ସିଏମ ଟ୍ରଫିରେ ଅଂଶ ଗ୍ରହଣ ପାଇଁ କେନ୍ଦ୍ରାପଡ଼ାରୁ ଗଲେ ୨୨ ଖେଳାଳି

blank
କେନ୍ଦ୍ରାପଡ଼ା,୨୭ା୫, ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସିଏମ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ଆଜି କେନ୍ଦ୍ରାପଡ଼ାରୁ ୨୨ ଜଣିଆ ଦଳ ସହିତ କୋଚ୍ ଶରତ କୁମାର ଜେନା, ସହକାରୀ କୋଚ୍ ଏସ୍‌କେ ଅଜିମୁଦ୍ଧିନ ଏବଂ ମ୍ୟାନେଜର ମନୋଜ କୁମାର ଦାସ ଭୁବନେଶ୍ୱର ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ତାଙ୍କ ବାସଭବନରେ ଖେଳାଳିମାନଙ୍କ ସହିତ ମିଶିବା ସହିତ ତାଙ୍କୁ ଉତ୍ସାହିତ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସହିତ ଟ୍ରଫି ବିଜେତା ହେବାପାଇଁ ଜିଲ୍ଲାପାଳ ସଫଳ କାମନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଜିଲ୍ଲା ଆଥଲେଟିକ୍ ସଂଘର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ସମେତ ଜିଲ୍ଲା ଆଥଲେଟିକ୍ ସଂଘର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

Next Post

ବୀର ସଭରକରଙ୍କ ଜୟନ୍ତୀ ପାଳିତ

Wed May 28 , 2025
କେନ୍ଦ୍ରାପଡା,୨୮ା୫: ରାଷ୍ଟ୍ରବାଦୀ ସାମାଜିକ ସଂଗଠନ ଜୟ ରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ୍ କ୍ରାନ୍ତିକାରୀ ବିନାୟକ ଦାମୋଦର ସଭରକରଙ୍କ ୧୪୨ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ପବ୍ଲିକ୍ ରିଡ଼ିଙ୍ଗ ରୁମ୍‌ଠାରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭରକରଙ୍କୁ ଜଣେ ଅଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମୀ ଭାବେ ଅବିହିତ କରିଥିଲେ । ସଭରକର କେବଳ ଜଣେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading