ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ

blank
କେନ୍ଦ୍ରାପଡ଼ା,୧୫ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମ ପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ସ୍ୱାମୀ ବିବେକାନ୍ଦଙ୍କର ୧୬୩ ତମ ଜୟନ୍ତୀ ପଞ୍ଚାୟତର ସଭାଗୃହରେ ଶିକ୍ଷାବିତ ବ୍ରଜ କିଶୋର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ଡଃ ସର୍ବେଶ୍ୱର ସେଣ ମୁଖ୍ୟ ଅତିଥି ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟ ବକ୍ତା ଭ୍ରମରବର ନନ୍ଦ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ଜୟନ୍ତୀ ସଂଯୋଜକ ଶିକ୍ଷାବିତ କୈାଳାଶ ଚନ୍ଦ୍ର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଗଡା ବରିଷ୍ଠ ମଞ୍ଚର ଉପସଭାପତି କ୍ଷୀରୋଦ କୁମାର ପଣ୍ଡା, ସଂପାଦକ ନିହାର ରଞ୍ଜନ ସ୍ୱାଇଁ, କୋଷାଧ୍ୟକ୍ଷ କୁମୁଦ ରଞ୍ଜନ ରାଉତ ସହ ସମ୍ପାଦକ ନାରାୟଣ ପଣ୍ଡା, ବାବାଜୀ ଚରଣ ବାରିକ, ରବୀନ୍ଦ୍ର ପ୍ରସାଦ ଜେନା, ସୁରେଶ ଚନ୍ଦ୍ର ସାହୁ, ବନମାଳି ପାତ୍ର, କରୁଣାକର ପରିଡା, ନିକୁ ପ୍ରଧାନ, ଗୋପିନାଥ ସ୍ୱାଇଁ, ରବିନାରାୟଣ ପାତ୍ର, ନାରାୟଣ ଜେନା କଳପଡା ପଞ୍ଚାୟତ ବରିଷ୍ଠ ମଞ୍ଚର ଜଗନ୍ନାଥ ସ୍ୱାଇଁ, ଶ୍ୟାମସୁନ୍ଦର ପୁର ପଞ୍ଚାୟତ ବରିଷ୍ଠ ମଞ୍ଚର ସମ୍ପାଦକ କ୍ଷୀରୋଦ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ସର୍ବେଶ୍ୱର ସେଣ ବିବେକାନନ୍ଦଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିବା ବେଳେ ମୁକ୍ୟ ବକ୍ତା ହୃଷୀକେଶ ରଥ ବିବେକାନନ୍ଦଙ୍କ ନିତି ଓ ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଷୀରୋଦ କୁମାର ପଣ୍ଡା, ନିହାର ରଞ୍ଜନ ସ୍ୱାଇଁ, ରବୀନ୍ଦ୍ର ପ୍ରସାଦ ଜେନା,ନାରାୟଣ ଜେନା, କ୍ଷୀରୋଦ ସେନାପତି ଭ୍ରମରବର ନନ୍ଦ ପ୍ରମୁଖ ବିବେକାନନ୍ଦଙ୍କର ସାହସୀକତା ଓ ତ୍ୟାଗ ଓ ସମସ୍ତଙ୍କୁ ଏକ ସୁତ୍ରରେ ବାନ୍ଦି ରଖିବା ସୁତ୍ର କଥା ଆଲୋଚନା କରିଥିଲେ । ସହ ସମ୍ପାଦକ ନାରାୟଣ ଚନ୍ଦ୍ର ପଣ୍ଡା, ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାର ଚତୁର୍ଥ ସନ୍ଧ୍ୟାରେ ନୂପୁର ଡ୍ୟାନ୍ସ ଏକାଡେମୀର ସାଂସ୍କୃତିକ କାର୍ଯ୍ୟକ୍ରମ.

Sat Jan 17 , 2026
କେନ୍ଦ୍ରାପଡ଼ା ତା. ୧୫/୧- କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ପଲିଶ୍ରୀ ମେଳାର ଜିଲ୍ଲା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ନୁପୁର ଡ୍ୟାନ୍ସ ଏକକ୍ଷଡେମୀ ତରଫରୁ ଓଡିଶା ସଂସ୍କୃତି, କଳା, ପର୍ବପର୍ବାଣିକୁ ନେଇ ଚିତା କର୍ଷକ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ବରିଷ୍ଠ ସାହିତ୍ୟିକ ଡଃ ବାସୁଦେବ ଦାସ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading