କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଧାନମଣ୍ଡି ଉଦଘାଟିତ

blank
କେନ୍ଦ୍ରାପଡ଼ା,୯ା୧:ଜମଧର ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଶୁକ୍ରବାର ଜିଲ୍ଲାସ୍ତରୀୟ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ଜିଲ୍ଲାପାଳ ସରକାରୀ ନିୟମ ଅନୁଯାୟୀ ସମସ୍ତ ପଞ୍ଜିକୃତ ଚାଷୀମାନଙ୍କ ଧାନ ନିର୍ଦ୍ଧାରିତ ସମୟରେ ଶୃଙ୍ଖଳିତ ଭାବେ କ୍ରୟ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ସ୍ଥିରିକୃତ ନିୟମାବଳୀ ବିଷୟରେ ମତବ୍ୟକ୍ତ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମବାୟ ସମିତି ଉପନିବନ୍ଧକ ପ୍ରଭାକର ନାୟକ, ସହକାରୀ ନିବନ୍ଧକ ଯୋଗେନ୍ଦ୍ର ବିଶ୍ୱାଳ, ଆରଏମସି ସମ୍ପାଦକ ବିଦ୍ୟାଧର ବେହେରା, ବିକ୍ରମ ରାଉତରାୟ, ଆଇନଜୀବୀ ବିଜୟ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଜମଧର ସମବାୟ ସମିତି ସମ୍ପାଦକ ବୈରାଗୀ ଚରଣ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ ଜୀତେନ୍ଦ୍ର ପାଗଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ଚାଷୀ ସଂଘ ସଭାପତି ଶରତ ଚନ୍ଦ୍ର ମିଶ୍ର ଚାଷୀଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହିତ ଜିଲ୍ଲା ପ୍ରଶାସନର ସହଯୋଗକୁ ପ୍ରଶଂସା କରିଥିଲେ। ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ଜମଧର ପ୍ରାଥମିକ କୃଷି ସମବାୟ ସମିତି ଲିଃର ସଭାପତି ଧରଣୀଧର ଦାସ ସଭାପତିତ୍ୱ କରିଥିବା ବେଳେ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ମହାନ୍ତି ସଭା ପରିଚାଳନା କରିଥିଲେ। ସମବାୟ ସମିତି ପରିଚାଳନା ପରିଷଦର ସଭାନେତ୍ରୀ ମମତା ପ୍ରଧାନ, କୈଳାସ ଚନ୍ଦ୍ର ଦାସ, ବସନ୍ତ ଜେନା, ଅକ୍ଷୟ ମଳିକ, ଅକ୍ଷୟ ବାରିକ, ନମିତା ଦାସ, କୃଷ୍ଣଚନ୍ଦ୍ର ଦାସ, ଗୀତାଞ୍ଜଳି ବେହେରା, ଅଭିନାଶ ବାରିକ, ସଂଗମ ସାମଲ, ଭୀମସେନ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ନିର୍ଦ୍ଦେଶ ଅଭିମନ୍ୟୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପାଖା ପାଖି ୩ ଶହ ଚାଷୀ ଉପସ୍ଥିତ ଥିଲେ।

Next Post

ଜ୍ଞାନ ଚାରିକାନ୍ଥରେ ସୀମିତ ହେବା ଉଚିତ ନୁହେଁ , ବିଜ୍ଞାନ ପ୍ରତି ଜିଜ୍ଞାସା ଯେତିକି ରଖିବା ଜ୍ଞାନ କ୍ଷେତ୍ର ସେତେ ଆଗକୁ ଯିବ ,ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ଆଲୋଚନାଚକ୍ର

Sat Jan 10 , 2026
ପଟ୍ଟାମୁଣ୍ଡାଇ ୧୦/୧ – ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଜ୍ଞାନ ଅର୍ଥନୀତି ସସ୍ଥାୟୀ ବିକାଶ ଅଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ବିଶ୍ଳେଷଣାତ୍ମକ ଏବଂ ପ୍ରୟୋଗାତ୍ମକ ଅର୍ଥନୀତି ବିଭାଗ ପ୍ରଫେସର ସୁଧାକର ପାତ୍ର ଯୋଗ ଦେଇ ଜ୍ଞାନ ଅର୍ଥନୀତିର ଦୃଢ଼ ଭିତିଭୂମି ପାଇଁ ସର୍ବପ୍ରଥମେ ବିଜ୍ଞାନ ଭିତିକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading