ହଜାର ହଜାର ଭକ୍ତଙ୍କ ସମାଗମରେ ଚନ୍ଦ୍ରମୌଳି ପୀଠରେ ମକର ମେଳା ଆରମ୍ଭ

blank

ପଟ୍ଟାମୁଣ୍ଡାଇ ୧୪/୧ – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉତିକଣଅଂଚଳ ସର୍ବ ପ୍ରାଚୀନ ଆରାଧ୍ୟ ଦେବତା ପ୍ରଭୁ ଚନ୍ଦ୍ରମୌଳିଙ୍କ ପ୍ରସିଦ୍ଧ ଶୈବପୀଠରେ ହଜାର ହଜାର ଭକ୍ତଙ୍କ ସମାଗମରେ ହିନ୍ଦୁ ରୀତିନୀତିର ଅନନ୍ୟ ମହୋତ୍ସବ ମକର ସକ୍ରାନ୍ତି ଉତ୍ସବ ଓ ମକର ମେଳା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଚନ୍ଦ୍ରମୈାଳିଙ୍କ ମକରଯାତ୍ରା ଉତ୍ସବ ସମଗ୍ର ଅଚଂଳର ଅନନ୍ୟ ଆଧ୍ୟାତ୍ମିକ ଉତ୍ସବ ଭାବରେ ପରିଚିତ । ୧୨ ମାସ ୧୩ ପର୍ବ ମଧ୍ୟରୁ ଶ୍ରୀଶ୍ରୀ  ଚନ୍ଦ୍ରମୌଳୀଙ୍କ ମହାଶିବରାତ୍ରୀ, କାର୍ତିକ ପୁର୍ଣ୍ଣିମା ଓ ମକରସଂକ୍ରାନ୍ତି ମହାଆଡମ୍ବରରେ ପାଳନ କରାଯାଏା ବୁଧବାର ମକର ସଂକ୍ରାନ୍ତି ଅବସରରେ ପ୍ରତ୍ୟୁଷରୁ ନିତିକାନ୍ତି ଆରମ୍ଭ ହୋଇଥିଲା । ପ୍ରଭୁ ଚନ୍ଦ୍ରମୈାଳିଙ୍କ ମହାସ୍ନାନ ପରେ ସକାଳଧୁପ, ମଧ୍ୟନ୍ନ ଧୂପ ପରେ ପହୁଡି ପଡିଥିଲା । ଅପରାହ୍ନରେ ମକର ନିତିକାନ୍ତି ବଡପଣ୍ଡା ମାନେ ଆରମ୍ଭ କରି ଗର୍ଭଗୃହରୁ ଶ୍ରୀଶ୍ରୀ ଚନ୍ଦ୍ରମୈାଳି ମହାଦେବ , ମା ପାର୍ବତୀଙ୍କ ସ୍ୱର୍ଣ୍ଣିମ ପ୍ରତିମାକୁ ଅଣାଯାଇ ପୁଷ୍ପକ ବିମାନରେ ସ୍ଥାପନ କରାଯାଇଥିଲା । ସେବାୟତ ମାନେ ସୁସଜିତ ପାଲିକିରେ କାନ୍ଧରେ ବୁହାଇ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ନାମ ସଂକୀର୍ତନ ସହ ମହାପ୍ରଭୁଙ୍କୁ ବେଢା ପରିକ୍ରମା କରାଇଥିଲେ । ଏହି ବେଢା ପରିକ୍ରମାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ପ୍ରଭୁଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ । ବିଭିନ୍ନ ଅଂଚଳର ସଂକୀତ୍ତର୍ନ ଦଳ ସହିତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ହରିବୋଲ ହୂଳାହୁଳି ଧ୍ୱନୀରେ ଏକ ଆଧ୍ୟତ୍ମିକ ପରିବେଶ ସୃଷ୍ଟି କରିଥିଲା । ମନ୍ଦିରର ବଡପଣ୍ଡା କୁଳମଣୀ ପଣ୍ଡା, ପ୍ରଦୀପ ପଣ୍ଡା, ନିତ୍ୟାନନ୍ଦ ପଣ୍ଡା ମନ୍ଦିର ଉପରେ ନୂର୍ତନ ମକର ଧୋଜାକୁ ସ୍ଥାପନ କରିଥିଲେ । ଏହି ମକର ପର୍ବରେ ମାନସିକ ବ୍ରତ କରିଥିବା ଶ୍ରଦ୍ଧାଳୁ ମାନେ ଭୋଗ ନୈବେଦ୍ୟ ଅର୍ପଣ କରି ନିଜର ଶୁଭ ମନାସିଥିଲେ । ଚନ୍ଦ୍ରମଉଳୀ ପୀଠ ଆଖପାଖ ଅଂଚଳର ପ୍ରାୟ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରମଉଳୀଙ୍କ ଦର୍ଶନ କରିଥିଲେ । ଏଠିକାର ଲୋକକଥା ଅୁଶାରେ କଲିକତା ବଦ୍ଧମାନର ରାଜା ପ୍ରତାପ ସିଂଙ୍କ ସମୟରେ ଏକ ଅଲୋକିତ ଘଟଣାକୁ ଆଧାର କରି ଶ୍ରୀଶ୍ରୀ ଚନ୍ଦ୍ରମୌଳୀ ମହାଦେବ ଆବ୍ରୀଭାବ ହୋଇଥିଲେ । ରାଜାଙ୍କ ସ୍ୱପ୍ନାଦେଶକୁ ଆଧାରକରି ସେହି ସ୍ଥ୍ଥାନ ଖନନ ସମୟରେ ଲୌହ ଖଣନ୍ତି ଆଘାତରେ ଲିଙ୍ଗ ଉପରି ଭାଗ ଖଣ୍ଡିଆ ହୋଇଥିଲା । ସେଠାରୁ ନିର୍ଗତ ଜଳ ମହମହ ଚନ୍ଦନ ବାସ୍ନା ହେଉଥିବାରୁ ସେବାଠାରୁ ଠାକୁରଙ୍କ ନାମ ଚନ୍ଦ୍ରମୌଳୀ ରଖାଯାଇଛି । ଆଜି ଏହି ମକର ମେଳାରେ ମନ୍ଦିର ଆଗରେ ବିଭିନ୍ନ ବ୍ୟବସାୟୀ ସେମାନଙ୍କ ପସରା ମେଲାଇ ବସିଥିବା ବେଳେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଯାତ୍ରୀ ମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶାନ୍ତିଶୁଙ୍ଖଳା ରକ୍ଷା ନିମନ୍ତେ ଗ୍ରାମାଂଚଳ ଥାନା ଆଇଆଇସି ଶ୍ରିକାନ୍ତ ବାରିକଙ୍କ ତତ୍ୱାବଧାନରେ ପୋଲିସ୍ ମୃତୟନ କରାଯାଇଥିଲା ।

ସେହିପରି ପୋଖରୀଆପଡା ହରପାର୍ବତୀ ମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ପୂଜକ ଉମେଶ ଦାସ ଓ ମୃତ୍ୟୁଞ୍ଜୟ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଭୁ ହର ଓ ମାତା ପାର୍ବତୀଙ୍କ ସମେତ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ମା ସୁଭଦ୍ରାଙ୍କ ସମେତ ମନ୍ଦିରରେ ଥିବା ସମସ୍ତ ଦେବାଦେବୀଙ୍କ ପୂଜାର୍ଚନା କରାଯିବା ସହିତ ସମସ୍ତ ନୀତିକ୍ରାନ୍ତି ସମାପନ ପରେ ଅପରାହ୍ନରେ ପ୍ରଭୁ ହର ଓ ମାତା ପାର୍ବତୀଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ବିଜେ କରାଯାଇ ମନ୍ଦିର ବେଢା ପରିକ୍ରମା କରାଯାଇଥିଲା । ସେହିପରି ପତିତପାବନ ମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି ଉତ୍ସବ ସମାରୋହ ରେ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ମନ୍ଦିର ପୂଜକଙ୍କ ଦ୍ୱାରା ପ୍ରଭୁ ପତିତପାବନଜୀଉଙ୍କ ସମେତ ସମସ୍ତ ଦେବାଦେବୀଙ୍କ ପୂଜାର୍ଚନା ଓ ସମସ୍ତ ନୀତିକ୍ରାନ୍ତିସମାପନ କରାଯାଇଥିଲା ।, ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାଛଡା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ଶୈବ ପୀଠ ଓ ମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଯାଇଛି ।

Next Post

ପଟ୍ଟାମୁଣ୍ଡାଇ ଏମ.ଏନ ହାଇସ୍କୁଲ ୮୩ତମ ପ୍ରତିଷ୍ଠା ଦିବସ

Wed Jan 14 , 2026
  ପଟ୍ଟାମୁଣ୍ଡାଇ ୧୪/୧ – ପଟ୍ଟାମୁଣ୍ଡାଇ ଅଚଂଳର ସର୍ବପୁରାତନ ଗୌରବମୟ ସରକାରୀ ଶିକ୍ଷାନୁଷ୍ଠାନ ଏମ.ଏନ ହାଇସ୍କୁଲର ୮୩ତମ ପ୍ରତିଷ୍ଠା ଦିବସ ପୁରାତନ ଛାତ୍ରସଂସଦ ପକ୍ଷରୁ ପାଳିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ସଚିନନ୍ଦନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ପୁରାତନ ଛାତ୍ର ସଂସଦ ଉପଦେଷ୍ଟା ପ୍ର-ଦୁର୍ଯ୍ୟଧନ ପରିଡା, ଭରତ ଚନ୍ଦ୍ର ପାତ୍ର, କୈଲାସ ଚନ୍ଦ୍ର ପାତ୍ର, ସମ୍ପାଦକ ପୂର୍ବତନ ପ୍ରଧାନଶିକ୍ଷକ କଣ୍ଡୁରି ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ଗୋପୀନାଥ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading