
ପଟ୍ଟାମୁଣ୍ଡାଇ ୮/୩ – ପଟ୍ଟାମୁଣ୍ଡାଇ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ପଟ୍ଟାମୁଣ୍ଡାଇର ସର୍ବପୁରାତନ ଶିନୁଷ୍ଟାନ ମନ୍ମଥନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ ଓ ବିଦ୍ୟାଳୟ ସ୍ତରୀୟ ଖେଳନା ପ୍ରସ୍ତୁତି କାର୍ଯ୍ୟକ୍ରମ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜୟ କୁମାର ରାଉତରାୟଙ୍କ ସଭାପତିତ୍ୱ ଓ ସ୍କୁଲ ପରିଚାଳନା କମିଟିର ମିଳିତ ସହଯୋଗରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସ୍କୁଲ ପରିଚାଳନା କମିଟି ସଭାପିତି ତପନ ଦାଶ, ମହେଶ୍ୱର ସାମଲ, ଇତିଶ୍ରୀ ଦାଶ, ପୁରାତନ ଛାତ୍ର ସଂସଦ କୋଷାଧ୍ୟକ୍ଷ ଗୋପିନାଥ ତ୍ରୀପାଠୀ, ରମେଶ ଦେ, ଗୋପୀବଲ୍ଲବ ନାୟକ, ରାଜେନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ। ଉତ୍ସବର ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବାବେଳେ ଶିକ୍ଷକ ଆଶୋକ ଦାଶ ଅତିଥିପରିଚୟ ପ୍ରଦାନ କରିଥିଲେ। ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଶିକ୍ଷା ବିକାଶର ଚାବିକାଠି ଓ ଜୀବନର ମାନଦଣ୍ଡ ହୋଇଥିବାରୁ ସମସ୍ତ ଛାତ୍ରୀଛାତ୍ରମାନେ ଶୃଙ୍ଖଳା ସହିତ ଉତ୍ତମ ଚରିତ୍ରବାନ ହୋଇ ଗୁଣାତ୍ମକ ଶିକ୍ଷା ଗ୍ରହଣ କରି ଭଲମଣିଷ ହେବାକୁ ଅତିଥିମାନେ ଛାତ୍ରୀଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ଛାତ୍ରୀଛାତ୍ରମାନେ କାଠିନ ପରିଶ୍ରମ କଲେ ଜୀବନରେ ବିଜୟୀ ହୋଇପାରିବେ ବୋଲି ସମସ୍ତ ନିମନ୍ତ୍ରିତ ଅତିଥିମାନେ ସୂଚନା ଦେଇଥିଲେ। ଆମସଂସ୍କୃତି ଆମ ଖେଳନାର ପ୍ରତୀଯୋଗିରେ କୃତୀ ଛାତ୍ରୀଛାତ୍ରମାନଙ୍କୁ ପ୍ର୍ରମାଣ ପତ୍ର ପୁରସ୍କାର ଓ ଟ୍ରଫି ସମସ୍ତ ନିମନ୍ତ୍ରିତ ଅତିଥିମାନେ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ସ୍ୱର୍ଣ୍ଣମୟୀ ନାୟକ, ତପସ୍ୱନୀ ମଲ୍ଲିକ. ସ୍ମତାପ୍ରଜ୍ଞା ରାଉତ,ଗାୟତ୍ରୀ ସାହୁ,ପ୍ରମୁଖଙ୍କ ନୃତ୍ୟ ନିଦେଶନାରେ ଛାତ୍ରୀଛାତ୍ରମାନେ ଆମ ସଂସ୍କୃତୀକୁ ନେଇ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଶୌଳବାଳା ଆଚାର୍ଯ୍ୟ,ସରୋଜ ସ୍ୱାଇଁ, ଶଶାଙ୍କ ସାହୁ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ଅନିତା ଧଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
