ସ୍ୱାମୀ ଚିଦାନନ୍ଦଙ୍କ ପୂଣ୍ୟତିଥି ଆରାଧନା ଦିବସ ପାଳିତ

blank
କେନ୍ଦ୍ରାପଡ଼ା,୨୩ା୮:ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପୂଣ୍ୟତିଥି ଆରାଧନା ଦିବସ ନିଆଳି ଗ୍ରାମସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଶ୍ୱଶାନ୍ତି ନିମନ୍ତେ ତ୍ରିଦିବସୀୟ ମହାମନ୍ତ୍ର ନାମ ସଙ୍କୀର୍ତ୍ତନ, ବୃକ୍ଷରୋପଣ, ସତସଙ୍ଗ, ଗୀତାପାଠ, ସହସ୍ରନାମ ଜପ, ନଗର ପରିକ୍ରମା, ସ୍ୱାମୀ ଚିଦାନନ୍ଦ ଦର୍ଶନ ତ୍ସୋତ୍ର ପାଠ କରାଯାଇଥିଲା।ଏହି ଅବସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଅମର କୁମାର ନାୟକ, ବଡଚଣା ସରପଞ୍ଚ,ସମିତିସଭ୍ୟ, ମଣ୍ଡଳ ଅଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱାମୀ ଚିଦାନନ୍ଦଙ୍କ ଦର୍ଶନ ତତ୍ୱ ଉପରେ ଆଲୋଚନା କରିଥିଲେ। ଏହାପରେ ଗ୍ରାମର ନାଗାର୍ଜ୍ଜୁନ ଜେନା, ବିଜୟ ଦାସ, ସଚିଦାନନ୍ଦ ଜେନା, ଭୋବନୀ ଦାସ, ଭାଗବତ ସାମଲ, ବାଉଁ ମଲିକ, ଭାଗ୍ୟଧର ସାମଲ, ରାମଚନ୍ଦ୍ର ସାମଲ, ବାଇନ କୁମାର ଜେନା, ଧୋଇ ସାମଲ, ଦିନ ଜେନା, ନୃସିଂହ ଦାସ, ଗଗନ ଜେନା, ବାଇଧର ସେନାପତି, ଜିତୁ ଜେନା, ପୁନମ ନାୟକ, ହେଲେନା ଜେନା, ବିପିନ ଜେନା, କୁଳମଣୀ ନାୟକ ପ୍ରମୁଖ ଗ୍ରାମର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ଅର୍ଚ୍ଚନା ଗୋଏଙ୍କା, ଅଜୟ କୁମାର ଗୋଏଙ୍କାଙ୍କ ଭଳି ଭକ୍ତମାନେ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ ଓ ସହଯୋଗ କରିଥିଲେ। ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ।

Next Post

ଠାକୁରହାଟ ବଜାରରୁ ସିରିଜ ଚୋରି , ୪ ଦୋକାନରୁ ତାଲା ଭାଙ୍ଗି ଲୁଟ୍‌

Sun Aug 24 , 2025
କେନ୍ଦ୍ରାପଡା,୨୪ା୮: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଠାକୁରପାଟଣାରେ ସିରିଜ ଚୋରି ହୋଇଛି। ଚୋର ଦଳ ଗୋଟିଏ ରାତିରେ ୪ଟି ଦୋନରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଲୁଟି ନେଇଛନ୍ତି। ଏ ନେଇ ବ୍ୟବସାୟୀମାନେ ରବିବାର ସଦର ଥାନାରେ ଅଭିଯୋଗ କରିଛନ୍ତି। ପହଲ୍ଲାଦ ଗେରୁଙ୍କ ମେସିନ ସାମଗ୍ରୀ ଦୋକାନ, ଲକ୍ଷ୍ମୀଧର ବେହେରାଙ୍କ ପାନ ଦୋକାନ, ଗୋବିନ୍ଦ ଚନ୍ଦ୍ର ଗେରୁଙ୍କ ରାସନ ଦୋକାନ, ଦାମୋଦର ବାରିକଙ୍କ ଜଳଖିଆ ଦୋକାନରୁ ଚୋରି ହୋଇଥିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading