ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୁହ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡାର ୨ଟି ସ୍ୱର୍ଣ୍ଣ ପଦକ


କେନ୍ଦ୍ରାପଡ଼ା, ୨୫ା୯: ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୁହ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି। କେଉଁଝର ଜିଲ୍ଲାର ଧରଣୀଧର ଇନଡୋର ଷ୍ଟାଡିୟମରେ ଗତ ୨୧ତାରିଖ ଠାରୁ ୨୪ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ସ୍କୁଲ ଗେମ ଫେଡେରେସନ ଅଫ ଇଣ୍ଡିଆ (ଏସ.ଜି.ଏଫ.ଆଇ) ପକ୍ଷରୁ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କେଉଁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଯୋଗିତାକୁ ଗଜପତି ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମାହାଳି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସହକାରୀ କ୍ରୀଡା ନିର୍ଦେଶକ ଜ୍ୟୋତି ପ୍ରସାଦ ପରିଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ୧୭ବର୍ଷରୁ କମ ବର୍ଗର ବାଳକ ଓ ବାଳିକା ବିଭାଗରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ୧୭ବର୍ଷରୁ କମ୍ ବର୍ଗର ବାଳିକା ବିଭାଗରେ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧିନ ଦୋହଳିସ୍ଥିତ ବି.ବି. ମଡେଲ ହାଇସ୍କୁଲର ଛାତ୍ରୀ ସାଗରିକା ଭଦ୍ର (୪୮କେଜିରୁ କମ୍ ଓଜନ ବର୍ଗରେ) ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ୧୭ବର୍ଷରୁ କମ୍ ବର୍ଗରେ ପଟ୍ଟାମୁଣ୍ଡାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶ୍ରୀୟା ମହାନ୍ତି(୬୮କେଜିରୁ କମ୍ ଓଜନ ବର୍ଗରେ) ରୈାପ୍ୟ ପଦକ ହାସଲ କରିଛନ୍ତି। ବାଳକ ବିଭାଗରେ ୧୭ବର୍ଷରୁ କମ୍ ବର୍ଗରେ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ସହରସ୍ଥିତ ଭାରତୀ ବିଦ୍ୟାମନ୍ଦିରର ଛାତ୍ର ଶକ୍ତିପ୍ରସାଦ ସିଂ(୭୮କେଜିରୁ ଉର୍ଦ୍ଧ୍ୱ ଓଜନ ବର୍ଗରେ)ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଡେରାବିଶ ବ୍ଲକର ରତାଦିଆ ଖଣ୍ଡସାହି ହାଇସ୍କୁଲର ଛାତ୍ର ଅମିତ କୁମାର ସାହୁ(୭୩କେଜିରୁ କମ୍ ଓଜନ ବର୍ଗରେ) ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିଭଳି ୧୪ବର୍ଷରୁ କମ ବାଳିକା ବିଭାଗରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର କଖାରୁଣୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଶିକ୍ଷା ପ୍ରିୟଦର୍ଶିନୀ ଜେନା (୨୯କେଜିରୁ କମ୍ ଓଜନ ବର୍ଗରେ) ସ୍ୱର୍ଣ୍ଣ ପଦକ ହାସଲ କରି ଆମ ଜିଲ୍ଲା ପାଇଁ ଗୈାରବ ଆଣିଦେଇଛନ୍ତି। ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରତିଯୋଗୀମାନଙ୍କ ସହିତ ବାଳକ ବିଭାଗର କୋଚ କଂସାର ସାହାସପୁର ନୋଡାଲ ହାଇସ୍କୁଲର ଶାରିରୀକ ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତି, ବାଳିକା ବିଭାଗର କୋଚ ପିଏମଶ୍ରୀ ସୁଦର୍ଶନ ହାଇସ୍କୁଲର ଶାରିରୀକ ଶିକ୍ଷୟିତ୍ରୀ ହେମାନ୍ତି ବିଲୁଙ୍ଗ ଓ ମ୍ୟାନେଜର ଭାବେ କୁହୁଡିସ୍ଥିତ ସିଦ୍ଧ ମହାପୁରୁଷ ସରକାରୀ ହାଇସ୍କୁଲର ଶାରିରୀକ ଶିକ୍ଷକ ଶୁଭଦିପ୍ତ ପାତ୍ର ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାକୁ ୨ଟି ସ୍ୱର୍ଣ୍ଣ ପଦକ ସମେତ ଗୋଟିଏ ରୈାପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରାଇବାରେ ସହଯୋଗ କରିଥିଲେ। କେନ୍ଦ୍ରାପଡା ଜିଲ୍ଲାକୁ ଏଭଳିି ଗୈାରବମଣ୍ଡିତ କରିଥିବାରୁ ଉଭୟ କୃତି ପ୍ରତିଯୋଗୀଙ୍କ ସମେତ କୋଚମାନଙ୍କୁ ଜିଲ୍ଲାର ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନେ ଶୁଭେଛା ଓ ଅଭିନନ୍ଦନ ଜଣାଇଇଛନ୍ତି। ଏଥିନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ରମୋହନ ବାରିକ ସମସ୍ତ ପ୍ରତିଯୋଗୀ, କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ କୃତଜ୍ଞତା ପ୍ରଦାନ ପୂର୍ବକ ଭବିଷ୍ୟତରେ ଏହି ଧାରାକୁ ଆମ ଜିଲ୍ଲାର ପ୍ରତିଯୋଗୀମାନେ ବଜାୟ ରଖିବାକୁ ଆଶାବ୍ୟକ୍ତ କରିଛନ୍ତି।

Next Post

ଧସିପଡିଲା ନିର୍ମାଣାଧିନ ୫୩ନମ୍ବର ଜାତୀୟ ରାଜପଥ : ଅଢେଇ ହଜାର କୋଟି ଟଙ୍କାର ରାସ୍ତା କାମକୁ ନେଇ ଉଠିଲା ପ୍ରଶ୍ନ

Fri Sep 25 , 2026
କେନ୍ଦ୍ରାପଡ଼ା,୨୫ା୯:ଲଗାଣ ବର୍ଷାରେ ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହଜାରୀଛକ ନିକଟରେ ନିର୍ମାଣାଧୀନ ରାସ୍ତାର ପ୍ରାୟ ଏକଶହ ମିଟର ରାସ୍ତା ଧସିଯାଇଛି। ଘଟଣା ପରେ ଚଣ୍ଡିଖୋଲ-ପାରାଦୀପ -୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣାଧୀନ ରାସ୍ତାର ଗୁଣବତ୍ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ରାସ୍ତାରେ ମାଟି ଠିକ୍ ଭାବେ ଜମା ଓ ସଂଘନୀକରଣ କରାଯାଇନଥିବାରୁ ଲଗାଣ ବର୍ଷାରେ ସେହି ମାଟି […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading