ସାପ କାମୁଡାରେ ଶିଶୁ କନ୍ୟା ମୃତ, ମା’ଗୁରୁତର

blank
କେନ୍ଦ୍ରାପଡ଼ା,୨୪ା୮:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚକ୍ରୋଡ଼ା ଗ୍ରାମପଞ୍ଚାୟତର ଅର୍ଶୋକା ଗ୍ରାମରେ ସାପ କାମୁଡ଼ାରେ ଜଣେ ୨ ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶିଶୁର ମା’ ଗୁରୁତର ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଖବର ନେବାରୁ ଜଣାପଡିଛି ଯେ ଅର୍ଶୋକା ଗ୍ରାମର ଫକୀର ଜେନା ତାଙ୍କ ପତ୍ନୀ ଗୀତାଞ୍ଜଳୀ ଓ ୨ ବର୍ଷର ଶିଶୁ କନ୍ୟା ରାଜଶ୍ରୀ ରାତି ପ୍ରାୟ ୧୦ଟାରେ ଖାଇ ସାରି ଶୋଇଥିଲେ। ଗୋଟିଏ କୋଠରୀରେ ଫକୀର ଶୋଇଥିଲେ। ଅନ୍ୟ କୋଠରୀରେ ଗୀତାଞ୍ଜଳି ଓ ରାଜଶ୍ରୀ ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ଗୀତାଞ୍ଜଳି ଚିତ୍କାର କରି କହିଥିଲେ ତାଙ୍କୁ କୌଣସି ଯନ୍ତୁ କାମୁଡି ଦେଲା। ଚିତ୍କାର ଶୁଣି ଫକୀର ପତ୍ନୀ ଓ ଝିଅ ଶୋଇଥିବା କୋଠରୀକୁ ଯାଇଥିଲେ। ସେଠାରେ ଉଭୟ ମା’ ଓ ଝିଅ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତର ଶିଶୁ କନ୍ୟାଙ୍କୁ ମୃତ ଘୋଷଣା କରିଥିଲେ। ସାପ କାମୁଡାରେ ଶିଶୁର ମୃତ୍ୟୁ ଘଟିଛି ବୋଲି ଡାକ୍ତର କହିଥିଲେ। ଗୀତାଞ୍ଜଳୀଙ୍କୁ ସାପ କାମୁଡା ଇଞ୍ଜେକସନ ଦିଆଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଫକୀର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ପୋଲିସ ଶିଶୁ କନ୍ୟାର ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।

Next Post

ହାଇଦ୍ରାବାଦରେ ବିବାହିତା ମହିଳାଙ୍କୁ ଗଣ ବଳାତ୍କାର

Sun Aug 24 , 2025
କେନ୍ଦ୍ରାପଡ଼ା,୨୪ା୮:କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅଞ୍ଚଳରୁ ଜଣେ ବିବାହିତ ମହିଳାଙ୍କୁ ହାଇଦ୍ରାବାଦକୁ ଅପହରଣ କରି ନେଇ ସେଠାରେ ୬ ଜଣ ଗଣ ବଳାତ୍କାର କରିଛନ୍ତି। ଏ ନେଇ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି। ଏତଲା ଦେବା ପରେ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ନିକିରାଇ ଥାନା ସଚଂଳର ବିକାଶ ମଳିକ, ରାଜନଗର ବାବୁ ମଳିକ, ପ୍ରଶାନ୍ତ ମଳିକ ତାଙ୍କୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading