟ

Wed May 7 , 2025
ନୂଆଦିଲ୍ଲୀ ୭/୫- ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତ ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଅଡ୍ଡା ଉପରେ ମିସାଇଲ ଆକ୍ରମଣ କରିଛି। ଏହି ଅଭିଯାନକୁ ‘ଅପରେଶନ ସିନ୍ଦୁର’ ନାମ ଦିଆଯାଇଛି। ଭାରତୀୟ ବାୟୁସେନା, ସ୍ଥଳସେନା ଓ ନୌସେନାର ମିଳିତ ଉଦ୍ୟମରେ ଏହି ଆକ୍ରମଣ କରାଯାଇଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ଏପ୍ରିଲ ୨୨ରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading