ପଟ୍ଟାମୁଣ୍ଡାଇ ପତିତ ପାବନ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

blank
ପଟ୍ଟାମୁଣ୍ଡାଇ ୧୧/୬ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପତିତ ପାବନ ମନ୍ଦିର ସମେତ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିରସ୍ଥ ଜଗନ୍ନାଥ ମନ୍ଦିର, ପୋଖରୀଆପଡା ହରପାର୍ବତୀ ମନ୍ଦିରସ୍ଥ ଜଗନ୍ନାଥ ମନ୍ଦିର, କଷଣଅଂଟା ଲକ୍ଷେଶ୍ୱର ମହାଦେବ ମନ୍ଦିର, ବେଲତଳ ଭୋଳିବାବା ମଠସ୍ଥ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ଦେବାଦେବୀ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ସମାରୋହ ପାଳିତ ହୋଇଯାଇଛି ।

ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ମହାସମାରୋହରେ ସମସ୍ତ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜକମାନେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଲଭଦ୍ର ଓ ମା ସୁଭଦ୍ରାଙ୍କ ପୂଜାର୍ଚନା ନୀତିକ୍ରାନ୍ତି ଯଥାବିଧି ସଂପନ୍ନ କରିଥିଲେ । ସକାଳ ୯.୧୫ ମିନିଟରେ ଠାକୁରଙ୍କ ପହଣ୍ଡି ବିଜେ ୧୦.୩୦ ମିନିଟରେ ୧୦୮ କଳସ ଢାଳ ସୁବାସିତ ଜାଳରେ ମହାସ୍ନାନ ପରେ ଠାକୁରଙ୍କ ନୀତି କରାଯାଇ ଅପରାହ୍ନରେ ହାତୀ ବେଶ କରାଯାଇଥିଲା । ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି ଓ ରାତି ୯ଟାରେ ପହଣ୍ଡି ବିଜେ ପରେ ଠାକୁର ଅଣସର ଘରକୁ ବିଜେ ହୋଇଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ମନ୍ଦିର ଦଇତାପତି ସେବକମାନେ ସ୍ନାନପୂର୍ଣ୍ଣିମାର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ସେହିପରି ଖଡିପାଳ ଗ୍ରାମର ଶ୍ରୀ ଶ୍ରୀ ବାସୁଦେବ ଗୋସାଇଁଙ୍କୁ ସ୍ନାନ ମଣ୍ଡପରେ ପୁଜକମାନେ ନୀତିକ୍ରାନ୍ତି ଯଥାବିଧି ପୂଜାର୍ଚନା ସଂପନ୍ନ କରିଥିଲେ । ସେହିପରି ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ପ୍ରଭୁ ସୁଦର୍ଶନ ଓ ମା ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପକୁ ନିଆଯାଇ ସ୍ନାନ କରାଯାଇଥିଲା । ପରେ ସମସ୍ତ ଦେବାଦେବୀଙ୍କୁ ଯଥାବିଧି ପୂଜାର୍ଚନା କରାଯାଇଥିଲା ।ସେହିପରି ପୋଖରୀଆପଡା ହରପାର୍ବତୀ ମନ୍ଦିରରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହାଛଡା ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିରସ୍ଥ ଜଗନ୍ନାଥ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସେହିପରି କଷଣଅଂଟା ଲକ୍ଷେଶ୍ୱର ମହାଦେବ ମନ୍ଦିର ଓ ବେଲତଳ ଭୋଳିବାବା ମଠସ୍ଥ ଜଗନ୍ନାଥ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ସମାରୋହରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହୋଇଯାଇଛି ।

Next Post

ଗଡମେକର୍ ଓଡ଼ିଶୀ ନୃତ୍ୟ କର୍ମଶାଳା-୨୦୨୫ ଉଦଯାପିତ

Wed Jun 11 , 2025
ପଟ୍ଟାମୁଣ୍ଡାଇ ୧୦/୬ -ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର (ଗଡମେକର)ର ସପ୍ତାହ ବ୍ୟାପୀ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ କର୍ମଶାଳା-୨୦୨୫ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ବିଜୟ କୁମାର ଦାଶଙ୍କ ମାର୍ଗଦର୍ଶନରେ ତଥା ଗଡମେକର୍ ପ୍ରତିଷ୍ଠାତା ନିର୍ଦ୍ଦେଶକ ଗୀତିକବି ଗୁରୁଶ୍ରୀ ସୁଶାନ୍ତ କୁମାର ପାଣିଙ୍କ ପୌରହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ସ୍ୱନାମଧନ୍ୟା ଦୂରଦର୍ଶନ ଶିଳ୍ପୀ ସ୍ମୃତିପ୍ରିୟା ପ୍ରଧାନ, ବୈଶାଖୀ ରାଉତ ଏବଂ ସମ୍ପୂର୍ଣ୍ଣାଇନ୍ଦୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading