
କେନ୍ଦ୍ରାପଡ଼ା, ୧୦/୬- କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ପକ୍ଷରୁ ମଙ୍ଗଳବାର ସମ୍ବିଧାନ ବଞ୍ଚାଅ ସମାବେଶ ଡ. ସିପ୍ରା ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ତିନିମୂହାଣୀ ସ୍ଥିତ ଗାନ୍ଧୀ ସ୍ମାରକୀ ପୀଠରେ ମାଲ୍ୟାର୍ପଣ କରି କେନ୍ଦ୍ରାପଡା କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ସମାବେଶ ଶୋଯାତ୍ରାରେ ଯାଇ ସେଠାରେ ଏକ ଜନସଭା କରାଯାଇଥିଲା । ଉକ୍ତ ସଭାକୁ ଜିଲ୍ଲା କଂଗ୍ରେସର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ ସଂଯୋଜକ କରିଥିଲେ ଏବଂ ଏଥିରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଉପସଭାପତି ସସ୍ମିତା ବେହେରା,ସମ୍ପାଦକ ମୋହନ ହେମ୍ରମ୍ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ଏହି ସମାବେଶକୁ ଡ. ସିପ୍ରା ମଲ୍ଲିକ ସମ୍ବୋଧିତ କରି କହିଥିଲେ ଦେଶର ସମ୍ବିଧାନ ଆଜି ସଙ୍କଟରେ ଥିବା ବେଳେ ଏହାର ସୁରକ୍ଷା ପାଇଁ ପ୍ରତ୍ୟେକ ଜନସାଧାରଣ ଲଢେଇ କରିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିବାସହ କେନ୍ଦ୍ର ସରକାର ସାମ୍ବିଧାନିକ ଅନୁଷ୍ଠାନ ଗୁଡିକର ଦୁରୂପଯୋଗ କରୁଥିବା ଅଭିଯୋଗ କରିଥିଲେ । ସମ୍ବିଧାନ ସଶକ୍ତ ହେଲେ ଆମ ଗଣତନ୍ତ୍ର ସଶକ୍ତ ହେବ ଓ ଆମ ଅଧିକାର ସୁରକ୍ଷିତ ରହିବ। ରାହୁଲ ଗାନ୍ଧୀ ଜାତି ଜନଗଣନା ପାଇଁ ସଂସଦରେ ଦାବି ଉପସ୍ଥାପନ କରିଥିଲେ। ହେଲେ ଏହାକୁ ଭାରତୀୟ ଜନତା ପାର୍ଟି ଉପହାସ କରିଥିଲା। ଜନଗଣନା ପାଇଁ କଂଗ୍ରେସ ଯେତେବେଳେ ଆନ୍ଦୋଳନ ଆରମ୍ଭ କଲା ସେହି ଭୟରେ ଜନଗଣନା ପାଇଁ ଭାଜପା ଘୋଷଣା କରିଥିବା ସେ କହିଛନ୍ତି।
ଜିଲ୍ଲା ଦାୟୀତ୍ୱରେ ଥିବା ସସ୍ମିତା ବେହେରା ଜୟ ବାପୁ ଜୟ ଭିମ ଜୟ ସମ୍ବିଧାନ ଡାକରାର ମର୍ମକ ଅନୁସିଳନ କରିଥିଲେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ସମୟୋଜିତ ଡାକରା ନିମନ୍ତେ ବୈଠକରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ସସ୍ମିତା ପଣ୍ଡା, କଂଗ୍ରେସ ନେତା ଫକିର ଖଟୁଆ, ପୂର୍ବତନ ପୌରାଧ୍ୟକ୍ଷ ଆକବର ଅଲ୍ଲୀ, ମହେନ୍ଦ୍ର ପରିଡା, ବସନ୍ତ ସେଠୀ, ଅପର୍ଣ୍ଣା ମିଶ୍ର, ବିଧୁଭୂଷଣ ମହାପାତ୍ର, ଯୁବ ନେତା ରଶ୍ମି ରଞ୍ଜନ ଚୌଧୁରୀ, ଉମେସ ପାଢି, ହିମାଇଶିୁ ନନ୍ଦ, ହରିଶ ପଟ୍ଟନାୟକ, ସତ୍ୟପ୍ରିୟ ସାମଲ, ପ୍ରଲ୍ଲାଦ ବେହେରା, ପ୍ରମୋଦ କୁମାର ସେଠୀ, ତରନୁମ୍ ଆରୀ, ପଲ୍ଲବ ପ୍ରୟଦର୍ଶୀ, ରଞ୍ଜନ କୁମାର ରାଉତ, ରଞ୍ଜନ କୁମାର ରାଉତ, ଅଭୟ ସ୍ୱାଇଁ, ଛାତ୍ର ନେତା ଦିବ୍ୟରଞ୍ଜନ ରାଉତ, ବିପ୍ଳବ ମହାନ୍ତି, ଜଲ୍ଲାଲ ଉଦ୍ଦିନଙ୍କ ସମେତ ସତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।
