କେନ୍ଦ୍ରାପଡାରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ

blank
କେନ୍ଦ୍ରାପଡ଼ା,୨୩ା୭:କେନ୍ଦ୍ରାପଡ଼ାରେ ନୂତନ ଜିଲ୍ଲାପାଳ ଭାବେ ରଘୁରାମ ଆର. ଆୟାର(ଭା.ପ୍ର.ସେ.) ବୁଧବାର ଅପରାହ୍ନରେ ଯୋଗ ଦେଇଛନ୍ତି। ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗରେ ନିର୍ଦ୍ଧେଶକ ଭାବେ କାର୍ଯ୍ୟ କରୁଥିଲେ। ସେ କେନ୍ଦ୍ରାପଡ଼ାରେ ୫୨ତମ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି। ପୂର୍ବତନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କର ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଜିଲ୍ଲାପାଳ ଯୋଗଦେବା ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ। ଜିଲ୍ଲାପାଳ ପ୍ରଥମେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀଶ୍ରୀ ସିଦ୍ଧବଳଦେବଜୀଉଙ୍କ ମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ।

Next Post

ପଟ୍ଟାମୁଣ୍ଡାଇ ବନ୍ୟା କ୍ଷୟକ୍ଷତି ଓ ଫସଲହାନୀ ଯୋଗୁଁ ଚିନ୍ତାରେ ଚାଷୀ

Wed Jul 23 , 2025
ଋଣ ଛାଡ଼ ସହ ମାଗଣାରେ ସାର ବିହନ ଯୋଗାଇବାକୁ ଦାବୀ ପଟ୍ଟାମୁଣ୍ଡାଇ ତା ୨୩.୭-ଚଳିତବର୍ଷ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ କ୍ଷୟକ୍ଷତି ସାଙ୍ଗକୁ ବ୍ୟାପକ ଫସଲହାନୀ ଘଟିଛି । ବନ୍ୟା ଯୋଗୁଁ ରାସ୍ତାଘାଟ କ୍ଷତିଗସ୍ତ ହୋଇଥିବା ବେଳେ ସ୍କୁଲ କଲେଜରେ ପାଣି ପଶି ବହୁତ କିଛି ନଷ୍ଟ କରିଛି ।  ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ଚାଷଜମି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading