ପଟ୍ଟାମୁଣ୍ଡାଇ ମହିଳା କଲେଜରେ ଇତିହାସ ବିଭାଗ ଆଲୋଚନାଚକ୍ର

blank
ପଟ୍ଟାମୁଣ୍ଡାଇ ୧୨/୩ – ପଟ୍ଟାମୁଣ୍ଡାଇ ମହିଳା ସ୍ନାତକ ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଏକ ବାର୍ଷିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦେଠୀ ଉଦଘାଟନ କରିଥିଲେ। ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଡ. ରାଜଲକ୍ଷ୍ମୀ ମହାନ୍ତି ମୁଖ୍ୟଅତିଥି, ପାଟକୁରା ଲୋକନାଥ କଲେଜ ଇତିହାସ ବିଭାଗ ମୁଖ୍ୟ ତପନ କୁମାର ଡୁଙ୍ଗୁରି ବିଷୟ ବିଶେଷଜ୍ଞ ଭାବେ ଅଧ୍ୟାପକ ଯୋଗ ଦେଇ ଆଲୋଚନାର ବିଷୟ ବସ୍ତୁ ପ୍ରାଚୀନ ଭାରତରେ ବୌଦ୍ଧ ଧର୍ମର ପ୍ରସାର ଏକ ଐତିହାସିକ ଓ ପ୍ରତ୍ତ୍ନତାତ୍ତ୍ୱିକ ବିଶ୍ଲେଶଣ” , ବିଷୟରେ ନିଜର ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟତମ ବିଷୟ ବିଶେଷଜ୍ଞ ଭାବେ କିଶୋର ନଗର ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍‌୍ୟ ଜ୍ୟୋତିରଞ୍ଜନ ଦାସ ଯୋଗ ଦେଇ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ସଂପର୍କରେ ନିଜର ଅଭିମତ ରଖିଥିଲେ। ମହିଳା କଲେଜ ଅର୍ଥନୀତି ବିଭାଗ ମୁଖ୍ୟ ଗୀତାଞ୍ଜଳି କର ସ୍ୱାଗତଭାଷଣ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଅଧ୍ୟାପିକା ବନ୍ଦନାରାଣୀ ପଣ୍ଡା, ଜ୍ୟୋତିର୍ମୟୀ ଦାଶ, ସୁକାନ୍ତ ନାଥ କଲେଜ କର୍ମଚାରୀ ମଧୁସ୍ମିତା ବସନ୍ତରାୟ, ସସ୍ମିତା ସାମନ୍ତରାୟ, ଏଲିନା ପ୍ରିୟଦର୍ଶିନୀ ନାୟକ, ଚାମଲ ରଞ୍ଜନ ନାୟକ, ସୁବ୍ରତ ନାୟକ, ଅମିତ ନାୟକ, ନିର୍ମଳ କ୍ରିଷ୍ଣ ସେଠୀ, ସୁବ୍ରତ କୁମାର ନାୟକ , ସନ୍ତୋଷ ବାରିକ, ପ୍ରକାଶ ପାତ୍ର ଓ ରତିକାନ୍ତ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏଇ ଅବସରରେ ୨୦୨୧ ବର୍ଷର ଇତିହାସ ବିଭାଗର ଟପର୍ ଛାତ୍ରୀ ଅରୂପା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍‌୍ୟ ଶୁଭଶ୍ରୀ ପ୍ରିୟଦର୍ଶିନୀ ତରାଇ ଧନ୍ୟବାଦ ଦେଇଥିଲେ। ଏଥିରେ ପଟ୍ଟାମୁଣ୍ଡାଇ କଲେଜ ଇତିହାସ ବିଭାଗ ଛାତ୍ରୀମାନେ ଯୋଗ ଦେଇଥିଲେ ।

Next Post

ଜିଲ୍ଲା ମୁଖ୍ୟଚିକିତ୍ସାଳୟର ବାସ୍ତବ ଚିତ୍ର : ଲମ୍ବା ଲାଇନ୍‌ରେ ରୋଗୀ, ଡାକ୍ତରଙ୍କ ଦେଖାନାହିଁ

Wed Mar 12 , 2025
କେନ୍ଦ୍ରାପଡ଼ା,୧୨ା୩: ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଇଚ୍ଛାପୁର ନିକଟ ଶ୍ୟାମଗୁଡିଆ ଠାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ନୂତନ ଅଟ୍ଟାଳିକା ନିର୍ମାଣ କରାଗଲା। ଆଶାଥିଲା ନୂତନ ଚିକିତ୍ସାଳୟରେ ରୋଗୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ମିଳିବ। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ସକାଳ ୮ଟାରୁ ମୁଖ୍ୟଚିକିତ୍ସାଳୟର ବିଭିନ୍ନ ବର୍ହିବିଭାଗରେ ଡାକ୍ତରମାନେ ଡ୍ୟୁଟି କରିବାର ନିୟମ ଥିବା ବେଳେ ସେମାନେ ମନଇଛା ଆସୁଛନ୍ତି। ଫଳରେ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading