ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

blank
କେନ୍ଦ୍ରାପଡା,୩୦ା୩: ରାଷ୍ଟ୍ରବାଦୀ ସାମାଜିକ ସଂଗଠନ “ଜୟ ରାଷ୍ଟ୍ର ଚାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦ ତିଥିରେ “ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ’ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ତଳବାରଙ୍ଗସ୍ଥିତ ମା ମରିଚିଆଣିଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଶାନ୍ତି ମାର୍ଜନା ହୋମ କରାଯାଇଥିଲା । ଏହି ଆଧ୍ୟାତ୍ମିକ ଉତ୍ସବରେ ଅନୁଷ୍ଠାନର ସଦସ୍ୟ ଯୋଗଦେଇ ବିଶ୍ୱ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ “ବିଶ୍ୱ ଶାନ୍ତି ସ୍ଥାପନରେ ଭାରତର ଭୂମିକା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଏହି ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ବିରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଅୟୋଜିତ ପୂଜାର୍ଚ୍ଚନାରେ ସୁଶାନ୍ତ ନାୟକ, ମଳୟ ସାହୁ, ରାଜେନ୍ଦ୍ର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଜ୍ୟୋତି ରଞ୍ଜନ ନାୟକ, ଭଜନ ସୂତାର, ପଙ୍କଜ ସିହ୍ନା, ହରେକୃଷ୍ଣ ବେହେରା, ଦୁର୍ଗାପ୍ରସାଦ ପତି, ପ୍ରଶାନ୍ତ ନାୟକ, ଜ୍ଞାନ ରଞ୍ଜନ ଦାସ, ନିରଞ୍ଜନ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ହିନ୍ଦୁ ନବବର୍ଷ ପାଳନ ନିମନ୍ତେ ବିଭିନ୍ନ ଗ୍ରାମରେ ସପ୍ତାହ ବ୍ୟାପୀ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।

Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ଅନ୍ତୋଦୟ ଆବାସ ଯୋଜନା କାର୍ଯାଦେଶ ବଂଟନ

Sun Mar 30 , 2025
ପଟ୍ଟାମୁଣ୍ଡାଇ ୩୦/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ଯୋଗେ ଏହି ଯୋଜନାର ଶୁଭ ଉଦଘାଟନ କରିଛନ୍ତି । କଳାହାଣ୍ଡି ଜିଲ୍ଲାରୁ ଏହି ଯୋଜନାର ରାଜ୍ୟସ୍ତରୀୟ ଉଦ୍‌ଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ମଧ୍ୟ କରାଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତର ଭିନ୍ନକ୍ଷମ ଓ ଅସହାୟ ଅବସ୍ଥାଦ୍‌ରେ ଥିବା ପରିବାର ଓ ବ୍ୟକ୍ତିଙ୍କୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading