ନାଗରିକ ମଞ୍ଚ ପକ୍ଷରୁ କୃତୀ ଛାତ୍ର ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା


ପଟ୍ଟାମୁଣ୍ଡାଇ, ତା ୨୯/୭- ମାଳିବସା-ଅରଡ଼ପଲ୍ଲୀ ଆଞ୍ଚଳିକ ନାଗରିକ ମଞ୍ଚ ପକ୍ଷରୁ କୃତି ଛାତ୍ର ଓ ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଏହି ଉପଲକ୍ଷେ ପ୍ରାକ୍ତନ ସ୍କୁଲ ଏସ ଆଇ ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ ବିଜୟ କୁମାର ବେହେରା, ପୂର୍ବତନ ଆଳି ବ୍ଲକ ଏ ବି ଇ ଓ ଉଦକର ସାମଲ ବରିଷ୍ଠ ନେତା ସୁନାକାର ବେହେରା ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରକ୍ଷିତ ସାହୁ ପୂର୍ବତନ ସି ଆର ସି ସି ରମେଶ ମହାନ୍ତି ସମାଜସେବୀ ଟୂବୁଲି ଚୌଧୁରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, କଳାକାର ସାହୁ,ପ୍ରମୋଦ ଗାହାଣ,ଆର୍ତ୍ତବନ୍ଧୁ ନାୟକ ପ୍ରମୁଖ ଯୋଗ ଦେଇ ସର୍ବଭାରତୀୟ ନିଟ -୨୦୨୬ ପରୀକ୍ଷାରେ ଅରଡ଼ପଲ୍ଲୀ ଗ୍ରାମର ମେଧାବୀ ଛାତ୍ର ଆଶୁତୋଷ ରାୟ ୬୧୨ ମାର୍କ ରଖି ସଫଳତା ହାସଲ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଜରିଆ ବଳଦେବ ହାଇସ୍କୁଲ ଛାତ୍ର ତଥା ଅନ୍ଦୁଳି ଗ୍ରାମର ରୁଦ୍ରପ୍ରସାଦ ପ୍ରଧାନ ଚଳିତ ହାଇସ୍କୁଲ୍-୨୦୨୬ ପରୀକ୍ଷାରେ ୫୪୦ ମାର୍କ ରଖି ଏ-୧ଗ୍ରେଡ୍‌ ପାଇଥିବାରୁ ତାଙ୍କୁ ମଧ୍ୟ ଆଞ୍ଚଳିକ ନାଗରିକ ମଞ୍ଚ ପକ୍ଷରୁସମ୍ବର୍ଦ୍ଧିତ କରାଯାଇଥିଲା Iଉଭୟ କୃତୀ ଛାତ୍ରଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା I ସେହିପରି
ଅରଡ଼ପଲ୍ଲୀର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ସାହୁ, ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ସରୋଜ ଦାଶ ଓ ଅବସରପ୍ରାପ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ସ୍ୱାଇଁଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ସରୋଜକାନ୍ତ ରାୟ ସହଦେଵ ଜେନା ତପନ ପ୍ରଧାନ, ଅଭିମନ୍ୟୁ ଜେନା ତ୍ରିଲୋଚନ ବାରିକ ପ୍ରମୁଖ ପରିଚାଳନା କରିଥିଲେ I

Next Post

ବାୟୋମେଟ୍ରିକ ଉପସ୍ଥାନ ନଥିବା କର୍ମଚାରୀଙ୍କ ଦରମା ବନ୍ଦ

Thu Jul 30 , 2026
କେନ୍ଦ୍ରାପଡ଼ା,୩୦ା୭:କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ବାୟୋମେଟ୍ରିକ ଉପସ୍ଥାନ ପକାଉନାହାନ୍ତି। ସରକାର କାର୍ଯ୍ୟାଳୟକୁ ଆସିବା ଓ ଫେରିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରିଛନ୍ତି ତାହାକୁ କର୍ମଚାରୀମାନେ ମାନୁନାହାନ୍ତି। ଏହିଭଳି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟକୁ ଆସିବା ପରେ ବାୟୋମେଟ୍ରିକ ଉପସ୍ଥାନ ନଥିବା କର୍ମଚାରୀଙ୍କ ଦରମା ବନ୍ଦ ହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା-୧୩୧୩ ତା ୨୮.୦୭.୨୦୨୬ରିଖରେ ଜାରି ହୋଇଥିବା ଏହି ନିର୍ଦ୍ଦେଶ ଜିଲ୍ଲା ପରିଷଦର […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading