
ପଟ୍ଟାମୁଣ୍ଡାଇ ୩/୩ – ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଜଣେ ନାବାଳିକା +୨ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସୋମବାର ପୁର୍ବାହ୍ନରେ ସ୍ୱତନ୍ତ୍ର ତଦନ୍ତ ଅଧିକାରୀ ଟିମ୍ ଉକ୍ତ କଲେଜରେ ପହଂଚିଥିଲେ। ତଦନ୍ତଦଳ କଲେଜ ସିସିଟିଭି ଯାଂଚ କରିବା ସହ ପରିକ୍ଷା ନିରିକ୍ଷକ, ଆଭ୍ୟନ୍ତରିଣ ଦଳର ଜଣ ଜଣଙ୍କୁ ପଚରା ଉଚରା କରିବା ସହ ପରିକ୍ଷା ଗୃହର ତନଖି କରିଛନ୍ତି ବୋଲି ଗ୍ରାମାଂଚଳ ଆଇଆଇସି ଧିରଜ ଲେଙ୍କା ସୁଚନା ଦେଇଛନ୍ତି । ପୋଲିସକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରାଯାଉଥିବା ଉକ୍ତ କଲେଜ ଅଧ୍ୟକ୍ଷ କହିଛନ୍ତି ।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧୀନ ଜଣେ ନାବାଳିକା କଲେଜ ଛାତ୍ରୀ ଗତ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ । ଏଥିନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଛି । ମାତ୍ର ଗତ ୧ତାରିଖରେ ଏକ ଗଣମାଧ୍ୟମରେ ଖବର ପ୍ରଶାରଣ ପରେ ଏହା ଭିନ୍ନ ମୋଡ ନେଇଥିଲା । ଅଧ୍ୟାପକ କପି ଖୋଜିବା ଆଳରେ ଝିଅକୁ ଅସଦାଚରଣ କରିଥିବା ଲଜ୍ୟାରେ ତାଙ୍କ ଝିଅ ଆତ୍ମହତ୍ୟା କରିଥିଲେ ବୋଲି ମୃତା ଛାତ୍ରୀଙ୍କ ମା’ ପଟ୍ଟାମୁଣ୍ଡାଇ ଗ୍ରାଂଚଳ ଥାନାରେ ଶନିବାର ରାତ୍ରୀ ପ୍ରାୟ ସାଢେ ୮ ଟା ବେଳେ ଅଭିଯୋଗ କରିଥିଲେ । ପରେ ଗ୍ରାମାଂଚଳ ଥାନାରେ ସେହି ରାତ୍ରୀ ୧୦ ଟାରେ ଏକ ମାମଲା (ନଂ.୮୦/୨୦୨୫) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ ଜାରି ରଖିଥିବା ବେଳେ ସୋମବାର ଆଇଆଇସି ଲେଙ୍କାତତ୍ୱାବଧାନରେ ସବଇନ୍ସପେକ୍ଟର ରଞନ ମହାରଣା, ପ୍ରିତୀଲତା ଲାଲ୍ ପ୍ରମୁଖ ଏକ ସ୍ୱତନ୍ତ୍ର ଟିମ କଲେଜରେ ପହଁଚି ଘଟଣାକୁ ନେଇ ବିଭିନ୍ନ ଦିଗରୁ ଛାନଭିନ୍ ଜାରି ରଖି ଅଧ୍ୟକ୍ଷ ଓ ଅଧ୍ୟାପିକା/ଅଧ୍ୟାପକଙ୍କୁ ପଚରାଉଚରା କରିଛନ୍ତି।
