ରେସୱାରେ ଆନ୍ତର୍ଜାତୀୟ ଯୋଗ ଦିବସ

blank
କେନ୍ଦ୍ରାପଡ଼ା,୨୩ା୬ : ଗରାପୁରସ୍ଥିତ ରେସୱା ଶକ୍ତିସଦନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରେସୱା ଅନ୍ତେବାସୀଙ୍କ ସମେତ କର୍ମକର୍ତ୍ତା ଏବଂ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁ, ଡିପିସି (ମମତା) ମନୋରଞ୍ଜନ ଦାସ, ଡିସି (ମହିଳା ହବ୍‌) ଲଲାଟେନ୍ଦୁ ଭୋଇ, ଆକାଉଁଣ୍ଟାଟ ସୁନିଲ କୁମାର ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ପ୍ରବେସନ ଅଧିକାରୀ ବିବେକାନନ୍ଦ ଅତବୁଦ୍ଧି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବିଭିନ୍ନ ଯୋଗାସନର ଅଭ୍ୟାସ କରିଥିଲେ। ଏଥିସହିତ ଦୈନିକ ଯୋଗ କରିବା ଦ୍ୱାରା ସୁସ୍ଥ,ନିରୋଗ ଜୀବନ ଯାପନ ତଥା ଯୋଗର ଉପକାରିତା ସମ୍ପର୍କରେ ଅନ୍ତେବାସୀମାନଙ୍କୁ ଅତିଥିମାନେ ଅବଗତ କରାଇଥିଲେ। ଏହି ଶିବିରକୁ ରେସୱା ଶକ୍ତିସଦନର ପରିଚାଳିକା ମିନତୀ ମହାରଣା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ରେସୱା ଶକ୍ତିସଦନର ଅନ୍ତେବାସୀମାନେ ଯୋଗଦେଇଥିଲେ।

Next Post

ବୈଜ୍ଞାନିକ ଦେବେନ୍ଦ୍ର ଦାସଙ୍କୁ ଗୋପବନ୍ଧୁ ଦାସ ସ୍ମାରକ ସମ୍ମାନ

Wed Jul 16 , 2025
କେନ୍ଦ୍ରାପଡ଼ା,୨୩ା୬ : ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ବୈଜ୍ଞାନିକ ଡ. ଦେବେନ୍ଦ୍ର କୁମାର ଦାସଙ୍କୁ ‘ଦି ଓଡିଶା ସୋସାଇଟି ଅଫ ଆମେରିକାସ’ର ୫୫ତମ ବାର୍ଷିକ ଉତ୍ସବରେ “ଉତ୍କଳମଣି ଗୋପବନ୍ଧୁ ଦାସ ସ୍ମାରକ ସମ୍ମାନ” ପ୍ରଦାନ କରାଯାଇଛି। ଡ. ଦାସଙ୍କୁ ସମାଜସେବା କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ଅନୁଷ୍ଠାନ ଏଭଳି ସମ୍ମାନରେ ସମ୍ମାନିତ କରିଛି। ଡ. ଦାସ କେନ୍ଦ୍ରାପଡା ସହରର ବଡହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିବା ବେଳେ ଆମେରିକାରେ ଗତ ୫୦ବର୍ଷ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading